୫ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘ ଚାଳକ
·1 year ago

ଅର୍ଗସ ବ୍ୟୁରୋ : ୫ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସରସଂଘ ଚାଳକ ଡ଼ାଃ ମୋହନ ଭାଗବତ । ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ବାଂଲାଦେଶରେ ଚାଲିଥିବା ସାଂପ୍ରତିକ ପରିସ୍ଥିତିରେ ହିନ୍ଦୁ ମାନଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଛନ୍ତି । ୪୫ ମିନିଟ୍ କାଳ ଶ୍ରୀମନ୍ଦିରରେ ରହିବା ସହ ରାଷ୍ଟ୍ର ମଙ୍ଗଳ କାମନା କରିଛନ୍ତି ମୋହନ ଭାଗବତ ।
ଅଧିକ ପଢନ୍ତୁ : ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା , ସ୍ଵାଧୀନତା ସଂଗ୍ରାମୀଙ୍କ ପରିବାରକୁ ମିଳିବ ସ୍ଵତନ୍ତ୍ର ପରିଚୟ ପତ୍ର
ପରେ ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ଆଶୀର୍ବାଦ ନେବା ସହ ବିଭିନ୍ନ ଧର୍ମୀୟ ପ୍ରସଙ୍ଗରେ ଆଲୋଚନା କରି ମତାମତ ନେଇଛନ୍ତି ମୋହନ ଭାଗବତ । ଅଗଷ୍ଟ ୧୦ ଓ ୧୧ ଦୁଇଦିନ ଧରି ପୁରୀରେ ଅନୁଷ୍ଠିତ ହେବାକୁ ଥିବା ସଂଘର ପ୍ରାନ୍ତ ସେବା ପ୍ରମୁଖ ବୈଠକରେ ଯୋଗଦେବେ ଶ୍ରୀଯୁକ୍ତ ଭାଗବତ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: