Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡିଆ ଅସ୍ମିତାକୁ ବଜାୟୀ ରଖିବାକୁ ନେଲେ ଶପଥ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଓଡିଆ ଅସ୍ମିତାକୁ ବଜାୟୀ ରଖିବାକୁ ନେଲେ ଶପଥ 

ସମ୍ବଲପୁର: ସମ୍ବଲପୁର ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ଭରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାମାଙ୍କନ ଭରୁ ଭରୁ ୨୪ ବର୍ଷର  ସ୍ଥିର ସରକାର ଉପରେ ବର୍ଷିଛନ୍ତି । ମୌଳିକ ସୁବିଧାରୁ ବଂଚିତ ଅଛନ୍ତି ସାଧାରଣ ଲୋକ । ରୋଜଗାର ନାହିଁ, ଡାକ୍ତର ଖାନାରେ ଡାକ୍ତର ନାହାନ୍ତି, ସରକାରୀ ସ୍କୁଲରେ ଶିକ୍ଷକ ନାହାନ୍ତି, ମହିଳାଙ୍କ କଥା ଓଡିଶାରେ ଅକଥନୀୟ, ଗରିବଙ୍କ ପାଇଁ କଣ କରିଛନ୍ତି ସରକାର ? ଏସବୁ ଜନଆକ୍ରୋଶର ସମାଧାନ କେବେ ହେବ ? ସ୍ଥିର ସରକାର କେବଳ ସରକାର ଗଢିବାରେ ବ୍ୟସ୍ତ ? ସମସ୍ୟାର ସମାଧାନ କରିବ କିଏ ?

ଏହା ସହ ପ୍ରତିଶ୍ରୁତି ଦେଇ  କହିଛନ୍ତି , ସମ୍ବଲପୁର ମୋ ଘର , ଓଡିଆ ମାଟିର ପୁଅ, ଓଡିଆ ଅସ୍ମିତାକୁ ବଜାୟୀ ରଖିବା ସହ ସୁଖ ଦୁଖର ସାଥୀ ହେବି । ସୁଖରେ ରହିବା ସହ ଲୋକଙ୍କର ସବୁ ସମସ୍ୟାର ସାଥୀ ହେବି । ଲୋକଙ୍କ ଆଙ୍କାକ୍ଷା ପୂରଣ କରିବା ପାଇଁ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ,  କେନ୍ଦ୍ର ପ୍ରଶାସନ ସମସ୍ତଙ୍କ ପାଖରେ ବୈଷୟିକ ସ୍ତରରେ ସମସ୍ତ ପଦକ୍ଷେପ ନେବି । ଏ ସବୁ ପାଇଁ ବଚନ ଦେଲି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister Dharmendra Pradhan has filled nominations for Sambalpur parliamentary constituency. | Argus News