Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୨୫ରେ ପୁଣି ଆସୁଛନ୍ତି ଅମିତ୍ ଶାହ, ୪ଟି ସ୍ଥାନରେ କରିବେ ଜନସଭା

Smruti Parija
Browse all articles by Smruti Parija
·2 years ago·1 min read
୨୫ରେ ପୁଣି ଆସୁଛନ୍ତି ଅମିତ୍ ଶାହ, ୪ଟି ସ୍ଥାନରେ କରିବେ ଜନସଭା

ଅର୍ଗସ ବ୍ୟୁରୋ: ଆସନ୍ତା ୨୫ ତାରିଖରେ ପୁଣି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବାରିପଦା, ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ କାର୍ଯ୍ୟକ୍ରମ ରହିଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାଶ । ନିମାପଡ଼ା ବାରବାଟୀ ପଡ଼ିଆରେ ଅପରାହ୍ନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଶାହ । ପ୍ରାୟ ୩୦ ହଜାର କର୍ମକର୍ତ୍ତାଙ୍କୁ ଏହି ସମାବେଶରେ ଗୁରୁମନ୍ତ୍ର ଦେବେ କେନ୍ଦ୍ର ଗୃହମନ୍ତ୍ରୀ ।

ଅବକିବାର୍ ୪୦୦ ପାର୍ । ରାଜ୍ୟରେ ବିଜେପି ସରକାର ନାରା ଦେଉଥିବାବେଳେ ରାଜ୍ୟରୁ ଭ୍ରଷ୍ଟାଚାରୀ, ଦୁର୍ନୀତିଖୋର ବିଜେଡି ସରକାରକୁ ଶାସନ କ୍ଷମତାରୁ ତଡିବା ପାଇଁ ଯୋରଦାର ପ୍ରୟାସ ଆରମ୍ଭ କରାଯାଇଛି । ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ୯ଟି ଲୋକସଭା ଓ ୬୩ ଟି ବିଧାନସଭା ପାଇଁ ମତଦାନ ଶେଷ ହୋଇଥିବାବେଳେ ଆହୁରି ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମକୁ ଶାଣିତ କରିଛି ବିଜେପି ।

ବିଜେପି ନିର୍ବାଚନି ମେନୁଫେଷ୍ଟୋ ଓ  ମୋଦି ଗ୍ୟାରେଣ୍ଟିକୁ ପ୍ରତ୍ୟେକ ଓଡିଆଙ୍କ ନିକଟକୁ ପହଂଚାଇବା ପାଇଁ ଦଳ ଯୋରଦାର ପ୍ରୟାସ ଆରମ୍ଭ କରିଛି । ଲଗାତାର ବିଜେପି ଦଳର ଶୀର୍ଷ ନେତୃତ୍ୱଙ୍କ ଓଡିଶା ଆଗମନ ଜାରି ରହିଛି । ଆସନ୍ତା ୨୫ ତାରିଖ ଦିନ ୧୦ ଟା ସମୟରେ ବାରିପଦାର ଐତିହାସିକ ଛଉ ପଡିଆ ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏକ ସାଧାରଣ ଜନସଭାରେ ଉଦବୋଧନ ଦେବା ନେଇ ଚୁଡାନ୍ତ ସରିଛି ବୋଲି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ସୂଚନା ଦେଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
union-minister-amit-shah-to-visit-odisha-on-may-25 | Argus News