Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରେସମିଟ୍‌ କଲେ, ରାଜ୍ୟ ସରକାରଙ୍କ ପୋଲ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·3 min read
ପ୍ରେସମିଟ୍‌ କଲେ, ରାଜ୍ୟ ସରକାରଙ୍କ ପୋଲ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ : ପ୍ରେସମିଟ୍‌ କଲେ, ରାଜ୍ୟ ସରକାରଙ୍କ ପୋଲ ଖୋଲିଲେ । ଧର୍ମେନ୍ଦ୍ରଙ୍କୁ ନେଇ ପୁଣି ବଢିଲା ଚର୍ଚ୍ଚା । କାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ୨୧ ଲୋକସଭା ଆସନରୁ ୨୧ ସିଟ୍‌  ଆମର ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହାସହ ନରେନ୍ଦ୍ର ମୋଦିଙ୍କ ପ୍ରତି ଓଡ଼ିଶାବାସୀଙ୍କ ବିଶ୍ବାସ ଓ ଭରସା ବଢିଛି । ଘରେ ଘରେ ମହିଳା, ବୟସ୍କ, ଯୁବକ ମାନେ ୧୦ ବର୍ଷରେ ମୋଦିଙ୍କ କାର୍ଯ୍ୟ ପ୍ରତି ବିଶ୍ଵାସ ବଢିଛି । ସାମାଜିକ, ଭିତ୍ତିଭୂମି ଆଦିରେ ଦୃଢ଼ କାମ ଏବଂ ଓଡ଼ିଶା ଲାଭର୍ଥି ହୋଇଥିବା କାରଣରୁ ରାଜ୍ୟରେ ମୋଦିଙ୍କ ବିଶ୍ଵସନିୟତା ବହୁତ ଅଧିକ ବୋଲି ସେ କହିଛନ୍ତି । 

ପ୍ରଧାନମନ୍ତ୍ରୀ ଟିଭି ସାକ୍ଷାତକାରରେ କହିଥିଲେ, ୨୪ ବର୍ଷ ଶାସନ ପରେ ବି ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ଏଭଳି ସ୍ଥିତିରେ କାହିଁକି ଅଛି ? ବିଭିନ୍ନ କ୍ଷେତ୍ରରେ ଓଡ଼ିଶାରେ ତଳ ଆଡ଼େ ଅଛି । ଓଡ଼ିଶାର ଏଭଳି ସ୍ଥିତି କାହିଁକି ? ଓଡ଼ିଆରେ ବିକାଶ ହୋଇ ପାରୁନାହିଁ । ବିଜେପିକୁ ଆଶୀର୍ବାଦ କଲେ, ଓଡ଼ିଶା ୧ ନମ୍ବର ହେବ । ସମାଜରେ ସବୁଠୁ ବଡ଼ ପ୍ରଶ୍ନ । ଓଡ଼ିଆ ଗୌରବ, ଅସ୍ମିତା ଓ ସଂସ୍କୃତି ଉପରେ ପ୍ରଶ୍ନ ଚିହ୍ନ ଲାଗିଛି । ହଜାରେ ବର୍ଷର ସଭ୍ୟତା ସଂସ୍କୃତି ପ୍ରଶ୍ନ ହୋଇ ଛିଡା ହୋଇଛି । ବିଜେପି ଏହି ଅପଚେଷ୍ଟାକୁ ସଫଳ ହେବାକୁ ଦେବ ନାହିଁ । 

ସେହିଭଳି,  ଗତ ୧୦ ବର୍ଷରେ  ମୋଦିଙ୍କ କାର୍ଯ୍ୟ ପ୍ରଣାଳୀରେ ସବୁଠୁ ଅଧିକ ଲାଭ ପାଇଛି ଓଡ଼ିଶା । ୨୦୦୪ରୁ ୨୦୧୪ ଭିତରେ କଂଗ୍ରେସ ଶାସନ ସମୟରେ ଓଡ଼ିଶା ୩ ଲକ୍ଷ କୋଟି ଟଙ୍କା ପାଇଥିଲା । ମୋଦି ଶାସନ ଅର୍ଥାତ ୨୦୧୪ରୁ ୨୦୨୪ ଭିତରେ ୧୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଓଡ଼ିଶା ଅନୁଦାନ ପାଇଛି । ମୋଦିଙ୍କ ରୂପାନ୍ତରଣ କାରଣରୁ ଡିଏମଏଫରେ ୨୩ ହାଜର କୋଟି ଟଙ୍କା ଅଧିକ ମିଳିଛି । ପ୍ରଧାନମନ୍ତ୍ରୀ ଆବାସ, ରେଳ, ରାସ୍ତା, ବିମାନ ସେବା, ଗରିବ କଲ୍ୟାଣ ଆଦି ଯୋଜନାରେ ଏହି ଅନୁଦାନ ମିଳିଛି ।  

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ମଧ୍ୟ କହିଛନ୍ତି, ପ୍ରାଥମିକ ଶିକ୍ଷା, ଉଚ୍ଚ ଶିକ୍ଷା କଥା ନକହିବା ଭଲ । ସ୍କୁଲ ପିଲାଙ୍କ ଡ୍ରପ୍ ଆଉଟ୍ ସଂଖ୍ୟା ବଢୁଛି । ଅପପୁଷ୍ଟି ସବୁଠୁ ଅଧିକ, ୬୦ ଭାଗ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର । ୬୦ ଭାଗ ଶିଶୁ କୁପୋଷଣର ଶିକାର । ୨୦୩୬ ବେଳକୁ ଓଡ଼ିଶାର ପିଲା କେମିତି ଅବସ୍ଥାରେ ଥିବେ ? ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ସେହିଭଳି, ପୁରୀ ମନ୍ଦିରର ଅସ୍ମିତା ଓ ସଂସ୍କୃତି ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି,  ରଥଯାତ୍ରା ବନ୍ଦ କରିବା ପାଇଁ କିଏ ପିଆଇଏଲ କରିଥିଲା ? ରଥ ତିଆରି ନକରିବା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲେ ? ରଥଯାତ୍ରା ବନ୍ଦ କରିବା ପାଇଁ ପିଆଇଏଲ କରି ନଥିଲି ବୋଲି ମୁଖ୍ୟମନ୍ତ୍ରୀଙ୍କ ନୈତିକତା ଥିଲେ ଉତ୍ତର ଦିଅନ୍ତୁ ବୋଲି କହିଛନ୍ତି ଶ୍ରୀ ପ୍ରଧାନ  ।  ସେହିଭଳି, ପୁରୀରେ ଅନେକ ପୁରାତନ ମଠ ଭଙ୍ଗା ଗଲା । ଏମାର ମଠ ଭାଙ୍ଗିଲା ବେଳେ ୧୩୦୦ ଶତାବ୍ଦୀର ସିଂହ ମୂର୍ତ୍ତୀ ବାହାରିଲା । ସେ ଜାଗାରେ ପେଭର ବ୍ଲକ ପକାଇ କହିଲେ ଏହା ସୌନ୍ଦର୍ଯ୍ୟକରଣ କୁହାଯିବ କି । 

ଅଧିକ ପଢନ୍ତୁ :  ନବୀନଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଯାଜପୁର ଜିଲ୍ଲା ପାରାଭାଡ଼ି ପାହାଡ ଅଛି । ଓଏମସି ସେଠି ଖନନ କରୁଛି । ସେଠାରୁ ଅଷ୍ଟମ ଶତାବ୍ଦୀ ସମୟର ବୁଦ୍ଧ କୀର୍ତ୍ତି ବାହାରିଲା । ତାହା କୁଆଡେ ଗଲା ? ଦଳେ ବିବେକ ହୀନ ଭାଡାଟିଆଙ୍କୁ ଧରି ଆମକୁ ସମାଲୋଚନା କରୁଛନ୍ତି । ଲୋକ ଜାଗୃତି ତିଆରି କରିବା ପାଇଁ ମୁଁ କେବେ ପଛାଇବି ନାହିଁ । ୨୦୩୬ରେ ଓଡ଼ିଆ ପିଲାର ସ୍ବାସ୍ଥ୍ୟ କଣ ହେବ । ଓଡ଼ିଆ ପିଲା ବାହାର ରାଜ୍ୟକୁ ଯିବା, ଏହା ଓଡ଼ିଆ ଅସ୍ମିତାର ବିଷୟ । ୨୪ ବର୍ଷ ଶାସନ କରି ନିଜକୁ ମାଲିକ ଭାବୁଛନ୍ତି । ଗୁଡ଼ାଏ କଥା ମୁଖ୍ୟମନ୍ତ୍ରୀ ଜାଣୁ ନଥିବେ । ଓଡ଼ିଆ ଅସ୍ତିତ୍ବ ଓ ଭବିଷ୍ୟତ ପାଇଁ ଏଥର ନିର୍ବାଚନ ଓଡ଼ିଶାରେ ହେବ । ତେଣି ଏଥର ଓଡ଼ିଶାରେ ବିଜେପି ସରକାର ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ  ।

Sponsored
Union Minister Dharmendra Pradhan Holds Press Meet | Argus News