Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରେଢାଖୋଲ କୁବେଲ ମେରୁ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ରେଢାଖୋଲ କୁବେଲ ମେରୁ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ

ରେଢାଖୋଲ: ରେଢାଖୋଲର କୁବେଲ ମେରୁ ଯାତ୍ରାରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାବା କପିଳେଶ୍ବରଙ୍କୁ ଦର୍ଶନ କରିବା ପରେ ୫ ଗୋଟି ଦଣ୍ଡଯାତ୍ରାକୁ ବୁଲି ଦର୍ଶନ କଲେ । କହିଲେ ଭକ୍ତି, ଆସ୍ଥା ଓ ଆଧ୍ୟାତ୍ମିକର ଇଏ ଅନନ୍ୟ ପରିଚୟ । ମେରୁରେ ଦଣ୍ଡ ହେଉଛି ଏହି ଅଞ୍ଚଳର ଅନନ୍ୟ ପରମ୍ପରା । ଲୋକ ସାହିତ୍ୟ, ଲୋକ ସଂସ୍କୃତି, ଲୋକକଳା ଏବଂ ତପସ୍ୟାର ଏକ ଅନ୍ୟ ନାମ ଦଣ୍ଡନାଚ । ନିର୍ଜଳା ଉପବାସ କରି ଲୋକମାନେ ଏହି ପର୍ବ ପାଳନ କରିଛନ୍ତି । ପ୍ରଭୁ ରାମ ଚନ୍ଦ୍ର ଏବଂ ଶିବ ଭଗବାନଙ୍କ ପାଖରେ ଅଞ୍ଚଳବାସୀ ପାଇଁ ମଙ୍ଗଳ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Union Minister joined the journey to Kubel Meru | Argus News