Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଝାରସୁଗୁଡ଼ାରେ ବିଭିନ୍ନ ପୂଜା ମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Smruti Parija
Browse all articles by Smruti Parija
·1 year ago
 ଝାରସୁଗୁଡ଼ାରେ ବିଭିନ୍ନ ପୂଜା ମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡା: ଆଜି ସନ୍ଧ୍ୟାରେ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପ ବୁଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଁଚିବା ପରେ ଜିଲ୍ଲାରେ ଭବ୍ୟ ସ୍ୱାଗତ କରାଯାଇଛି । 

ସମ୍ବଲପୁର ଯିବା ବାଟରେ ସମୟରେ ଝାରସୁଗୁଡା ଜିଲ୍ଲାର ଶୁକ୍ରବଜାର ରେଳଇନଷ୍ଟିଚ୍ୟୁଟ ପୁଜାମଣ୍ଡପ, ଝଣ୍ଡାଛକ ପୂଜା ମଣ୍ଡପ, ଝାରସୁଗୁଡା ଟାଉନ ପୂଜା ମଣ୍ଡପ ଯାଇ ମା' ଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ମା' ଙ୍କ ଦର୍ଶନ କରି ଆଶୀର୍ବାଦ ନେବାସହ ଜନ ସାଧାରଣଙ୍କ କଲ୍ୟାଣ କାମନା କରିଛନ୍ତି । ଏହି ଅବସରରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଏବଂ ପୂଜାକମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଜଗଦଜନନୀଙ୍କ ଦର୍ଶନ ପରେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister Dharmendra Pradhan visited various puja mandaps in Jharsuguda | Argus News