|
logo
Live

Argus News - ସନ୍ଥ କବି ଭୀମ ଭୋଇଙ୍କ ଉପରେ ଅନ୍ତର୍ଜାତୀୟ ସେମିନାରରେ କେନ୍ଦ୍ରମନ୍ତ୍ରୀ

Odisha

ସନ୍ଥ କବି ଭୀମ ଭୋଇଙ୍କ ଉପରେ ଅନ୍ତର୍ଜାତୀୟ ସେମିନାରରେ କେନ୍ଦ୍ରମନ୍ତ୍ରୀ

Manini Pattanayak
Browse all articles by Manini Pattanayak
·2 years ago·2 min read
ସନ୍ଥ କବି ଭୀମ ଭୋଇଙ୍କ ଉପରେ ଅନ୍ତର୍ଜାତୀୟ ସେମିନାରରେ କେନ୍ଦ୍ରମନ୍ତ୍ରୀ

 ଭୁବନେଶ୍ୱର: ସନ୍ଥ କବି ଭୀମ ଭୋଇ ଏବଂ ମହିମା ସଂସ୍କୃତିର ପରମ୍ପରା ଆଧାରିତ 3 ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳନୀର ଶୁଭ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଭୁବନେଶ୍ୱର ସ୍ଥିତ ଶିକ୍ଷା ଏବଂ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ - 2ର ଅଡିଟୋରିୟରେ ସମ୍ମିଳନୀ ଆୟୋଜିତ ହୋଇଛି ।  ଏହି  ଅବସରରେ ଶ୍ରୀ ପ୍ରଧାନ କହିଥିଲେ, ଓଡ଼ିଶାର ଆତ୍ମା ଏଠାକାର ସାଧୁ, ସନ୍ଥ ଏବଂ ସନ୍ୟାସୀର ଜୀବନ ଦର୍ଶନ ଭିତରେ ଅଛି ।

ଇଂରେଜ ଶାସନ ସମୟରେ କିଛି ମୁଷ୍ଟିମେୟ ଲୋକ ସମାଜକୁ ଉପେକ୍ଷା କରୁଥିଲେ । ସମାଜବାଦର ସଠିକ୍ ପ୍ରତିନିଧି ଥିଲେ ମହିମା ଗୋସେଇଁ ଏବଂ ସନ୍ଥ କବି ଭୀମଭୋଇ । କାର୍ଲ ମାର୍କସଙ୍କ ଠାରୁ ବଡ ସମାଜବାଦର କ୍ରାନ୍ତିକାରୀ ଥିଲେ ଭୀମ ଭୋଇ ଏବଂ ମହିମା ଗୋସେଇଁ । ଲକ୍ଷ୍ମୀ ପୁରାଣର ତତ୍ତ୍ଵ ଏବଂ ମହିମା ଗୋସେଇଁ ତତ୍ତ୍ଵ ଭିତରେ କୌଣସି ଫରକ୍ ନଥିଲା । ଗରିବ ଏବଂ ନିଷ୍ପେସିତଙ୍କ ସେବା କଲେ ଭଗବାନ ମିଳିବେ  ବୋଲି ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଉଦବୋଧନରେ କହିଛନ୍ତି।  

ଏହି ସମ୍ମିଳନୀକୁ  ସେଣ୍ଟ୍ରାଲ ଟ୍ରାଇବାଲ ବିଶ୍ୱବିଦ୍ୟାଳୟ, ବିଜୟନଗରମ, ଆନ୍ଧ୍ରପ୍ରଦେଶ, କେନ୍ଦ୍ରୀୟ ବିଶ୍ୱବଦ୍ୟାଳୟ କୋରାପୁଟ, ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବିଲାସପୁର ଏବଂ ଇଣ୍ଡିଆନ କାଉନସିଲ ଅଫ ସୋସିଆଲ ସାଇନସ ରିସର୍ଚ୍ଚ ମିଳିତ ଭାବେ କର୍ମଶାଳା ଆୟୋଜନ କରିଛନ୍ତି । ସମ୍ମିଳନୀରେ ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ଲେଖକ, କବି, ସାହିତ୍ୟିକ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି ଭାଗ ନେଇଛନ୍ତି । ଓଡିଶାରୁ ଅନେକ ସାଧୁ, ସନ୍ଥ ମଧ୍ୟ ଏହି କର୍ମଶାଳାରେ ଯୋଗ ଦେଇଛନ୍ତି । ସନ୍ଥ କବି ଭୀମ ଭୋଇଙ୍କ ଶିକ୍ଷା, ମାର୍ଗଦର୍ଶନକୁ ଆଗକୁ ନେବା ପାଇଁ କର୍ମଶାଳା ଆୟୋଜନ କରାଯାଇଛି ।  ଏଥିସହିତ  7ଟି ରାଜ୍ୟ ଏବଂ 4ଟି ଦେଶରୁ ପ୍ରତିନିଧି ଯୋଗ ଦେଇଛନ୍ତି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସନ୍ଥ କବି ଭୀମ ଭୋଇଙ୍କ ଉପରେ ଅନ୍ତର୍ଜାତୀୟ ସେମିନାରରେ କେନ୍ଦ୍ରମନ୍ତ୍ରୀ | Argus News