Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Dharmendra Pradhan Birthday / ୫୭ ବର୍ଷରେ ପାଦ ଥାପିଲେ ଧର୍ମେନ୍ଦ୍ର ପ୍ରଧାନ, ଜନ୍ମଦିନରେ ଛୁଟିଲା ଶୁଭେଚ୍ଛାର ସୁଅ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
୫୭ ବର୍ଷରେ ପାଦ ଥାପିଲେ ଧର୍ମେନ୍ଦ୍ର ପ୍ରଧାନ, ଜନ୍ମଦିନରେ ଛୁଟିଲା ଶୁଭେଚ୍ଛାର ସୁଅ
Dharmendra Pradhan

Key Points

ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ
ରାଜନାଥ, ଗଡ଼କରୀଙ୍କ ଶୁଭେଚ୍ଛା ବାର୍ତ୍ତା
ଜାଣନ୍ତୁ ତାଙ୍କ ରାଜନୈତିକ ଯାତ୍ରା
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଜନ୍ମଦିନ । ୫୭ ବର୍ଷରେ ପାଦ ଥାପିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୧୯୬୯ ମସିହା ଜୁନ ୨୬ ତାରିଖରେ ଧର୍ମେନ୍ଦ୍ର ଜନ୍ମଗ୍ରହଣ କରିଥିଲେ । ଜନ୍ମଦିନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ରାଜନାଥ ସିଂ ଲେଖିଛନ୍ତି, 'ସେ ଜଣେ ତୃଣମୂଳ ସ୍ତରର ନେତା, ଯିଏ ଦଳ ଏବଂ ଦେଶ ସେବା ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି । ତାଙ୍କ ସୁସ୍ଥତା ଏବଂ ଦୀର୍ଘ ଜୀବନ କାମନା କରୁଛି'' ।



ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ । ତାଙ୍କର ଉତ୍ତମ ସ୍ବାସ୍ଥ୍ୟ, ଦୀର୍ଘ ଓ ମଙ୍ଗଳମୟ ଜୀବନ କାମନା କରିଛନ୍ତି ଗଡ଼କରୀ ।



ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସେ ଧର୍ମେନ୍ଦ୍ରଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଛନ୍ତି ।


ଧର୍ମେନ୍ଦ୍ର ପ୍ରଧାନ ୧୯୮୩ ମସିହାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ସଂଘର କାର୍ଯ୍ୟକର୍ତ୍ତା ଭାବେ ନିଜର ରାଜନୈତିକ ଭବିଷ୍ୟ ଆରମ୍ଭ କରିଥିଲେ । ସେ ୨୦୦୦ ମସିହାରେ ପାଲଲହଡା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ରେ ଦେବଗଡ଼ ସଂସଦୀୟ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହେବା ସହ ୨୦୦୪ରୁ ୨୦୦୬ ଯାଏଁ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ନିର୍ବାହ କରିଥିଲେ ।

ଏହା ସହ ବିହାର, ଉତ୍ତରାଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ ପ୍ରଭୃତି ରାଜ୍ୟର ପ୍ରଭାରୀ ଭାବେ ଦାୟିତ୍ଵ ନେଇ ସୁଚାରୁରୂପେ ସାଙ୍ଗଠନିକ ଉନ୍ନତି କରି ରାଷ୍ଟ୍ରୀୟ ନେତୃତ୍ୱଙ୍କ ପାଇଁ ଏକ ଭରସାଯୋଗ୍ୟ ଓ ଦୁର୍ଦ୍ଦଶ ସେନାନୀ ପାଲଟିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ୨୦୧୦ ମସିହାରେ ଭାରତୀୟ ଜନତା ପାର୍ଟିର ସର୍ବଭାରତୀୟ ସାଧାରଣ ସମ୍ପାଦକ ହେବା ପରେ ୨ ଥର ରାଜ୍ୟସଭା ସାଂସଦ ଭାବରେ ପ୍ରତିନିଧିତ୍ବ କରିଛନ୍ତି । ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ସରକାରର ପ୍ରଥମ ପାଳିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ସହ କୌଶଳ ବିକାଶ ମନ୍ତ୍ରଣାଳୟର ଦାୟିତ୍ଵ ଗ୍ରହଣ କରି ଉଚ୍ଚପ୍ରଶଂସିତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ସଫଳ ରୂପାୟନ ପାଇଁ ରାଷ୍ଟ୍ରୀୟ ସ୍ତରରେ ସେ ଉଜ୍ଜଳ-ପୁରୁଷ ତଥା ଉଜ୍ବଳା ମ୍ୟାନ୍ ନାମରେ ପରିଚୟ ପାଇଥିଲେ । ବର୍ତ୍ତମାନ ମୋଦିଙ୍କ ତୃତୀୟ ପାଳିରେ ସେ ସମ୍ବଲପୁର ଲୋକସଭା ଆସନରୁ ବିଜୟ ହୋଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ସମୟରେ ନୂତନ ଶିକ୍ଷାନୀତି ଲାଗୁ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Birthday Greetings Flood In as Dharmendra Pradhan Turns 57 | Argus News