Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ ବୟାନ 

Odisha

ନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ ବୟାନ 

Manini Pattanayak
Browse all articles by Manini Pattanayak
·2 years ago·2 min read
ନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ ବୟାନ 

ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶାରେ ନିର୍ବାଚନ ଫଳାଫଳ ନେଇ ଅମିତ ଶାହଙ୍କ ବଡ ବୟାନ । ସେ କହିଛନ୍ତି, ବିଜେପିକୁ ମିଳିବ ୧୬ ଲୋକସଭା ଆସନ । ଭୋଟ୍ ଗଣତି ଦିନ ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଏନଡିଏ କରିସାରିଥିବ ୪୦୦ ପାର । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି । ଶାହଙ୍କ ଦମ୍ବୋକ୍ତିକୁ ଧର୍ମେନ୍ଦ୍ର ଓ ମନମୋହନଙ୍କର ବି ମିଳିଲା ସମ୍ମତି । ନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ ବୟାନ । ଓଡିଶାରେ ୧୬ଟି ଲୋକସଭା ଆସନ ଜିତିବ ବୋଲି ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ଶାହ । ଗଣତି ଦିନ ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଏନଡିଏ ୪୦୦ ପାର କରିଯିବ । ଆଉ ନରେନ୍ଦ୍ର ମୋଦି ପୁଣି ଥରେ ହେବେ ପ୍ରଧାନମନ୍ତ୍ରୀ । ଏଥିସହ ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ବିଜେପି ୧୦୦ରୁ ଅଧିକ ଆସନ ପାଇବ । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର, ଦିଲ୍ଲୀ, ଗୁଜୁରାଟ, କର୍ଣ୍ଣାଟକରେ ବିଜେପି ଶତ ପ୍ରତିଶତ ରିପିଟ୍ କରିବ । ଉତ୍ତରପ୍ରଦେଶରେ ବିଜେପି ଆହୁରି ୫ରୁ ୭ଟି ସିଟ୍ ଅଧିକ ପାଇବ ବୋଲି  ଅମିତ ଶାହ କହିଛନ୍ତି । ଆସାମରେ ୧୨ ଓ ପଶ୍ଚିମବଂଗରେ ବିଜେପି  ୩୦ଟି ଆସନରେ ଜିତିବ ବୋଲି ସେ ଦୃଢୋକ୍ତି କରିଛନ୍ତି ।

ତେବେ କିଛି ଦିନ ପୂର୍ବରୁ ଏବିପି ସି ଭୋଟର ସର୍ଭେରେ ବି ଓଡ଼ିଶାରେ ବିଜେପିର ବଡ଼ ବିଜୟ ନେଇ କରାଯାଇଥିଲା ଆକଳନ । ସର୍ଭେ ରିପୋର୍ଟ କହୁଛି ଓଡ଼ିଶାରେ ବିଜେପିକୁ ମିଳିପାରେ ୧୩ ଲୋକସଭା ଆସନ। ମାତ୍ର ୭ଟିରେ ସୀମିତ ରହିବ ବିଜେଡି, କଂଗ୍ରେସ ହାତକୁ ଯାଇପାରେ ଗୋଟିଏ ସିଟ୍ । ସେହିପରି TV - 9 ଭାରତ ବର୍ଷ ଓପିନିଅନ୍ ପୋଲ୍ ବି କରିଛି ପୂର୍ବାନୁମାନ । ଓଡ଼ିଶାରେ ବିଜେପି ହେବ ନମ୍ବର ୱାନ୍ । TV - 9 ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶାରେ ବିଜେପି ଜିତିବ ୧୪ଟି ଲୋକସଭା ସିଟ୍ ଓ ବିଜେଡି ଖାତାକୁ ଯିବ ମାତ୍ର ୬ ଟି ଆସନ । ମାତ୍ର ଗୋଟିଏରେ ବିଜୟୀ ହୋଇପାରେ କଂଗ୍ରେସ । ନ୍ୟୁଜ୍ ଏକ୍ସର ଓପିନିୟନ୍ ପୋଲରେ ବି ବିଜେପି ୧୪ଟି ଓ ବିଜେଡି ୭ଟି ଆସନରେ ଜିତିବା ନେଇ କରାଯାଇଛି ପୂର୍ବାନୁମାନ ।

ସପ୍ତାହକ ତଳେ ବିଶିଷ୍ଟ ରାଜନୈତିକ ରଣନିତିକାର ପ୍ରଶାନ୍ତ କିଶୋର କହିଥିଲେ, ଓଡିଶାରେ ବିଜେପି ହେବ ନମ୍ବର ୧ ଦଳ। ପୂର୍ବରୁ ୧ କୋଟିରୁ ଅଧିକ ସବସ୍କ୍ରାଇବର ଥିବା ତାମିଲ ଚ୍ୟାନେଲ ପୁଥିୟାଥାଲାଇମୁରାଇ-ଦି ଫେଡେରାଲ୍ କରିଥିବା ସର୍ଭେରେ ବିଜେପିକୁ ୫୪.୯୦ ପ୍ରତିଶତ ଭୋଟ ମିଳିପାରେ ବୋଲି ଆକଳନ କରାଯାଇଥିବା ବେଳେ ବିଜେଡିର ଭୋଟ ହାର ୧୯.୩୫ ଖସି ଆସିପାରେ ବୋଲି ଆକଳନ କରାଥିଲା । ଓପିନିୟନ ପୋଲ ଅନୁସାରେ ବିଜେପିକୁ ୨୦ ଓ ବିଜେଡିକୁ ମିଳିପାରେ ଗୋଟିଏ ଆସନ ମିଳିବ ବୋଲି ଆକଳନ କରାଯାଇଥିଲା । 
୧୯ ସାଧାରଣ ନିର୍ବାଚନରେ ବିଜେପିକୁ ମିଳିଥିଲା ୩୮ ପ୍ରତିଶତ ଭୋଟ ଏବଂ ବିଜେଡି ପାଇଥିଲା ୪୨ ପ୍ରତିଶତ ଭୋଟ । ଉଭୟ ଦଳ ମଧ୍ୟରେ ୪ ପ୍ରତିଶତ ଅର୍ଥାତ ମାତ୍ର ୧୦ ଲକ୍ଷ ଭୋଟର ବ୍ୟବଧାନ ଥିଲା । ତେଣୁ ତମାମ ସର୍ଭେ ରିପୋର୍ଟକୁ ଦେଖିଲେ ବିଜେଡି ସରକାର ବିରୋଧରେ ଥିବା ଆଣ୍ଟି ଇନକମ୍ବାନ୍ସି ଦଳ ପାଇଁ ଘାତକ ସାଜିପାରେ । ଆଉ ମୋଦି ଗ୍ୟାରେଣ୍ଟି ପ୍ରତି ବଢୁଥିବା ଓଡିଶାବାସୀଙ୍କ ଭରଷା ବିଜେପିକୁ ଦେଇପାରେ ସଫଳତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Sponsored
Union Home Minister Amit Shah's big statement about the election results | Argus News