Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Odisha

ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଦର୍ଶନ କରି ପୂଜାର୍ଚ୍ଚନା ଓ ଦୀପଦାନ କରିଛନ୍ତି । ଏଥିସହ ମନ୍ଦିରରେ ସ୍ବଚ୍ଛତା ଶ୍ରମଦାନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ସମଗ୍ର  ହିନ୍ଦୁ ସମାଜ ଓ ସବୁ ସନାତନୀ ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିବାକୁ ଯାଉଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଭକ୍ତିଭାବରେ ଦେଶ ଏକାକାର ହୋଇଛି ।

ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ସମ୍ବଲପୁରର ହାଟପଡ଼ା ଅଯୋଧ୍ୟା ସରୋବର ଘାଟ କୂଳରେ ଥିବା ଶ୍ରୀ ପର୍ଶୁରାମ ଭବନରେ ପ୍ରଭୁ ଶ୍ରୀରାମ, ଭଗବାନ ପର୍ଶୁରାମ, ହନୁମାନଙ୍କ ଦର୍ଶନ କରିବା ସହ ଭକ୍ତମାନଙ୍କ ଗହଣରେ ଦୀପ ପ୍ରସ୍ତୁତି କରିଥିଲେ । ଖେତରାଜପୁର ସ୍ଥିତ ଶ୍ରୀ ଧାମ ଜାନକୀବଲ୍ଲଭ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ସାମିଲ ହେଇଥିଲେ ।

ପରେ ପରେ ଧନକଉଡ଼ା ପଡ଼ିଆରେ ସମ୍ବଲପୁର କୌଶଳ ମହୋତ୍ସବରେ ଯୋଗ ଦେଇଥିଲେ । କୁଶଳ ଭାରତ, ବିକଶିତ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେଇ ଧର୍ମେନ୍ଦ୍ର କହିଲେ, ଏବେ ଦେଶରେ ବେରୋଜଗାରୀଙ୍କ ସଂଖ୍ୟା କମିଛି । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କୁଶଳୀ କରିଛନ୍ତି, ଆଉ ଯୁବ ବର୍ଗଙ୍କୁ ଚାକିରି ଦେଉଛନ୍ତି । କୁଶଳ ଭାରତ, ବିକଶିତ ଭାରତରେ କାର୍ଯ୍ୟକ୍ରମରେ ପ୍ରାୟ ୪ ହଜାର ଯୁବକ, ଯୁବତୀ ଯୋଗ ଦେଇଥିବା ବେଳେ, ୧୦୯୫ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
Union Minister dharmendra pradhan visited Samaleswari in Sambalpur | Argus News