ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସ୍ବସ୍ତି ପ୍ରିମିୟମ୍ ବିଚ୍ ରିସୋର୍ଟର ଉଦଘାଟନ କଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦୁଇଜଣ ଉପମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ପୁରୀ ସାଂସଦ, ଜିଲ୍ଲାପାଳ, ଏସପି, ପିପିଲି ବିଧାୟକ ଉପସ୍ଥିତ। ପରେ ଭୁବନେଶ୍ବର ଫେରି ତାଳଚେର ଗସ୍ତ କରି ସେଠାରେ ରାତ୍ରି ଯାପନ କରିବେ । ଆସନ୍ତାକାଲି ତାଳଚେରରୁ ଆଠମଲ୍ଲିକର ବନମାଳୀ ଗସ୍ତ କରି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଓ ବାଳିକା ହଷ୍ଟେଲକୁ ଉଦଘାଟନ କରିବେ । ଏହାପରେ ସମ୍ବଲପୁର ଗସ୍ତ କରି କିଶୋରନଗରରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିସହ ରେଢାଖୋଲ କଲ୍ୟାଣମଣ୍ଡରେ ବି ବରିଷ୍ଠ ନାଗରିକ ସଂଘ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ସାମିଲ୍ ହେବେ । ଆସନ୍ତା 27 ତାରିଖରେ ସମ୍ବଲପୁରରୁ ଲହୁଣିପଡ଼ା ବାହାରି କେନ୍ଦୁଡିହିରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର