Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାବା ଧବଳେଶ୍ୱରଙ୍କ ଆଶୀର୍ବାଦ ନେଲେ ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବାବା ଧବଳେଶ୍ୱରଙ୍କ ଆଶୀର୍ବାଦ ନେଲେ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆସ୍ଥା ସହ ନଖେଳନ୍ତୁ ରାଜ୍ୟ ସରକାର। ଧବଳେଶ୍ବର ପୀଠରେ ଅବ୍ୟବସ୍ଥା ନେଇ ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ ଆସ୍ଥା ତୁଳନାରେ ଏଠାରେ ହୋଇନି ବ୍ୟବସ୍ଥା । ପବିତ୍ରମାସର ଶେଷ ଦିନରେ ସକାଳୁ ଶ୍ରଦ୍ଧାଳୁଙ୍କ ଗହଣରେ ଯାଇ ବାବାଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ।

ଆଠଗଡ ଧବଳେଶ୍ବର ପୀଠରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଆଜି ଯୋଗୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ବାବାଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଜି ଭଳି ଦିନରେ ବାବାଙ୍କ ଦର୍ଶନ କରି କୁତାର୍ଥ ଲାଭ କଲି । ଏହି ପୀଠ ପ୍ରତି ଆମ ଓଡ଼ିଆଙ୍କ ଆସ୍ଥା ତୁଳନାରେ ବ୍ୟବସ୍ଥା ନାହିଁ । ମୋ କ୍ଷମତା ଭିତରେ ଯାହା କରିହେବ ନିଶ୍ଚିତ କରିବି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister dharmendra pradhan in Dhabaleswar temple | Argus News