Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟବାସୀଙ୍କ ଆଗରେ ପାଣ୍ଡିଆନଙ୍କ ମିଛ ଧରାଇଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Manini Pattanayak
Browse all articles by Manini Pattanayak
·2 years ago·2 min read
ରାଜ୍ୟବାସୀଙ୍କ ଆଗରେ ପାଣ୍ଡିଆନଙ୍କ ମିଛ ଧରାଇଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:  ରାଜ୍ୟବାସୀଙ୍କ ଆଗରେ ପାଣ୍ଡିଆନଙ୍କ ମିଛ ଧରାଇଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିଶୁ ମୃତ୍ୟୁ ହାରରୁ ନେଇ ମୁଣ୍ଡ ପିଛା ସ୍ବାସ୍ଥ୍ୟ ଖର୍ଚ୍ଚ, ସବୁ କ୍ଷେତ୍ରରେ ଗୁଜରାଟଠାରୁ ଢେର ପଛରେ ଓଡ଼ିଶା । ବିକାଶ ମାନଚିତ୍ରରେ ଓଡ଼ିଶାକୁ ଏକ ନମ୍ବର କରିବାକୁ ଗ୍ୟାରେଣ୍ଟି ଦେଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ମିଛ ତଥ୍ୟ ଦେଇ ଭ୍ରମିତ କରିବାକୁ ପାଣ୍ଡିଆନ କରୁଛନ୍ତି ଅପଚେଷ୍ଟା । ଭୈରବ କହିଥିଲେ, କୁଆଡ଼େ ଗୁଜରାଟଠୁ ଭଲ ଓଡ଼ିଶା ।.

ଶିଶୁ ମୃତ୍ୟୁ ହାରରୁ ନେଇ ମୁଣ୍ଡ ପିଛା ସ୍ବାସ୍ଥ୍ୟ ଖର୍ଚ୍ଚ ସବୁ କ୍ଷେତ୍ରରେ ଗୁଜରାଟଠାରୁ ଢେର ପଛରେ ଓଡ଼ିଶା
ବିକାଶ ମାନଚିତ୍ରରେ ଓଡ଼ିଶାକୁ ଏକ ନମ୍ବର କରିବାକୁ ଗ୍ୟାରେଣ୍ଟି ଦେଇଛନ୍ତି ମୋଦି
ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ମିଛ ତଥ୍ୟ ଦେଇ ଭ୍ରମିତ କରିବାକୁ ପାଣ୍ଡିଆନ କରୁଛନ୍ତି ଅପଚେଷ୍ଟା
ଭୈରବ କହିଥିଲେ କୁଆଡ଼େ ଗୁଜରାଟଠୁ ଭଲ ଓଡ଼ିଶା

ଭରପୁର ପ୍ରାକୃତିକ ସମ୍ପଦ, କୁଶଳୀ ଶ୍ରମ ଶକ୍ତି, ଅପାର ସମ୍ଭାବନା ତଥାପି ଗରିବ ଓଡ଼ିଶା, ବିକାଶ ମାନଚିତ୍ରରେ ଢେର ପଛରେ। ବିଜେପି ସରକାର ହେଲେ ଓଡ଼ିଶାକୁ 1 ନଂ ରାଜ୍ୟ କରିବାକୁ ଗ୍ୟାରେଣ୍ଟି ଦେଇଛନ୍ତି ମୋଦି ।  ପ୍ରଧାନମନ୍ତ୍ରୀଙ୍କ 1 ନଂ ଆହ୍ବାନକୁ ନେଇ ବ୍ୟତିବ୍ୟସ୍ତ ବିଜେଡି । ପରାଜୟ ଭୟରେ ମିଛ ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ବିଜେଡିର ନଂ 2 ଷ୍ଟାର ପ୍ରଚାରକ ଭି. କେ ପାଣ୍ଡିଆନ। କହୁଛନ୍ତି ବିକାଶ କ୍ଷେତ୍ରରେ କୁଆଡ଼େ ଗୁଜରାଟଠାରୁ ଭଲ ଓଡ଼ିଶା।  ବିକାଶ ମାନଚିତ୍ରରେ କିଏ ଉପରେ ? କେଉଁଠି ଗୁଜରାଟ ଆଉ କେଉଁଠି ଓଡ଼ିଶା ? ଏ ନେଇ ଭି. କେ ପାଣ୍ଡିଆନଙ୍କ ମିଛ ଧରାଇ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାରଙ୍କ ତଥ୍ୟ ଓ ବିଭିନ୍ନ ନିରପେକ୍ଷ ସଂସ୍ଥା ମାନଙ୍କର ରିପୋର୍ଟ ଆଧାରରେ ପାଣ୍ଡିଆନଙ୍କ ମିଛର କରିଛନ୍ତି ପର୍ଦ୍ଦାଫାସ୍।  25 ବର୍ଷ ଧରି ମୁଖ୍ୟମନ୍ତ୍ରୀ ଜିତି ଆସୁଥିବା ନିର୍ବାଚନମଣ୍ଡଳି ହିଞ୍ଜିଳି ସହ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରୁ ହିଁ ଗୁଜରାଟକୁ କାହିଁକି ସବୁଠାରୁ ବେଶୀ ଲୋକ କାମ କରିବାକୁ ଯାଉଛନ୍ତି। ଏ ନେଇ 25 ବର୍ଷର ସରକାର ଅପାରଗତା ଓ ଅପାରଗ ନେତୃତ୍ବକୁ ଦାୟୀ କରିଛନ୍ତି  ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡିଶା ଖବର 

Sponsored
Union Minister Dharmendra Pradhan caught Pandian's lie in front of the people of the state | Argus News