Videos
|
Odisha

ଅମୃତ ପିଢିଙ୍କ ମଧ୍ୟରେ ରାଷ୍ଟ୍ର ନିର୍ମାଣର ଚେତନା ଜାଗ୍ରତ କରୁଛି ‘ବୀରଗାଥା’

Jitendra Dash
Browse all articles by Jitendra Dash
·2 years ago·2 min read
ଅମୃତ ପିଢିଙ୍କ ମଧ୍ୟରେ ରାଷ୍ଟ୍ର ନିର୍ମାଣର ଚେତନା ଜାଗ୍ରତ କରୁଛି ‘ବୀରଗାଥା’

ଅର୍ଗସ ବ୍ୟୁରୋ : ‘ପ୍ରୋଜେକ୍ଟ ବୀରଗାଥା’ ଆମର ଅମୃତପିଢିଙ୍କ ମଧ୍ୟରେ ଦେଶଭକ୍ତିର ଭାବନା, କର୍ତ୍ତବ୍ୟବୋଧ ଏବଂ ରାଷ୍ଟ୍ର ନିର୍ମାଣର ଚେତନା ଜାଗ୍ରତ କରିବାର ଏକ ସଶକ୍ତ ମାଧ୍ୟମ ବୋଲି ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଗୁରୁବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମପେ  ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।   

ଶିକ୍ଷା ମନ୍ତ୍ରଣାଳୟ ସହଯୋଗରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ସେନାର ଶୌର୍ଯ୍ୟ, ସେବା, ସମର୍ପଣ ଏବଂ ବଳିଦାନକୁ ନେଇ ସମସ୍ତ ଦେଶବାସୀ ଗର୍ବିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ଏବଂ ପ୍ରତିରକ୍ଷା ଏବଂ ଶିକ୍ଷା ମନ୍ତ୍ରଣାଳୟ ଉଦ୍ୟମରେ ସେନାର ଶୌର୍ଯ୍ୟ ଓ ବଳିଦାନକୁ ନୂଆପିଢିଙ୍କ ପାଖରେ ପରିଚିତ କରାଇବା ଲକ୍ଷ୍ୟରେ ପ୍ରୋଜେକ୍ଟ ବୀରଗାଥା ଏକ ଉତ୍ତମ ପ୍ଲାଟଫର୍ମ । ବୀରଗାଥା ୩.୦ ପ୍ରତିଯୋଗିତାରେ  ୧.୩୬ କୋଟି ବିଦ୍ୟାର୍ଥୀ ସାମିଲ ହେବା ଭାଗିଦାରୀ ଖୁସିର ବିଷୟ । କିନ୍ତୁ ଆମକୁ ବୀରଗାଥା ଭଳି ପ୍ରେରଣାଦାୟୀ ପରମ୍ପରାକୁ ଭାରତର ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା କରିବା ଦରକାର ।

କର୍ତ୍ତବ୍ୟ ବୋଧ ଏବଂ ରାଷ୍ଟ୍ର ନିର୍ମାଣର ଚେତନା ଯେତେବେଳେ ସମସ୍ତଙ୍କ ମଧ୍ୟରେ ଜାଗ୍ରତ ହେବ, ଆମେ ସମସ୍ତେ ୨୦୪୭ ପର୍ଯ୍ୟନ୍ତ ବିକଶିତ ଭାରତ ଲକ୍ଷ୍ୟ ହାସଲ କରିପାରିବା । ଆଜି ଆମେ ଯେତେବେଳେ ଏକ ନୂଆ ସମୟରେ ପ୍ରବେଶ କରୁଅଛେ ଭାରତ ଭଳି ଯୁବବର୍ଗର ଦେଶ ପାଖରେ ସମଗ୍ର ମାନବତାର ଦାୟିତ୍ୱ ଅଛି । ବୀରଗାଥା ପ୍ରତିଯୋଗିତା ଭାରତର ଐତିହ୍ୟ, ମୂଲ୍ୟବୋଧ ଏବଂ ସ୍ୱାଧୀନତା ପରେ ବୀରତ୍ୱକୁ ପୁନର୍ଜୀବିତ କରିବାର ଅବସର ଦେଇଛି । ନୂଆପିଢି ପାଇଁ ବୀରଗାଥା ଭଳି ପ୍ରେରଣାଦାୟୀ ପରମ୍ପରା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।  

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଉଲ୍ଲେଖନୀୟ ଯେ, ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ସେନାର ମୁଖ୍ୟଙ୍କ ସହ ବୀରଗାଥା ୩.୦ ପ୍ରତିଯୋଗିତାର ବିଜେତାଙ୍କୁ ସମ୍ମାନିତ କରିଛନ୍ତି । ଏହି ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ କାର୍ଯ୍ୟକାଳରେ ପ୍ରଥମ ଥର ପାଇଁ ‘ପ୍ରୋଜେକ୍ଟ ବୀରଗାଥା ୩.୦’ ର ବିଜେତା ତଥା କଟକର ଡିଏଭି ପବ୍ଲିକ ସ୍କୁଲରେ ଏକାଦଶ ଶ୍ରେଣୀରେ ପଢୁଥିବା ଛାତ୍ରୀ ସୁଶ୍ରୀ ବର୍ଣ୍ଣାଳି ସାହୁଙ୍କୁ ତାଙ୍କ ତରଫରୁ ଭାଷଣ ଦେବା ପାଇଁ କହିଥିଲେ । ବର୍ଣ୍ଣାଳିଙ୍କ ଭାଷଣ ସରିବା ପରେ କରତାଳି ଦେଇ ଉଭୟ କେନ୍ଦ୍ରମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ । ସୁଶ୍ରୀ ସାହୁଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର କଳ୍ପନାକୁ ସାକାର କରିବାରେ ଦେଶର ଯୁବବର୍ଗ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।