Videos
|
Odisha

ଆଜି ଦିନ ୧୨ଟାରେ ତାଳଚେର ଦିନଦୟାଲ ନଗରରେ ପହଂଚିବେ ଧର୍ମେନ୍ଦ୍ର

Banajyotshna Ray
Browse all articles by Banajyotshna Ray
·2 years ago
ଆଜି ଦିନ ୧୨ଟାରେ ତାଳଚେର ଦିନଦୟାଲ ନଗରରେ ପହଂଚିବେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ:  ଆଜିଠୁ ୪ ଦିନିଆ ଅନୁଗୁଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଦିନ 12ଟାରେ ତାଳଚେର ଦିନଦୟାଲ ନଗରରେ ପହଂଚିବେ ଧର୍ମେନ୍ଦ୍ର ପ୍ରଧାନ । ସେଠାରୁ ଦିନ ୨ ଟାରେ କଣିହାଁ ବ୍ଲକ ଗସ୍ତ କରି ନାଲମ ଗ୍ରାମରେ ପ୍ରଭୁ ନୃସିଂହ ଠାକୁରଙ୍କର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। ପରେ ଅନୁଗୁଳ ଯାଇ ରାତ୍ରି ଯାପନ କରିବେ। ଏପ୍ରିଲ 3ରେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏପ୍ରିଲ 4ରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ  ଦିନ ତମାମ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ ଧର୍ମେନ୍ଦ୍ର ପ୍ରଧାନ ।

ଅନୁଗୁଳ ରେ ରାତ୍ରୀଯାପନ କରିବା ସହ ୫ ଏପ୍ରିଲ ରେ ବଇଂଣ୍ଡାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ସମ୍ବଲପୁରରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି  ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Union Minister Dharmendra Pradhan is on a 4-day visit to Angul from today | Argus News