Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସମ୍ବଲପୁରରେ ଖୋଲା ବିତର୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ବାନ

Ritu Das
Browse all articles by Ritu Das
·2 years ago·2 min read
ସମ୍ବଲପୁରରେ ଖୋଲା ବିତର୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ବାନ

ଅର୍ଗସ ବ୍ୟୁରୋ: ସମ୍ବଲପୁର-ଅନୁଗୁଳ- କଟକ 55 ନମ୍ବର ଜାତୀୟ ରାଜପଥର 262 କିଲୋମିଟରରୁ ଅଧିକାଂଶ କାମ ସରିଲାଣି । ବାକି ରାସ୍ତା କାମ ପାଇଁ ବାଧକ ସାଜିଛି ଅଣ୍ଡରପାସ୍ ଆଦି ନିର୍ମାଣ ପାଇଁ ଜଙ୍ଗଲ ଜମି ଅନୁମତି । ଯାହାକି ରାଜ୍ୟ ସରକାରଙ୍କ ଅଧୀନରେ । ଜଙ୍ଗଲ ଅନୁମତି ଦେବାରେ ଜାଣିଶୁଣି ବିଳମ୍ବ କରୁଛନ୍ତି ରାଜ୍ୟ ସରକାର । 55ନଂ ଜାତୀୟ ରାଜପଥକୁ ପ୍ରସଙ୍ଗ କରିବାକୁ କରାଯାଇଛି ବିଧିବଦ୍ଧ ଷଡ଼ଯନ୍ତ୍ର । ଏ ନେଇ ରାଜ୍ୟ ସରକାର ଓ ଶାସକ ବିଜୁ ଜନତା ଦଳ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ଖୋଲା ବିତର୍କ ପାଇଁ ଦେଇଛନ୍ତି ଆହ୍ବାନ ।

ବିଜେଡି ଶାସନର 25 ବର୍ଷ ପରେ ବି ଓଡ଼ିଶା ଗ୍ରାମାଞ୍ଚଳର ପ୍ରାୟ 24 ଲକ୍ଷ ପରିବାର ଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ । ସହରାଞ୍ଚଳରେ ଟ୍ୟାପ୍ ସଂଯୋଗ ଥାଇ ବି 31.2 ପ୍ରତିଶତ ପରିବାରଙ୍କୁ ମିଳୁନାହିଁ  ଶୁଦ୍ଧ ପିଇବା ପାଣି। ନିକଟରେ ରାଉରକେଲା, ସମ୍ବଲପୁର, ହୀରାକୁଦ, ରେଢ଼ାଖୋଲ ଓ ପୁରୀରେ ଜଣ୍ଡିସ ତାର ଉଦାହରଣ । ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାବାସୀଙ୍କୁ ଶୁଦ୍ଧ ପିଇବା ପାଣି ଯୋଗାଣ ପାଇଁ 10ହଜାର 207 କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ବିଜେଡି ସରକାରର ବିଫଳତା ଓ ଅପାରଗତା ଯୋଗୁଁ ଲୋକେ ପିଉଛନ୍ତି ଦୂଷିତ ପାଣି । 

ସମ୍ବଲପୁରର ବିକାଶ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାର ଓ ବିଜୁ ଜନତା ଦଳକୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ବିଜେଡି ଶାସନର 25 ବର୍ଷ ପରେ ବି ପଶ୍ଚିମ ଓଡ଼ିଶାର ପ୍ରମୁଖ ସହରରେ ରାସ୍ତା ଓ ପରିମଳ ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ। ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି କାହିଁକି 10 ବର୍ଷ ହେଲା ଖାଲି ପଡ଼ିଛି ସମ୍ବଲପୁର ମ୍ୟୁନିସିପାଲିଟି ନେତୃତ୍ବ। ପରାଜୟ ଭୟରେ କରାଯାଉନାହିଁ କି ମ୍ୟୁନିସିପାଲିଟି ନିର୍ବାଚନ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାସ୍ତାରୁ ନେଇ ପାନୀୟ ଜଳ ସାରା ରାଜ୍ୟରେ ବିଜେଡି ସରକାରର ଅପାରଗତା ଓ ବିଫଳତାର ମାଳ ମାଳ ଉଦାହରଣ ଅନ୍ୟପଟେ ଦୋଷ ଲୁଚାଇବାକୁ ବିଜେଡି ନେତା କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
Union Minister Dharmendra | Argus News