Videos
|
Odisha

ବିଜେଡିର ଇସ୍ତାହାରକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ritu Das
Browse all articles by Ritu Das
·2 years ago·1 min read
ବିଜେଡିର ଇସ୍ତାହାରକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ବିଜେଡିର ଇସ୍ତାହାରକୁ ନେଇ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। `ବିଜେଡି ଇସ୍ତାହାରରେ କିଛି ନୂଆ ନାହିଁ, କାଗଜର ଦସ୍ତାବିଜ୍' । `ବିଜେଡିର ଇସ୍ତାହାର ଲୋକଦେଖାଣିଆ, କାଗଜର ଦସ୍ତାବିଜ୍' । `ବିଜେପି ସଂକଳ୍ପପତ୍ରକୁ ବିଜେଡି ତା'ର ଇସ୍ତାହାରରେ କପି କରିବାକୁ ଚେଷ୍ଟା କରିଛି' । ବିଜେଡି କହୁଛି 2 ଲକ୍ଷ ଚାକିରି ଦେବୁ, 24 ବର୍ଷ ହେଲା ଥିଲ, କ'ଣ କରୁଥଲ ? ।  

ବିଧାନସଭାରେ ଏକ ଲକ୍ଷ ଚାକିରି ଖାଲି ଥିବା କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହିଁକି ପୂରଣ ହୋଇନି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ବିଜେଡି 2014 ଓ 19 ଇସ୍ତାହାର ଭଳି ଏଥର ବି ପ୍ରତାରଣା କରିବ । ବିଜେଡିର ବିଚାରଶୂନ୍ୟତା ଇସ୍ତାହାର, କଳ୍ପନାର ଅଭାବ ରହିଛି । ବାରମ୍ବାର ଲୋକଙ୍କୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଆସୁଛି ବିଜେଡି ସରକାର।

ଓଡ଼ିଶାରେ ବିଜେପି ସରକାର କଲେ ଚାଷୀଙ୍କ ହିତ ପାଇଁ ଅନେକ କାର୍ଯ୍ୟ କରାଯିବ । ଚାଷୀମାନଙ୍କ ସୁବିଧା ପାଇଁ ଶୀତଳଭଣ୍ଡାର କରାଯିବ । ଧାନର MSP କ୍ଵିଣ୍ଟାଲ୍ ପିଛା 3100 ଟଙ୍କା ଦିଆଯିବ । ଯୁଯୁମୁରା ନିଲଡୁଙ୍ଗୁରିରେ ଟର୍ମିନାଲ୍ ମାର୍କେଟ୍ କମ୍ପ୍ଲେକ୍ସ ଆଗେଇଲାନି । ଶିଳାନ୍ୟାସର 10 ବର୍ଷ ପରେ ବି ନିର୍ମାଣ କାମ ହେଲାନି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ବିଜେପି ସରକାର ଆସିଲେ ଚାଷୀଙ୍କ ଦୁଃଖ ଦୂର ହେବା ସହ ବିଭିନ୍ନ ସମସ୍ୟାର ସମାଧାନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: