Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ମା’ ସମଲେଶ୍ୱରୀଙ୍କ ପୀଠରେ ସ୍ୱଚ୍ଛତା ଶ୍ରମଦାନ କଲେ କେନ୍ଦ୍ରମନ୍ତ୍ରୀ 

Smruti Parija
Browse all articles by Smruti Parija
·2 years ago·2 min read
 ମା’ ସମଲେଶ୍ୱରୀଙ୍କ ପୀଠରେ ସ୍ୱଚ୍ଛତା ଶ୍ରମଦାନ କଲେ କେନ୍ଦ୍ରମନ୍ତ୍ରୀ 

Key Points

•    ମା’ ସମଲେଶ୍ୱରୀଙ୍କ ପୀଠରେ ସ୍ୱଚ୍ଛତା ଶ୍ରମଦାନ କଲେ କେନ୍ଦ୍ରମନ୍ତ୍ରୀ 
•    ସମ୍ବଲପୁରର ହାଟପଡ଼ା ଅଯୋଧ୍ୟା ଘାଟ ସ୍ଥିତ ଶ୍ରୀ ପର୍ଶୁରାମ ଭବନରେ ପ୍ରଭୁ ଶ୍ରୀରାମ ଓ ଭଗବାନ ପର୍ଶୁରାମଙ୍କ କଲେ ଦର୍ଶନ 
•    ଭକ୍ତମାନଙ୍କ ଗହଣରେ ଦୀପ ପ୍ରସ୍ତୁତି କାର୍ଯ୍ୟରେ ନିଜକୁ ସାମିଲ କଲେ କେନ୍ଦ୍ରମନ୍ତ୍ରୀ 
•    ଜାନକୀବଲ୍ଲଭ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ଯୋଗଦେଲେ 
 

ସମ୍ବଲପୁର: ରାମନଗରୀ  ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ସମ୍ବଲପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ଦର୍ଶନ କରି ଦୀପଦାନ କରିବା ସହ ସ୍ୱଚ୍ଛତା ଶ୍ରମଦାନ କରିଛନ୍ତି । 

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ଆସନ୍ତାକାଲି ଅଯୋଧ୍ୟାନଗରୀରେ ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ସମଗ୍ର  ହିନ୍ଦୁ ସମାଜ ଓ ସନାତନୀ ଆସନ୍ତାକାଲି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବେ । ସମ୍ବଲପୁର ସମେତ ସମଗ୍ର ଓଡ଼ିଶା ଓ ଭାରତବର୍ଷ ଆଜି ରାମମୟ ହୋଇଛି । ଭକ୍ତିଭାବରେ ଦେଶ ଏକାକାର ହୋଇଛି । ସେପରି ପବିତ୍ର ମୁହୂର୍ତ୍ତରେ ମା’ ସମଲେଶ୍ୱରୀ ମନ୍ଦିରରେ ଦୀପ ଦାନ କରିବା ମୋ ପାଇଁ ସୌଭାଗ୍ୟର ବିଷୟ ।

ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରର ହାଟପଡ଼ା ଅଯୋଧ୍ୟା ସରୋବର ଘାଟ କୂଳରେ ଥିବା ପର୍ଶୁରାମ ଭବନରେ ପ୍ରଭୁ ଶ୍ରୀରାମ, ଭଗବାନ ପର୍ଶୁରାମ, ହନୁମାନଙ୍କ ଦର୍ଶନ କରିବା ସହ ଭକ୍ତମାନଙ୍କ ଗହଣରେ ଦୀପ ପ୍ରସ୍ତୁତି କରିଥିଲେ । ଆସନ୍ତାକାଲି ସବୁ ମନ୍ଦିର ଓ ତୀର୍ଥକ୍ଷେତ୍ରକୁ ସ୍ୱଚ୍ଛ ରଖିବା ସହ ସବୁଠି ଦୀପ ଜାଳି ଦିନକୁ ଦୀପାବଳି ଭାବରେ ପାଳନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଖେତରାଜପୁର ସ୍ଥିତ ଶ୍ରୀ ଧାମ ଜାନକୀବଲ୍ଲଭ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ସାମିଲ ହେଇଥିଲେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Union Minister-dharmendra-pradhan offers-prayer at Maa Samleswari | Argus News