Videos
|
Odisha

ପୁରୀରେ ସ୍ୱସ୍ତି ପ୍ରିମିୟମ୍ ବିଚ୍ ରିସର୍ଟର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

Ritu Das
Browse all articles by Ritu Das
·1 year ago·2 min read
ପୁରୀରେ ସ୍ୱସ୍ତି ପ୍ରିମିୟମ୍ ବିଚ୍ ରିସର୍ଟର ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ଆତିଥେୟତା ଶିଳ୍ପ, ଅନୁକୂଳ ବ୍ୟବସାୟିକ ଓ ସାମାଜିକ ବାତାବରଣକୁ ବଢାଇବା ପାଇଁ ହେବ ।  ପାରଦର୍ଶୀତାର ସହ ଓ୍ୱେଲଥ୍ କ୍ରିଏସନ ନ କଲେ ସମାଜରେ ନୂଆ ନିଯୁକ୍ତି ସୃଷ୍ଟି ହେବ ନାହିଁ ବୋଲି ରବିବାର ପୁରୀ ଠାରେ ସ୍ୱସ୍ତି ପ୍ରିମିୟମ୍ ବିଚ୍ ରିସର୍ଟର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ସେ କହିଛନ୍ତି ଯେ, ଓଡ଼ିଶାରେ ପର୍ଯ୍ୟଟନର ଅପାର ସମ୍ଭାବନା ଅଛି । ମାତ୍ର ବ୍ୟବସାୟିକ ବାତାବରଣ ଏବଂ ସଠିକ୍ ରଣନୈତିକ ଯୋଜନା ନଥିବାରୁ ଆମେ ଓଡ଼ିଶାକୁ ରାଜସ୍ଥାନ ଭଳି ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିପାରୁନାହୁଁ । ଆମକୁ ଯୋଜନାଭିତ୍ତିକ ଭାବରେ ବ୍ୟବସାୟର ଏକ ପରିସଂସ୍ଥାନ ତିଆରି କରିବା ପାଇଁ ହେବ । 

ହୋଟେଲ୍ ସ୍ୱସ୍ତି ହେଉ କିମ୍ବା ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଥିବା ବେଲଗାଡିଆ ପ୍ୟାଲେସ ହେଉ, ଏ ସବୁକୁ ଦେଖିଲେ ଓଡ଼ିଆ ଲୋକମାନେ ଓଡ଼ିଆ ଲୋକମାନେ ପର୍ଯ୍ୟଟନଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହନ ଦେବାର ବଡ ଯୋଜନା ତିଆରି କରିପାରିବେ ବୋଲି ମନରେ ଆକାଂକ୍ଷା ଜାତ ହୋଇଥାଏ । ସେହିପରି ଯେଉଁ ଅଞ୍ଚଳ ସ୍ୱଚ୍ଛ ହେବ ନାହିଁ ସେଠାରେ ଯେତେ ଭିତ୍ତିଭୂମି ତିଆରି କଲେ ମଧ୍ୟ କାମରେ ଆସିବ ନାହିଁ । ପର୍ଯ୍ୟଟନ ଭିତ୍ତିଭୂମି ସୃଷ୍ଟି ପାଇଁ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ଜରୁରୀ । 

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଚଳିତ ବଜେଟରେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ମଜଭୂତ୍ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ‘ପୂର୍ବୋଦୟ’ କଳ୍ପନାରେ ଓଡ଼ିଶାର ବିକାଶ ସହ ବହୁ ପ୍ରତିକ୍ଷୀତ ‘କୋଷ୍ଟାଲ ହାଇଓ୍ୱେ’ର କାମ ଖୁବ ଶୀଘ୍ର ଆରମ୍ଭ କରିବା ନେଇ ମୋଦୀ ସରକାର ଯୋଜନା କରୁଛନ୍ତି । କୋଷ୍ଟାଲ ହାଇଓ୍ୱେ ନୂଆ ଓଡ଼ିଶାର ଜୀବନରେଖା ହେବ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବର୍ତ୍ତମାନ ସମୟରେ ଆମକୁ ରାଜପଥ, ଜଳପଥ, ବନ୍ଦର, ବିମାନବନ୍ଦର ଭିତ୍ତିଭୂମିକୁ ବଢାଇ ନିଯୁକ୍ତି ଓ ସ୍ଥାନୀୟ ଅର୍ଥନୀତିକୁ ସଦୃଢ କରିବା ପାଇଁ ହେବ । ଆତିଥେୟତା ଏବଂ ସେବା ଶିଳ୍ପ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ୱିତ କରାଇବା ପାଇଁ ପଡିବ । ଓଡ଼ିଶାରେ ଆତିଥେୟତା ଶିଳ୍ପକୁ ବଢାଇବା ପାଇଁ ବିଜେପି ସରକାର ପ୍ରାଥମିକତା ଦେବ । ଆତିଥେୟତା ଶିଳ୍ପ ରୋଜଗାର ସୃଷ୍ଟି କରିବାର ବଡ ମାଧ୍ୟମ । ରାଜ୍ୟର ଭୌଗୋଳିକ ସ୍ଥିତିର ସୁଯୋଗକୁ ବ୍ୟବହାର କରି ଯେପରି ଆମେ ସମସ୍ତେ ନୂଆ ଓଡ଼ିଶା ଗଠନରେ ସାମୂହିକ ଦାୟିତ୍ୱ ନେବା, ତାହା ଆମର ସଂକଳ୍ପ ହେଉ । 

ସ୍ୱସ୍ତି ପ୍ରିମିୟମ୍ ବିଚ୍ ରିସର୍ଟର ଉଦଘାଟନ ଅବସରରେ ସ୍ୱସ୍ତି ଗ୍ରୁପକୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର କଳା ଏବଂ ଐତିହ୍ୟର ଛାପ ଥିବା ଏହି ହୋଟେଲ୍ ପୁରୀର ଆତିଥେୟତା ଓ ସେବା ଶିଳ୍ପ କ୍ଷେତ୍ରରେ ନୂଆ ପରିଚୟ ତିଆରି କରିବ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କେଭି ସିଂହଦେଓ, ରାଜ୍ୟ ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସାଂସଦ ସମ୍ବିତ୍ ପାତ୍ର ଏବଂ ପୁରୀ, ବ୍ରହ୍ମଗିରି ଓ ଏକାମ୍ର ଭୁବନେଶ୍ୱର ବିଧାୟକ ଯୋଗଦେଇଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Union Minister | Argus News