ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୋରଦାର୍ ପ୍ରଚାର

ସମ୍ବଲପୁର: ସମ୍ବଲପୁରରେ ମାରାଥନ୍ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବରପୁତ୍ର ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇ ସେ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ । ଏଥିସହ ସମ୍ବଲପୁରକୁ ଅଗ୍ରଣୀ କରିବା ଦିଗରେ ଦାୟିତ୍ବ ଉପରେ ବରିଷ୍ଠ ନାଗରିକଙ୍କ ସହ ବିଚାରବିମର୍ଶ କରିଥିଲେ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନୀ ଗୀତ ଉପହାର ଦେଲେ ଗାୟକ ଉମାକାନ୍ତ ବାରିକ ।
ସମ୍ବଲପୁର ଲୋକସଭା କ୍ଷେତ୍ରରେ ମାରାଥନ୍ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ବାଭିମାନ ସମ୍ବଲପୁର ମାଟିର ବରପୁତ୍ର ପଣ୍ଡିତ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ୧୨୦ତମ ପୁଣ୍ୟ ଜନ୍ମଜୟନ୍ତୀରେ ଚର୍ଚ୍ଚ ଛକ ନିକଟରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଛାତ୍ରାବସ୍ଥାରୁ ଦେଶମାତୃକାର ସେବା ପାଇଁ ପ୍ରତିବଦ୍ଧ ଥିଲେ ଲକ୍ଷ୍ମୀ ନାରାୟଣ ।ସାମାଜିକ ଓ ରାଜନୈତିକ ନେତୃତ୍ବର ଥିଲେ ଅନନ୍ୟ ପରିଚୟ ।... ଭାଷା ସାହିତ୍ୟ ପ୍ରତି ଅନୁରାଗ ଓ ବିକାଶ ପାଇଁ ଥିଲା ତାଙ୍କର ପ୍ରତିବଦ୍ଧତା ।.. ଆମେ ସମସ୍ତେ ସ୍ଵାଭିମାନୀ ହୋଇ ସମୃଦ୍ଧ ଓଡ଼ିଶାର ଅସ୍ମିତା ପାଇଁ କାମ କଲେ ପଣ୍ଡିତ ଲକ୍ଷ୍ମୀ ନାରାୟଣଙ୍କ ପ୍ରତି ଉଚିତ୍ ଶ୍ରଦ୍ଧାଞ୍ଜଳି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ପରେ ବିଶିଷ୍ଟ ବ୍ୟକ୍ତିବିଶେଷ ତଥା ବରିଷ୍ଠ ନାଗରିକଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ । ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନା ତଥା ସମ୍ବଲପୁରକୁ ଅଗ୍ରଣୀ କରିବା ପାଇଁ ଥିବା ସମାଜର ମିଳିତ ଦାୟିତ୍ବ ଉପରେ ଆଲୋଚନା କରିଥିଲେ । ବିଶେଷ ଭାବେ ସ୍ଥାନୀୟ ଭାଷା, ସଂସ୍କୃତି, ପରମ୍ପରା, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ, କ୍ରୀଡ଼ା ଓ ଅର୍ଥନୀତିକୁ ମଜଭୂତ୍ କରିବା ପାଇଁ ଥିବା ଦାୟିତ୍ବ ଉପରେ ବିଚାରବମର୍ଶ କରିଥିଲେ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ଉପଲକ୍ଷେ ନିର୍ବାଚନୀ ଗୀତର ଉପହାର ଦେଇଛନ୍ତି ସମ୍ବଲପୁରର ପ୍ରତିଷ୍ଠିତ ଗାୟକ ଉମାକାନ୍ତ ବାରିକ । ଆଜି କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ନିର୍ବାଚନୀ ଗୀତର ରିଲିଜ କରାଯାଇଛି । ଆମର ଧର୍ମେନ୍ଦ୍ର ଦାଦା ଆମର ଅତି ନିଜର। ଗୀତର ନାଁ ରହିଛି । ଆଜି ସମ୍ବଲପୁର ଚର୍ଚ୍ଚ ଛକ ନିକଟରେ ସ୍ଥାନୀୟ ଲୋକେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ସହ ସମ୍ବର୍ଦ୍ଧନା କରିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର