ନାମାଙ୍କନ ଶୋଭାଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ଗଣତନ୍ତ୍ରର ମହାଉତ୍ସବକୁ ନେଇ ସରଗରମ ମଇଦାନ । ସାରା ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ 400 ପାର୍ ନାରାକୁ ବିପୁଳ ସମର୍ଥନ ମିଳୁଥିବାବେଳେ ରାଜ୍ୟର ବିଜେପି ପ୍ରାର୍ଥୀ ବି ମୋଦିଙ୍କ ହାତମୁଠାକୁ ଆହୁରି ଶକ୍ତି ଯୋଗାଉଛନ୍ତି । ରାଜ୍ୟରେ ସରକାର ବନାଇବା ପାଇଁ ବିଜେପି ଲଗାତାର ପ୍ରୟାସ ଜାରି ରଖିଛି । ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ କରୁଛନ୍ତି ଜଣେ ଜଣେ ଜଣେ ଲୋକପ୍ରିୟ ଓ ଟାଣୁଆ ନେତା । ସୋମବାର କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରବି ନାରାୟଣ ନାୟକ ବିଶାଳ ପଟୁଆରରେ ମା ସମଲେଶ୍ବରୀଙ୍କ ପୀଠରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ସାଥିରେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି କର୍ମୀଙ୍କ ମନରେ ଜୋଶ୍ ଭରିଥିଲେ । କେନ୍ଦ୍ରରେ ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ। ଆଉ ୧୦ ଜୁନରେ ଭାରତୀୟ ଜନତା ପାର୍ଟିର ନୂଆ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶପଥ ନେବେ ବୋଲି ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଉ କହିଛନ୍ତି ଓଡିଶା ଏବେ ବଡ଼ ପରିବର୍ତ୍ତନ ମୁହାଁ, ରାଜ୍ୟରେ ବିଜେପି କରିବ ସରକାର ।
ସେହିପରି ଆଠମଲ୍ଲିକ ବିଧାନ ସଭା କ୍ଷେତ୍ର ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପାର୍ଥୀ ସଞ୍ଜୀବ ସାହୁ । ଶୋଭାଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ପ୍ରଥମେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଆ ମାହେଶ୍ୱରୀଙ୍କ ଦର୍ଶନ ପରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଯୋଗ ଦେଇଥିଲେ ହଜାର ହଜାର ଜନତା, କର୍ମକର୍ତ୍ତା ଏବଂ ତୁଙ୍ଗ ନେତା ।
କାମାକ୍ଷାନଗରରେ ବି ଦମ୍ ଦେଖାଇଛି ବିଜେପି । 20 ହଜାରରୁ ଉର୍ଦ୍ଧ୍ବ ଜନସମାଗମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଉଭୟ ପର୍ଜଙ୍ଗ ବିଜେପି ପ୍ରାର୍ଥୀ ବିଭୁତି ପ୍ରଧାନ ଓ କାମାକ୍ଷାନଗର ବିଜେପି ପ୍ରାର୍ଥୀ ଶତ୍ରୁଘ୍ନ ଜେନା । ପର୍ଜଙ୍ଗ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମା' ବସନ୍ତ ମଞ୍ଜରୀ ପ୍ରଧାନ । ଭଣଜାଙ୍କୁ ଆଶୀର୍ବାଦ କରିବା ସହ ବିଜୟ କାମନା କରିଥିଲେ ବସନ୍ତ ମଞ୍ଜରୀ । ପରେ ଶୋଭାଯାତ୍ରାରେ ସାମିଲ ହୋଇ ବିଶାଳ ଜନସମାବେଶକୁ ସମ୍ବୋଧନ ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ କେନ୍ଦ୍ରମନ୍ତ୍ରୀ । ପୂର୍ବାହ୍ନ ୧୦ଟାରେ କାମାକ୍ଷାନଗରର ଅଲତୁମାରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଜନତା । ସୁସଜ୍ଜିତ ରଥରେ ଦଳୀୟ ପ୍ରାର୍ଥୀଙ୍କ ସହ ସାମିଲ ହୋଇ ଲୋକଙ୍କୁ ଅଭିବାଦନ ସହ ସମର୍ଥନ ମାଗିଥିଲେ କେନ୍ଦ୍ରମନ୍ତ୍ରୀ ।
📱 Get Argus News App
✨ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଶୋଭାଯାତ୍ରାରେ ପ୍ରବଳ ଜନସମାଗମ ଜଳର ବିଜୟ ସମ୍ଭାବନାକୁ ଉଜ୍ଜଳ କରୁଛି । ସାଢେ 4କୋଟି ଓଡ଼ିଆ ଜନତା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଭରସା କରି ପଦ୍ମ ସପକ୍ଷରେ ଭୋଟ ଦେଇ ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । ଏବେ କେବଳ ସମ୍ମୁଖ ଯୁଦ୍ଧକୁ ଅପେକ୍ଷା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: