Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜି ଦିନିକିଆ ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha

ଆଜି ଦିନିକିଆ ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Ritu Das
Browse all articles by Ritu Das
·2 years ago·1 min read
ଆଜି ଦିନିକିଆ ଢେଙ୍କାନାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ: ଆଜି ଦିନିକିଆ ଢେଙ୍କାନାଳ ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନଙ୍କୁ ବିଜେପିର ବରିଷ୍ଠ ନେତା ଓ କର୍ମୀ ମାନେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଜିଲ୍ଲା ବିଜେପି ପାର୍ଟି ଅଫିସରେ ପହଞ୍ଚି ସେଠାରେ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇଥିଲେ। ବିଜେଡିର ବରିଷ୍ଠ ନେତା ଆଜି ମନ୍ତ୍ରୀଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ ସିଂ ଦେଓ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏହା ସହ ଢ଼େଙ୍କାନାଳ ଓ ଅନୁଗୁଳ ଜିଲ୍ଲାର  ଅନେକ ପୂର୍ବତନ ସରପଞ୍ଚ,ସମିତିସଭ୍ୟ, ନେତା କର୍ମୀ ବିଜେପିରେ ଯୋଗଦେଇଛନ୍ତି।

ମନ୍ଦାର ସମବାୟ ସମିତିର ପୂର୍ବତନ ସଭାପତି ସୁଦର୍ଶନ ଦାସ,ବେଗା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅମ୍ବୁଜ ଚରଣ ରାଉତ, ଦିଗମ୍ବରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ସାମଲ, ମନ୍ଦାର ପଞ୍ଚାୟତର ପୂର୍ବତନ ସରପଞ୍ଚ ରବିନାରାୟଣ ଦେହୁରୀ, କରମୂଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ପୀତବାସ ସ୍ୱାଇଁ, ବାଲିଆମ୍ବ ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ଶିବରାମ ସେଠ, ଭାଲିଆବୋଲକାଟେଣୀ ପଞ୍ଚାୟତର ବିଜେଡି ସଭାପତି ସତ୍ୟବ୍ରତ ବିଶ୍ଵାଳ, ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକର ବୁରୁକୁନା ପଞ୍ଚାୟତର ସରପଞ୍ଚ ଦୁଃଖବନ୍ଧୁ ବେହେରାଙ୍କ ସମେତ ଅନେକ ବିଜେଡି କର୍ମୀ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଯାହାକି ଆଗାମୀ ଦିନରେ ଦଳର ବଳକୁ ବଢ଼ାଇବ ବୋଲି ଉଭୟ ନେତା ଓ କର୍ମୀ ଆଶାବାଦୀ ଅଛନ୍ତି।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
Union Minister Dharmendra | Argus News