Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶା ଆସିବା ପୂର୍ବରୁ ଅମିତ୍ ଶାହଙ୍କ ଦମ୍ଭୋକ୍ତି

Odisha

ଓଡ଼ିଶା ଆସିବା ପୂର୍ବରୁ ଅମିତ୍ ଶାହଙ୍କ ଦମ୍ଭୋକ୍ତି

Smruti Parija
Browse all articles by Smruti Parija
·1 year ago·2 min read
ଓଡ଼ିଶା ଆସିବା ପୂର୍ବରୁ ଅମିତ୍ ଶାହଙ୍କ ଦମ୍ଭୋକ୍ତି

Key Points

  • ଓଡ଼ିଶା ଆସିବା ପୂର୍ବରୁ ଅମିତ୍ ଶାହଙ୍କ ଦମ୍ଭୋକ୍ତି
  • 21ରୁ 17 ଲୋକସଭା ଆସନ ଜିତିବା ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବଡ଼ ଦାବି
  • ପୂର୍ବରୁ ଶାହ କହିଥିଲେ ଓଡ଼ିଶାରେ ସରକାର ଗଠନ କରିବ ବିଜେପି
  • ଓଡ଼ିଶାରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ଲଗାଇଛି ସବୁ ଶକ୍ତି
  • ବାରମ୍ବାର ଓଡ଼ିଶା ଗସ୍ତରେ ଆସି ରୋଡ଼ ସୋ ଓ ଜନସଭା କରୁଛନ୍ତି ମୋଦି

ଅର୍ଗସ ବ୍ୟୁରୋ: ଜାତୀୟ ଗଣମାଧ୍ୟମରେ ବିଜେପିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଏ ଦମ୍ଭୋକ୍ତି ଓଡ଼ିଶାର ନିର୍ବାଚନୀ ପରିବେଶରେ ଭରିଦେଇଛି ଅଧିକ ଉଷ୍ଣତା । ୟା ଭିତରେ ମଙ୍ଗଳବାର ପୁଣି ଓଡ଼ିଶା ଆସୁଛନ୍ତି ଅମିତ୍ ଶାହ । କଟକରେ ଶାହଙ୍କ ବିଶାଳ ରୋଡ଼ ସୋ । ଅପରାହ୍ନ ୪ଟାରୁ ଗୋପବନ୍ଧୁ ବାଗରୁ  ଆରମ୍ଭ ହୋଇ ଚଣ୍ଡୀ ମନ୍ଦିର ଯାଏଁ ହେବ ରୋଡ଼ ସୋ। ଏଥିସହ ଆସ୍କାର ସୋରଡ଼ା ଓ ବୌଦ୍ଧରେ ବିଶାଳ ଜନସଭାକୁ ବି ଶାହ କରିବେ ସମ୍ବୋଧନ। କିଛି ଦିନ ତଳେ ଓଡ଼ିଶା ମାଟିରୁ ବିଜେଡି ସରକାରକୁ ଓପାଡ଼ି ଫିଙ୍ଗିବାକୁ ଶାହ ଦେଇଥିଲେ ରଣହୁଙ୍କାର । ଓଡ଼ିଆ ଭାଷା, ସଂସ୍କୃତି, ସାହିତ୍ୟ ଓ ଅସ୍ମିତାର ଗୌରବ ପାଇଁ ପୂର୍ଣ୍ଣ ବହୁମତରେ ବିଜେପି ସରକାର ଗଠନ ପାଇଁ ଦେଇଥିଲେ ଆହ୍ବାନ। 

ଓଡ଼ିଶାରେ ବହୁଛି ପରିବର୍ତ୍ତନର ହାୱା । ଏଥିପାଇଁ ବିଜେପି ଫୋକସରେ ଓଡ଼ିଶା। କେବଳ 400 ପାର୍ ନୁହେଁ ଏଥର ଓଡ଼ିଶାରେ ପୂର୍ଣ୍ଣ ବହୁମତରେ ହେବ ବିଜେପି ସରକାର। ଏଥିପାଇଁ ବିଜେପି ଲଗାଇ ଦେଇଛି ସବୁ ଶକ୍ତି । ପ୍ରାୟ ପ୍ରତିଦିନ ଓଡ଼ିଶାରେ ଜନସଭାକୁ ସମ୍ବୋଧନ କରୁଛନ୍ତି କେନ୍ଦ୍ରୀୟ ନେତାଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍ ଶାହଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ନୀତୀନ ଗଡ଼କରୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ। ଘନ ଘନ ଓଡ଼ିଶା ଗସ୍ତରେ ଆସି ଆକାଶ ପାତାଳ ଏକ କରୁଛନ୍ତି ବିଶ୍ବର ସର୍ବବୃହତ୍ ରାଜନୈତିକ ଦଳର ବଡ଼ ବଡ଼ ନେତା । 

17 ତାରିଖରେ ପୁଣି ଓଡ଼ିଶା ଆସି ସୁନ୍ଦରଗଡ଼, ହିଞ୍ଜିଳି ଓ ପଦ୍ମପୁରରେ ଜନସଭାକୁ ସମ୍ବୋଧନ କରିବେ ଜେ.ପି ନଡ୍ଡା । ଆସନ୍ତା 20 ତାରିଖରେ ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ। ପୁରୀରେ ରୋଡ଼ ସୋ ସହ ଅନୁଗୁଳ ଓ କଟକରେ ବିଶାଳ ଜନସଭା କରିବେ ମୋଦି। ପୂର୍ବରୁ ଭୁବନେଶ୍ବରରେ ବିଶାଳ ରୋଡ଼ ସୋ ସହ ଗୋଟିଏ ଦିନରେ 3ଟି ଜନସଭା କରି ଓଡ଼ିଶାରେ ବିଜେପି ସରକାର ଗଠନ ନେଇ ଗ୍ୟାରେଣ୍ଟି ଦେଇଛନ୍ତି ମୋଦି। 

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବାବେଳେ ଏହାର ଫଳାଫଳକୁ ନେଇ ଆରମ୍ଭ ହୋଇଯାଇଛି ବୟାନ ବାଜି। ବିଜେଡି ନେତା ପାଣ୍ଡିଆନଙ୍କ ଅନୁସାରେ ବିଜେଡି କ୍ଲିନ୍ ସ୍ବିପ୍ କରିବ। କିନ୍ତୁ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଦୃଢ଼ୋକ୍ତି କରିଛନ୍ତି ପ୍ରଥମ ପର୍ଯ୍ୟାୟର 28ରୁ ୧୮ ବିଧାନ ସଭା ଓ ୪ ଲୋକସଭା ଆସନ ଜିତିବ ବିଜେପି। 

ଆହୁରି ପଢନ୍ତୁ ରାଜନୀତି ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Home Minister's big claim about winning 17 Lok Sabha seats from 21 | Argus News