Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁଇଟି ପଦ୍ମଫୁଲରେ ଭୋଟ ଦେବାକୁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·2 min read
ଦୁଇଟି ପଦ୍ମଫୁଲରେ ଭୋଟ ଦେବାକୁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରେୟ ନେଇଯିବା ଡରରେ ଅନେକ କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରୁନାହାନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ କାରଣରୁ ଜାତୀୟ ରାଜପଥ ୫୫ର କାମ ଅଟକି ରହିଛି ବୋଲି ଦେବଗଡ଼ ବିଧାନସଭା ପ୍ରାର୍ଥୀ ସୁବାସ ପାଣିଗ୍ରାହୀଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।   

ଶ୍ରୀ ପ୍ରଧାନ କହିଛନ୍ତି, ଜାତୀୟ ରାଜପଥ ୫୩ର କାମ ସରିଛି । ଜାତୀୟ ରାଜପଥ ୫୫ର ୯୦ ପ୍ରତିଶତ କାମ ଶେଷ ହୋଇଛି । ଆଉ ଯାହା କାମ ବାକି ରହିଛି ତାହା ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ହୋଇପାରୁନି । ରାଜ୍ୟ ସରକାର ଜାଣିଶୁଣି ଜମି ଅଧିଗ୍ରହଣ ବିଳମ୍ବ କରୁଛନ୍ତି । ଓଡ଼ିଶାକୁ ଯାହା ସବୁ କେନ୍ଦ୍ରୀୟ ଯୋଜନା ଆସୁଛି, ସେସବୁକୁ ନବୀନ ପଟ୍ଟନାୟକ  ବିରୋଧ କରୁଛନ୍ତି । କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁ ହୋଇଯିବ, ସେହି ଡର ବିଜେଡି ସରକାରକୁ ଘାରୁଛି । ଲଜିଷ୍ଟିକ ପାର୍କ ଓ ୱାଟର ୱେ କାର୍ଯ୍ୟ ମଧ୍ୟ ଥିବା କଥା ଦୋହରାଇଛନ୍ତି ଶ୍ରୀ ପ୍ରଧାନ । ବ୍ରାହ୍ମଣୀ ନଦୀ ଅବବାହିକାରେ ୱାଟର ୱେ କାମ ଧାମରାରୁ ପାରାଦୀପ ଦେଇ ତାଳଚେର ପର୍ଯ୍ୟନ୍ତ ଚାଲିଛି । ଏହାକୁ ବାରକୋଟ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ସମସ୍ତ କାମ ସହଜ ହୋଇଯିବ । ରାଜସ୍ୱ ବିଭାଗ ପକ୍ଷରୁ ଜମି ଅନୁମୋଦନ କରାଇ କାମ ଶେଷ କରାଯିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ଜାତୀୟ ରାଜପଥର ଜାଲ ଦେବଗଡ଼ରେ କିଏ ବିଛେଇଥିଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ । ରେଲୱେ ଲାଇନ ବାରକୋଟରୁ ଆରମ୍ଭ ହୋଇ ଝାରସୁଗୁଡ଼ା, ତିଲେଇବଣି, ରିଆମାଳ, ଦେଓଗଡ଼ ମ୍ୟୁନିସିପାଲଟି ପର୍ଯ୍ୟନ୍ତ ଯିବ । ଏସବୁ କାମ ବିଜେପି ସରକାର କରିଛି ନା ଆଉ କିଏ କରିଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦେବଗଡ଼ ବିଧାନସଭା ପ୍ରାର୍ଥୀ ସୁବାସ ପାଣିଗ୍ରାହୀ ନାମାଙ୍କନ ପତ୍ର ଦାଖଲ  କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଦେବଗଡ଼ବାସୀ ମୋଦୀ ଗ୍ୟାରେଣ୍ଟି ଉପରେ ଭରସା କରି ରାଜ୍ୟରେ ସରକାର ବଦଳାଇବାକୁ ନିଷ୍ପତ୍ତି ନେଇସାରିଛନ୍ତି । ରାଜ୍ୟର ଦୁର୍ନୀତିଗସ୍ତ ବିଜେଡି ସରକାରକୁ ବଦଳାଇ ଏକ ପ୍ରଗତିଶୀଳ ନରେନ୍ଦ୍ର ମୋଦୀଙ୍କ ଡବଲ ଇଞ୍ଜିନ ସରକାର ଆଣିବା ପାଇଁ ମନସ୍ଥ କରିଛନ୍ତି । ଓଡ଼ିଆ ଅସ୍ମିତା, ସ୍ୱାଭିମାନର ସୁରକ୍ଷା ପାଇଁ ହେଉଥିବା ଏହି ନିର୍ବାଚନରେ ଦୁଇଟି ପଦ୍ମଫୁଲରେ ଭୋଟ ଦେଇ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଆଣିବାକୁ ଲୋକଙ୍କୁ ସେ ନିବେଦନ କରିଛନ୍ତି । ନାମାଙ୍କନ ଦାଖଲ କାର୍ଯ୍ୟକ୍ରମ ପୂର୍ବରୁ ପୁରୁଣାଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିରରେ ବଡ଼ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ ଶ୍ରୀ ପ୍ରଧାନ ।

Sponsored
Union Minister at Debogarh Assembly Candidates Nomination Letter Filing Program | Argus News