Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଶାନା 

Manini Pattanayak
Browse all articles by Manini Pattanayak
·2 years ago·1 min read
ରାଜ୍ୟସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଶାନା 

ସମ୍ବଲପୁର: ସମ୍ବଲପୁର ବୁର୍ଲାରୁ ରାଜ୍ୟସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଶାନା । ପ୍ରଚାର ବେଳେ 25 ବର୍ଷର ସରକାରଙ୍କ ମିଛ ବିକାଶର ମୁଖା ଖୋଲି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ବିଜେଡି ସରକାର ଲୋକଙ୍କୁ ମୌଳିକ ସୁବିଧା ଦେବାରେ ବିଫଳ । ମହାନଦୀ ବନ୍ଧ ତଳେ ୨୪ ବର୍ଷର ସରକାର ବୁନ୍ଦେ ପାଣି ଦେଇ ପାରିନି ନାହିଁ । ମହିଳାଙ୍କ ସୁରକ୍ଷା ଓ ଚାଷୀ ସମସ୍ୟାନେଇ ଆଖି ବୁଜି ଦେଇଛନ୍ତି ରାଜ୍ୟ ସରକାର । ମାର୍ଚ୍ଚ ମାସରେ ହୀରାକୁଦରେ ନୟାନ୍ତ କରିଥିଲା ହଇଜା ।

ଏଭଳି ସରକାର ବଦଳିବା ଦରକାର ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଚଳିତ ଥର ଓଡିଶାର ପକ୍କା ଡବଲ ଇଞ୍ଜିନ ସରକାର। `ଅବ୍ କି ବାର ଚାରଶୋ ପାର' କରିବାର ଲକ୍ଷ୍ୟ ନେଇ ସମସ୍ତେ ଏକ ହୁଅନ୍ତୁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ବିଜେପି ନେତା ନେତା ଜୟନାରାୟଣ ମିଶ୍ର । 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister Dharmendra Pradhan targets the state government | Argus News