Videos
|
Odisha

ଷଷ୍ଠ ପାଳି ନୁହେଁ ସତ୍ତା ପରିବର୍ତ୍ତନର ମନ୍ତ୍ର ଦେବେ ଶାହ

Manini Pattanayak
Browse all articles by Manini Pattanayak
·2 years ago·2 min read
ଷଷ୍ଠ ପାଳି ନୁହେଁ ସତ୍ତା ପରିବର୍ତ୍ତନର ମନ୍ତ୍ର ଦେବେ ଶାହ

ଭୁବନେଶ୍ୱର: ଆସନ୍ତା 25 ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ।  ସୋନପୁରରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ। ଓଡ଼ିଶାରେ ସତ୍ତା ପରିବର୍ତ୍ତନ ଲାଗି କରିବେ ସିଂହନାଦ । ଏଥିସହ ଭୁବନେଶ୍ବରରେ ଦଳୀୟ କର୍ମକର୍ତ୍ତାଙ୍କୁ ଦେବେ ବିଜୟର ମନ୍ତ୍ର। ପୂର୍ବରୁ ଶାହ ସ୍ପଷ୍ଟ କରିସାରିଛନ୍ତି ଆଭିମୁଖ୍ୟ । ଓଡିଆ ଭାଷା, ସଂସ୍କୃତି ଓ ରାଜ୍ୟର ଗର୍ବ ପାଇଁ ହେବ ଜୋରଦାର ଲଢ଼େଇ । ମୋଦି ଓ ଶାହ ଆକ୍ରମଣାତ୍ମକ ହେଲେ ଖୋଲିଯିବ ବିଜେଡିର 25 ବର୍ଷ ଶାସନର ପୋଲ୍ । ଷଷ୍ଠ ପାଳି ପରିବର୍ତ୍ତେ ସତ୍ତା ପରିବର୍ତ୍ତନ ହେବ କି ସମ୍ଭବ ? 
 ଆସନ୍ତା 25 ତାରିଖ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତୀୟ ରାଜନୀତିର ଚାଣକ୍ୟ ଭାବେ ପରିଚିତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।

ସୋନପୁର ଟାଉନରେ ଅପରାହ୍ନରେ ପହଞ୍ଚିବେ, ବିଶାଳ ସମାବେଶକୁ ଉଦବୋଧନ କରିବେ । 24 ଲଢେଇ ପାଇଁ ନିର୍ବାଚନୀ ବିଗୁଲ୍ ବାଜାଇବେ ଶାହ । ସେହିଦିନ ଭୁବନେଶ୍ଵର  ଆସି ଦଳର ରାଜ୍ୟ ନେତୃତ୍ବଙ୍କ ସହ କରିବେ ଆଲୋଚନା । 24 ଲଢେଇ ପାଇଁ ପ୍ରସ୍ତୁତ ହେବ ରଣନୀତି ଓ ବ୍ଲୁ ପ୍ରିଣ୍ଟ । 25 ତାରିଖ ଭୁବନେଶ୍ଵରରେ ରାତ୍ରି ରହଣୀ କରିବେ କେନ୍ଦ୍ର ଗୃହ ମନ୍ତ୍ରୀ । କିଛି ଦିନ ତଳେ ଜାତୀୟ ଗଣମାଧ୍ୟମରେ ଓଡ଼ିଶା ନେଇ ଆଭିମୁଖ୍ୟ କରିସାରିଛନ୍ତି ସ୍ପଷ୍ଟ । ମେଣ୍ଟ ହେବା ନହେବା ବିବାଦ ଭିତରେ ଶାହ କହିଛନ୍ତି ଓଡିଶାର କାର୍ଯ୍ୟକର୍ତ୍ତାଙ୍କ ଦୃଢ ମତ । ଓଡିଆ ଭାଷା, ସଂସ୍କୃତି ଓ ରାଜ୍ୟର ଗର୍ବ ପାଇଁ ନିର୍ବାଚନ ଲଢିବାକୁ ସ୍ଥିର କରିଛି ବିଜେପି । 

ବିଜେଡିକୁ ଶେଷ କରିବା ଲକ୍ଷ୍ୟ ନେଇ ଲଢେଇ କରିବା ମୁଡରେ ଶାହ । ମୋଦି ଓ ଶାହ ଓଡ଼ିଶାରେ ଆକ୍ରମଣାତ୍ମକ ହେଲେ 25 ବର୍ଷ ଶାସନର ଖୋଲିିଯିବ ପୋଲ । ଷଷ୍ଠ ପାଳି ନହୋଇ, ପରିବର୍ତ୍ତନ ହେବ ସତ୍ତା । ତେବେ ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡି ସରକାର ପୋଡା ଟ୍ରାନ୍ସଫର୍ମରକୁ ଓପାଡି ଫୋପାଡି ଦେବା ପାଇଁ ଆହ୍ଵାନ କରିଥିଲେ ଅମିତ ଶାହ । ଓଡିଶା ଗସ୍ତରେ ଆସି ବରଗଡ ସାଧାରଣ ସଭାରେ ଏଭଳି କଡା ବୟାନ ଦେଇଥିଲେ ଶାହ । ଓଡିଶା ସରକାରଙ୍କ ଟ୍ରାନ୍ସଫର୍ମର ପୋଡି ଯାଇଛି । ତେଣୁ ଏହି ପୋଡା ଟ୍ରାନ୍ସଫର୍ମରକୁ ନବଦଳାଇ ଓପାଡିକି ଫୋପାଡି ଦେବା ପାଇଁ ଆହ୍ଵାନ କରିଥିଲେ ଅମିତ ଶାହ ।   ୧୯ ସାଧାରଣ ନିର୍ବାଚନରେ ବିଜେପିକୁ ମିଳିଥିଲା ୩୮ ପ୍ରତିଶତ ଭୋଟ ଏବଂ ବିଜେଡି ପାଇଥିଲା ୪୪ ପ୍ରତିଶତ ଭୋଟ । ଉଭୟ ଦଳ ମଧ୍ୟରେ ୪ ପ୍ରତିଶତ ଅର୍ଥାତ ମାତ୍ର ୧୦ ଲକ୍ଷ ଭୋଟର ବ୍ୟବଧାନ ଥିଲା । ତେଣୁ ଏଥର ବିଜେଡି ସରକାର ବିରୋଧରେ ଥିବା ଆଣ୍ଟି ଇନକମ୍ବାନ୍ସି ଏବଂ ମୋଦି ଗ୍ୟାରେଣ୍ଟି ପ୍ରତି ବଢୁଥିବା ଓଡିଶାବାସୀଙ୍କ ଭରଷା ବିଜେପିକୁ ସଫଳତା ଦେବ ବୋଲି ଚର୍ଚ୍ଚା ହେଉଛି  ।

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: