ସମ୍ବଲପୁର ଲୋକସଭା କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କ ପ୍ରାର୍ଥୀତ୍ବକୁ ଜୋରଦାର ସ୍ବାଗତ

ସମ୍ବଲପୁର: ସମ୍ବଲପୁର ଲୋକସଭା କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କ ପ୍ରାର୍ଥିତ୍ବକୁ ଜୋରଦାର ସ୍ବାଗତ କରାଯାଇଛି । ନେତାରୁ ସାଧାରଣ ଜନତା ନାଚି, ଗୀତ ଗାଇ ରଙ୍ଗ ଅବିର ବୋଳାବୋଳି ହୋଇ ଖୁସି ମନାଇଛନ୍ତି । 2014ରେ ମୋଦି ସରକାରରେ ମନ୍ତ୍ରୀ ବନିବା ପରଠୁ ଦିଲ୍ଲୀରେ ଓଡ଼ିଶାର ସ୍ବର ବନିଥିଲେ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ଉପରେ କୌଣସି ସଂକଟ ଆସିଲେ ପ୍ରଥମେ ବାହାରି ଏହାର ସମାଧାନର ରାସ୍ତା ବାହାର କରିବାକୁ ଉଦ୍ୟମ କରିଆସିଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡ଼ିଆ ଅସ୍ମିତା ଓ ଗୌରବକୁ ଉପରକୁ ନେବାକୁ ସବୁବେଳେ କରିଆସିଛନ୍ତି ପ୍ରୟାସ । ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଦରବାରରେ ମଥା ଟେକିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପବିତ୍ର ଦୋଳ ପୂର୍ଣ୍ଣିମାର ଭୋରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କର ଆଶିଷ ଲୋଡିଥିଲେ କେନ୍ଦ୍ରମନ୍ତ୍ରୀ। ଏହାପରେ ନିଜ ନିର୍ବାଚନ କ୍ଷେତ୍ର ସମ୍ବଲପୁର ଅଭିମୁଖେ ବାହାରିଥିଲେ ଧର୍ମେନ୍ଦ୍ର। ବାଟରେ ଏକାମ୍ର୍ କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରି ସୌଭାଗ୍ୟ ଲଭିଥିଲେ କେନ୍ଦ୍ରମନ୍ତ୍ରୀ। ସେହିପରି ଅନୁଗୁଳର ଆରାଧ୍ୟା ମା' ହିଙ୍ଗୁଳାଙ୍କ ଚରଣରେ ଭକ୍ତି ନିବେଦନ କରିବାକୁ ମଧ୍ୟ ପହଞ୍ଚିଥିଲେ ଧର୍ମେନ୍ଦ୍ର।
ଦୋଳ ପୂର୍ଣ୍ଣିମା ପୂର୍ବ ସଂଧ୍ୟାରେ ସମଗ୍ର ସମ୍ବଲପୁର ଲୋକସଭା ନିର୍ବାଚନ କ୍ଷେତ୍ର ହୋଇଉଠିଥିଲା ଉତ୍ସବ ମୁଖର। ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଘୋଷଣା ପରେ ପୂରା ନିର୍ବାଚନ ମଣ୍ଡଳୀରେ ଖେଳିଯାଇଥିଲା ଖୁସିର ଲହରୀ। ସମ୍ବଲପୁର ସମେତ ରେଢ଼ାଖୋଲ, କୁଚିଣ୍ଡା, ରେଙ୍ଗାଲି, ଦେବଗଡ଼, ଆଠମଲ୍ଲିକ୍, ଛେଣ୍ଡିପଦା ସବୁଠି ଖୁସି ମନାଇବାକୁ ରାସ୍ତାକୁ ଓହ୍ଲାଇ ଆସିଥିଲେ ବିଜେପି କର୍ମୀ ଓ ନେତାଙ୍କ ସହ ସାଧାରଣ ଜନତା। ଦୋଳ ପୂର୍ବ ସନ୍ଧ୍ୟାରେ ଖୁସିରେ ରଙ୍ଗବୋଳା ବୋଳି ହୋଇଥିଲେ ସମସ୍ତେ। ସବୁଠି ଦୀପାବଳିର ଭ୍ରମ ସୃଷ୍ଟି ହୋଇଥିଲା। ବାଣ ବାଜା ସାଙ୍ଗକୁ ଜୟଜୟକାର ଧ୍ବନିରେ କମ୍ପିଥିଲା ପରିବେଶ। ଧର୍ମେନ୍ଦ୍ରଙ୍କ ପ୍ରାର୍ଥୀତ୍ବକୁ ସମଗ୍ର ନିର୍ବାଚନ ମଣ୍ଡିଳରେ ଜୋରଦାର ସ୍ବାଗତ କରାଯାଇଛି। ସମ୍ବଲପୁରର ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ନା କେବଳ ବିଜେପି କର୍ମୀଙ୍କୁ ଉତ୍ସାହିତ କରିଛି ସାଧାରଣ ଜନତା ବି ଖୁସି। କାରଣ 2014ରେ କେନ୍ଦ୍ର ମନ୍ତ୍ରୀ ବନିବା ପରଠାରୁ ଏହି ଅଞ୍ଚଳର ବିକାଶ ପାଇଁ ଅନେକ କିଛି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଗକୁ ପ୍ରତ୍ୟକ୍ଷ ଭାବେ ଏଠାରୁ ଧର୍ମେନ୍ଦ୍ର ପ୍ରତିନିଧିତ୍ବ କଲେ ସମ୍ବଲପୁର ଜିଲ୍ଲାରେ ବିକାଶ କାର୍ଯ୍ୟ ଅଧିକ ଗତିଶୀଳ ହୋଇପାରିବ ବୋଲି ସମସ୍ତଙ୍କର ବିଶ୍ବାସ। କାରଣ ସମ୍ବଲପୁରକୁ ଆଇଆଇଏମ ଆଣିବା ହେଉ କିମ୍ବା ଆଇଆଇଏମରେ ରଙ୍ଗବତୀ ସେଣ୍ଟର ପ୍ରତିଷ୍ଠା। ସମ୍ବଲପୁରର ରିଙ୍ଗରୋଡ୍ ଓ ଫ୍ଲାଏଓଭର ନିର୍ମାଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା।
ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ସ୍ବର ଉଠାଇବା ଯୋଗୁଁ ସବୁବେଳ ବିଜେଡିର ଟାର୍ଗେଟରେ ରହିଆସିଛନ୍ତି ଧର୍ମେନ୍ଦ୍ର। ତେବେ ବିରୋଧୀଙ୍କ ସବୁ ଆକ୍ଷେପ ସବୁ ଅପବାଦ ଓ କଟୁ ସମାଲୋଚନାର ଉତ୍ତର ବିନମ୍ରତାର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ। 2014ରେ ମୋଦି ସରକାରରେ ମନ୍ତ୍ରୀ ବନିବା ପରଠୁ ଦିଲ୍ଲୀରେ ଓଡ଼ିଶାର ସ୍ବର ବନିଥିଲେ ଧର୍ମେନ୍ଦ୍ର। ରାଜ୍ୟ ଉପରେ ଯେକୌଣସି ସଂକଟ ଆସିଲେ ପ୍ରଥମେ ବାହାରି ଏହାର ସମାଧାନର ରାସ୍ତା ବାହାର କରିବାକୁ ଉଦ୍ୟମ କରିଆସିଛନ୍ତି କେନ୍ଦ୍ରମନ୍ତ୍ରୀ। ଓଡ଼ିଆ ଅସ୍ମିତା ଓ ଗୌରବକୁ ଉପରକୁ ନେବାକୁ ସବୁବେଳ କରିଆସିଛନ୍ତି ପ୍ରୟାସ।
2014ରୁ 21 ରେକର୍ଡ 7 ବର୍ଷ ଧରି ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିଅମ ମନ୍ତ୍ରାଳୟ ସମ୍ଭାଳିଥିଲେ ଧର୍ମେନ୍ଦ୍ର। ସେହିପିର ପ୍ରଥମ ଓଡ଼ିଆ ଭାବେ ଧର୍ମେନ୍ଦ୍ର ପ୍ରଧାନ ବାହାର ରାଜ୍ୟରୁ ଦୁଇ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହେବା ମଧ୍ୟ ଓଡ଼ିଶା ରାଜନୀତି ପାଇଁ ଏକ ବଡ଼ ଉପଲବ୍ଧି। ସେଥିପାଇଁ ଧର୍ମେନ୍ଦ୍ର ପ୍ରାର୍ଥୀ ହେବା ଜାଣିବା ପରେ ସମ୍ବଲପୁର ଲୋକସଭା କ୍ଷେତ୍ରରେ ଭୋଟରଙ୍କ ମଧ୍ୟ ନୂଆ ଆଶା ସଂଚାର ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର