Videos
|
Odisha

ଓଡ଼ିଶାର ରାଜସ୍ବ ମାନଚିତ୍ରରୁ ‘ମାଛକୁଣ୍ଡ ନଦୀ’ ଗାଏବକୁ ନେଇ ଧର୍ମେନ୍ଦ୍ରଙ୍କ ଚିନ୍ତା

Jitendra Dash
Browse all articles by Jitendra Dash
·2 years ago·2 min read
ଓଡ଼ିଶାର ରାଜସ୍ବ ମାନଚିତ୍ରରୁ ‘ମାଛକୁଣ୍ଡ ନଦୀ’ ଗାଏବକୁ ନେଇ ଧର୍ମେନ୍ଦ୍ରଙ୍କ ଚିନ୍ତା

ଅର୍ଗସ ବ୍ୟୁରୋ : ମାଛକୁଣ୍ଡ ଓଡ଼ିଶାର ଅଭିଚ୍ଛେଦ୍ୟ ଅଙ୍ଗ । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସୀମା ନିର୍ଦ୍ଦାରଣ କରିଥାଏ ମାଛକୁଣ୍ଡ ନଦୀ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡ଼ିଶା ରାଜସ୍ବ ମାନଚିତ୍ରରେ ନାହିଁ ମାଛକୁଣ୍ଡ । ଖାଲି ସେତିକି ନୁହେଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପ୍ରକାଶିତ ଦଶମ ଶ୍ରେଣୀ ବହିରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଆନ୍ଧ୍ରର ବୋଲି ଉଲ୍ଲେଖ ରହିଛି । ଏହାକୁ ନେଉ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବାଦପତ୍ରରେ ପ୍ରକାଶିତ ମାଛକୁଣ୍ଡ ଓଡ଼ିଆ ମାନଚିତ୍ରରେ ନାହିଁ ଶୀର୍ଷକ ଖବରକୁ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । 

ସେ ଲେଖିଛନ୍ତି, ଓଡ଼ିଶାକୁ ଭାଷା ଭିତ୍ତିକ ରାଜ୍ୟ ଗଠନ ପାଇଁ ଯେଉଁ ପରିକଳ୍ପନା ହୋଇଥିଲା ତାର ଅଂଶ ବିଶେଷ ଥିଲା ମାଛକୁଣ୍ଡ ନଦୀ । ପ୍ରତ୍ୟେକ ଓଡ଼ିଆ ଜାଣିଛନ୍ତି ମାଛକୁଣ୍ଡ ଆମର। ତାହାଲେ ମାଛକୁଣ୍ଡ ଓଡ଼ିଶା ରାଜସ୍ବ ମାନଚିତ୍ରରୁ ଗାଏବ ହେଲା କିପରି ? ଗତବର୍ଷ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ବା ଜଲାପୁଟ ଡ୍ୟାମରେ ଲାଗିଥିବା ଓଡିଆ ଫଳକ କୁ ଉପାଡି ଫିଙ୍ଗିଦେଇଥିଲେ ଆନ୍ଧ୍ର ସରକାର । କିନ୍ତୁ ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିଲା ନାହିଁ । ଏ ଖବର ସାମ୍ନାକୁ ଆସିବା ପରେ ବିଜେପି ନେତା ଗୌତମ ସାମନ୍ତରାୟ ଜଳାପୁଟ ଡ୍ୟାମ ଯାଇ ପୁଣି ଓଡ଼ିଆ ଫଳକ ଲଗାଇଥିଲେ । 

ଅବଶ୍ୟ ଇଏ ପ୍ରଥମ ଘଟଣା ନୁହେଁ ୨୪ ବର୍ଷ ଧରି ଓଡ଼ିଶାରେ ଆଞ୍ଚଳିକ ଦଳ ଶାସନ କାଳରେ ବାରମ୍ବାର ଅପମାନିତ ହୋଇଛି ଭାଷା, ସଂସ୍କୃତି ଓ ସୀମା । ପୂର୍ବରୁ ଦେଓମାଳି ପର୍ବତକୁ ନେଇ ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବୀନ ପାତ୍ରଙ୍କ ଉତ୍ତର ବିବାଦ ସୃଷ୍ଟି କରିଥିଲା । ସେ କହିଥିଲେ ଓଡିଶା ରେଭିନ୍ୟୁ ଖାତାରେ ନାହିଁ ଦେଓମାଳିର ନାଁ, ବନ ବିଭାଗ ମାନଚିତ୍ରରେ ନାହିଁ ଦେଓମାଳିର ନାଁ । ପରେ ଆରଟିଆଇରେ ତଥ୍ୟରେ ଦେଓମାଳୀ ଓଡ଼ିଶାର ବୋଲି ଖୁଲାସା ହୋଇଥିଲା । 

ଅଧିକ ପଢନ୍ତୁ : ସରକାରର ଗୁମର ଖୋଲିଦେଲେ ଧର୍ମେନ୍ଦ୍ର : ରାଜସ୍ଵ ମାନଚିତ୍ରରେ ମାଛକୁଣ୍ଡର ନା ନାହିଁ କାହିଁକି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେଉଁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଓଡ଼ିଶାରୁ କଟିଯାଇଛି ସେଠାରେ ଓଡ଼ିଆ ଭାଷା ଓ ସଂସ୍କୃତିକର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଥିଲେ ବି ତାକୁ ପାଳନ କଲାନାହିଁ ବିଜେଡି ସରକାର । ଝାଡ଼ଖଣ୍ଡରେ ୨୭ ଜିଲ୍ଲାରୁ ୧୪ ଜିଲ୍ଲାରେ ଓଡ଼ିଆ ଭାଷାଭାଷି ଲୋକଙ୍କ ସଂଖ୍ୟା ଅଧିକ । କିନ୍ତୁ ସେସବୁ ଅଂଚଳରେ ଥିବା ଓଡ଼ିଆ ସ୍କୁଲରେ ପିଲାଙ୍କୁ ଓଡ଼ିଆ ପରିବର୍ତ୍ତେ ହିନ୍ଦି ଭାଷାରେ ମିଳୁଛି ପାଠ୍ୟ ପୁସ୍ତକ । ଝାଡ଼ଖଣ୍ଡରେ ସଂଖ୍ୟାଲଘୁ ଓଡିଆ ଛାତ୍ରଛାତ୍ରୀଙ୍କୁ ଓଡିଆ ପଢାରେ ବ୍ୟାଘାତ ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ଓଡ଼ିଆ ଭାଷାର ସୁରକ୍ଷା ନେଇ ଝାଡଖଣ୍ଡର ତତକାଳୀନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେତେବେଳେ ଯତ୍ନବାନ ନହେଲେ ଓଡ଼ିଆ ଭାଷା ସଙ୍କଟକୁ ଚାଲିଯାଇପାରେ ବୋଲି ରାଜ୍ୟ ସରକାରଙ୍କୁ ସତର୍କ କରାଇଥିଲେ ଭାଷାବିତ୍ ।