Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସମ୍ବଲପୁରକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଜନ୍

Odisha

ସମ୍ବଲପୁରକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଜନ୍

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ସମ୍ବଲପୁରକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଜନ୍

Key Points

  • ସମ୍ବଲପୁରକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିଜନ୍
  • ଦେଶର ସବୁଠୁ ଅଗ୍ରଣୀ ସହର ହେବ ସମ୍ବଲପୁର 
  • ଦୂର ହେବ ପିଇବା ପାଣି ସମସ୍ୟା
  • ରାସ୍ତା, ଡ୍ରେନେଜ୍‌, ସ୍ବରେଜ୍‌କୁ କରାଯିବ ସୁବ୍ୟବସ୍ଥିତ 
  • ସ୍ବାସ୍ଥ୍ୟସେବା ମଜବୁତ୍ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ
  • ସମ୍ବଲପୁର ଓ ହୀରାକୁଦ ରେଳଷ୍ଟେସନ‌ର ହେବ ଉନ୍ନତିକରଣ

ଅର୍ଗସ ବ୍ୟୁରୋ :  ରାଜ୍ୟ ସରକାରଙ୍କ ଫୋକସରେ ସମ୍ବଲପୁର ସହର। ସମ୍ବଲପୁରକୁ ଅତ୍ୟାଧୁନିକ ସହର ଭାବେ ଗଢି ତୋଳିବା ପାଇଁ ଲକ୍ଷ୍ୟ । ୨୦୫୦ ସୁଦ୍ଧା ସମ୍ବଲପୁରରେ ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୨୦୦ ନିୟୁତ ଲିଟର କ୍ଷମତା ବିଶିଷ୍ଟ ୱାଟର ପ୍ଲାଣ୍ଟ୍ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରାରମ୍ଭିକ DPR କାମ `ୱାଟକୋ ଓଡ଼ିଶା' କମ୍ପାନୀକୁ ଦାୟିତ୍ବ ଦିଆଯାଇଛି । ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ସହ ଆଲୋଚନା ସରିଛି । ଏହା ବ୍ୟତୀତ ସହରରେ ଡ୍ରେନେଜ, ସ୍ବେରେଜ, ରାସ୍ତା ସମ୍ପ୍ରସାରଣ, ଷ୍ଟ୍ରିଟ୍ ଲାଇଟ୍ ଓ ସ୍ବଚ୍ଛତା ସମସ୍ୟାର ସମାଧାନ ପାଇଁ ନୂଆ ପରିକଳ୍ପନା କରାଯାଇଛି । ସମ୍ବଲପୁରରେ ଏକ ରିଙ୍ଗ ରୋଡ୍ କରାଯିବାର ଯୋଜନା ହୋଇଛି । ଏଥିସହ ସମ୍ବଲପୁର ଓ ହୀରାକୁଦ ରେଳଷ୍ଟେସନ ସହ ସମ୍ବଲପୁର ସିଟି ଷ୍ଟେସନର ଉନ୍ନତିକରଣ ପାଇଁ କାମ ଆରମ୍ଭ ହୋଇଛି । ସମ୍ବଲପୁରକୁ ଦେଶର ସବୁଠୁ ଭଲ ସହର କରାଯିବା ନେଇ କ୍ଷେତରାଜପୁର ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେହିପରି ସମ୍ବଲପୁର ଜିଲ୍ଲାରେ ସ୍ବାସ୍ଥ୍ୟସେବାକୁ ମଜବୁତ୍ କରିବା ପାଇଁ ବିଜେପି ସରକାର ପ୍ରତିବଦ୍ଧ । ସେହି ଶୃଙ୍ଖଳାରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ପଡ଼ିଆ ବାହାଲ ଠାରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଭବନ ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଡ଼ିଆବାହାଲଠାରେ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର "ଆୟୁଷ୍ମାନ ଆରୋଗ୍ୟ ମନ୍ଦିର"କୁ ଉଦଘାଟନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗରିବ ଓ ବଞ୍ଚିତ ଲୋକଙ୍କ ସ୍ବାସ୍ଥ୍ୟସେବା କେମିତି ସୁବିଧାଜନକ କରାଯିବ, ସେଥିପାଇଁ ଆମ ସରକାର ଦାୟିତ୍ବ ନେଇଛନ୍ତି । ଗ୍ରାମାଞ୍ଚଳରେ ଆଶା ଦିଦିଙ୍କ ଭୂମିକାକୁ ପ୍ରଶଂସା କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ ଉପସ୍ଥିତ ଥିଲେ ।
ସମ୍ବଲପୁରରେ ଆୟୋଜିତ ବିଜେପି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମନ୍ତ୍ରୀ ରବି ନାଏକଙ୍କ ଉପସ୍ଥିତିରେ ରେଢାଖୋଲ ନିର୍ଵାଚନ ମଣ୍ଡଳୀର ଗୋଟେ ଡର୍ଜନ ସରପଞ୍ଚ ବିଜେପିରେ ସାମିଲ ହୋଇଥିଲେ । ଜନସେବାକୁ ପ୍ରାଥମିକତାରେ ରଖି କାମ କରିବାକୁ ଆହ୍ବାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।
ପରେ ମଣ୍ଡଳିଆଠାରେ ଛଟ୍ ପୁଜାରେ ଶ୍ରଦ୍ଧାଳୁଙ୍କ ସହ ସାମିଲ୍ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସକାଳେ ସପତ୍ମୀଙ୍କ ସହ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ଦର୍ଶନ ସହ ମାଙ୍କ ଦୀପଘରକୁ ନେଇ ଚନ୍ତା ପ୍ରକଟ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister Dharmendra Pradhan's vision for Sambalpur | Argus News