କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଢାଇଲେ ସହଯୋଗର ହାତ

ଅର୍ଗସ ବ୍ୟୁରୋ: ଜୀବନ ମରଣ ସହ ସଂଗ୍ରାମ କରୁଥିଲେ। ଫେରାଇ ଆଣିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୧୭ମାସ ଧରି ଇରାକରେ ଫସିରହିଥିଲେ କଣାସ ବ୍ଲକ ବେଢାତଣ୍ଡୁଳ ଗ୍ରାମର ବିମଲ ରଣଜିତ୍। ଓଡିଶା ଫେରିବାର ଆଶା ମଧ୍ୟ ଛାଡିଦେଇଥିଲେ ବିମଲ ଏବଂ ତାଙ୍କ ପରିବାର। କିନ୍ତୁ ଧର୍ମେନ୍ଦ୍ରଙ୍କ ହସ୍ତକ୍ଷପ ପରେ ସୁରକ୍ଷିତ ଭାବେ ଜନ୍ମମାଟିକୁ ଫେରିଆସିଛନ୍ତି ବିମଲ।
ଧର୍ମେନ୍ଦ୍ରଙ୍କ ହସ୍ତକ୍ଷପ ପରେ ମା' ପାଖକୁ ଫେରିଲା ପୁଅ। ଦିନେ ଭେଣ୍ଡିଆ ପୁଅକୁ ଫେରିପାଇବାର ଆଶା ଛାଡି ଦେଇଥିଲେ। କେନ୍ଦ୍ର ମନ୍ତ୍ରୀଙ୍କୁ ଗୁହାରୀ ଶୁଣାଇଥିଲେ। ମା'ର ଦୁଃଖ ଶୁଣି ତୁରନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୁଃଖଶୁଣିବାର ୧୫ଦିନ ମଧ୍ୟରେ ମଧ୍ୟରେ ଇରାକରୁ ଓଡିଆ ପୁଅକୁ ଫେରାଇ ଆଣିଲେ ଧର୍ମେନ୍ଦ୍ର। ଧନ୍ୟବାଦ ଦେଲେ ପରିବାର ଲୋକେ ଏବଂ ଗ୍ରାମବାସୀ।
ଏମିତି କିଛି ଘଟିଥିଲା ଘଟଣା। ପରିବାର ପ୍ରତିପୋଷଣ ପାଇଁ ୨୦୨୩ ମସିହା ଫେବୁୟାରୀ ମାସରେ ଇରାକ୍ ଯାଇଥିଲେ ପୁରୀ ଜିଲ୍ଲା କଣାସ ବ୍ଲକ ବେଢାତଣ୍ଡୁଳ ଗ୍ରାମର ବିମଲ ରଣଜିତ୍। କ୍ରେନ୍ ଡ୍ରାଇଭର ଭାବରେ ୧୫ ମାସ ପର୍ଯ୍ୟନ୍ତ ଠିକ୍ ଠାକ୍ କାର୍ଯ୍ୟ କରିଥିଲେ ବିମଲ। ୨ବର୍ଷର ଚୁକ୍ତି ମଧ୍ୟ କରିଥିଲା ସମ୍ପୃକ୍ତ କମ୍ପାନି। କିନ୍ତୁ ଗତ ୨ ମାସ ପୂର୍ବରୁ ବିମଲ ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସା ସୁବିଧା ନ ମିଳିବାରୁ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ତାଙ୍କର। ଘରକୁ ଫେରି ଆସିବାକୁ ସମ୍ପୃକ୍ତ କମ୍ପାନିକୁ ନିବେଦନ କରିଥିଲେ ବିମଲ। ହେଲେ ଛାଡିବାକୁ ରୋକ ଠୋକ୍ ମନା କରିଦେଥିଲା ଉକ୍ତ କମ୍ପାନି। ଅକଥନୀୟ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିଲା କମ୍ପାନି। ଫୋନ ଯୋଗେ ଘରକୁ ଏସମ୍ପର୍କରେ ବିମଲ ଜଣାଇଥିଲେ। ଏହାପରେ ପରିବାର ଲୋକେ ଲିଖିତ ଭାବରେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଥିଲେ।
📱 Get Argus News App
✨୨ବର୍ଷ ପୂରଣ ନ ହେଲେ ଯାଇପାରିବନି ବୋଲି ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ କହିଥିଲେ। ଶେଷରେ ଓଡିଶା ଡ୍ରାଇଭର ମହାସଂଘର କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରା ଏବଂ କଣାସ ବ୍ଲକର ସମାଜସେବୀ ମନୋଜ ବଳିଆରସିଂ ଏବଂ ପରିବାର ଲୋକେ ବିମଲଙ୍କୁ ଓଡିଶା ଫେରାଇ ଆଣିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠିଲେଖି ଅନୁରୋଧ କରିଥିଲେ। ଚିଠି ଲେଖିବାର ୧୫ଦିନ ଭିତରେ ସୁରକ୍ଷୀତ ଭାବେ ନିଜ ଗାଁରେ ପହଞ୍ଚିଛନ୍ତି ବିମଲ ରଣଜିତ୍।
ପୁଅ ଫେରିବା ପରେ ପରିବାର ଲୋକେ ଏବଂ ଗ୍ରାମବାସୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମାଜସେବୀ ମନୋଜ ବଳିଆରସିଂ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଏଭଳି କାର୍ଯ୍ୟକରି ଓଡିଶାବାସୀଙ୍କୁ ସବୁବେଳେ ଗର୍ବିତ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର