Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୋନପୁରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ: ଭାଷଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

Ritu Das
Browse all articles by Ritu Das
·2 years ago·2 min read
ସୋନପୁରରେ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହ: ଭାଷଣ ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

ଅର୍ଗସ ବ୍ୟୁରୋ: ଓଡିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଲେ ଶାହ । ସେଠାରୁ ସ୍ୱତନ୍ତ୍ର  ହେଲିକପ୍ଟର ଯୋଗେ ସୋନପୁରରେ ପହଞ୍ଚି ବିଶାଳ ଜନସଭାକୁ ସମ୍ବାଧିତ କରୁଛନ୍ତି ଶାହ।  ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କଲେ। ଓଡ଼ିଶାରେ ୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ ପଚାରିଲେ। ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ବନେଇବା କି ନାହିଁ ବୋଲି ଶାହ ବିପୁଳ ଜନତାଙ୍କୁ ପଚାରିଲେ। 

ସାରା ପଶ୍ଚିମ ଓଡ଼ିଶାରୁ ବିଜେପି କର୍ମୀ ଆଜି ଶାହଙ୍କୁ ଶୁଣିବାକୁ ସୋନପୁର ଆସିଛନ୍ତି । ରାମେଶ୍ୱରମ୍ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି। ଓଡ଼ିଶାରେ ପୂର୍ଣ୍ଣ ବହୁମତରେ ହେବ ବିଜେପି ସରକାର। ଆମକୁ ୪୦୦ ପାର କରିବାକୁ ପଡ଼ିବ ବୋଲି ଶାହ ଜନତାଙ୍କୁ କହିଛନ୍ତି। ଓଡ଼ିଶାକୁ ପ୍ରଥମ ଥର ମୁଁ ନିର୍ବାଚନ ପ୍ରଚାର ପାଇଁ ଆସିଛି। ଏଠାକାର ନେତା ଏବଂ ପ୍ରଶାସନ ଭ୍ରଷ୍ଟାଚାରରେ ଲିପ୍ତ। ଶାହ ରାଜ୍ୟସରକାରଙ୍କ ଉପରେ ବର୍ଷିଛନ୍ତି। ଶାହ କହିଲେ ନବୀନ ସରକାରଙ୍କୁ ଉପାଡ଼ି ଫିଙ୍ଗିଦିଅନ୍ତୁ ଓଡ଼ିଶାବାସୀ। ପୁରା ଦେଶରେ ଡବଲ ଇଞ୍ଜିନ ସରକାର ହେବା ଦରକାର। ଯଦି କରୁଛନ୍ତି ଓଡ଼ିଶାରେ ନିଶ୍ଚିତ ବିକାଶ ହେବ। 

ସେ ଆହୁରି କହିଛନ୍ତି, ଏଠାକାର ସରକାର ରାମ ମନ୍ଦିର ଉତ୍ସବକୁ ଡାଇଭର୍ଟ ଚେଷ୍ଟା କଲେ। କିନ୍ତୁ ମୋ ଓଡ଼ିଶାବାସୀ ରାମ ମନ୍ଦିର ଉତ୍ସବକୁ ପାଳନ କଲେ। ମୋଦି ଆତଙ୍କବାଦ, ନକ୍ସଲବାଦକୁ ସମାପ୍ତ ପାଇଁ ଚେଷ୍ଟିତ। ମୋଦି ସରକାର ପାକିସ୍ତାନରେ ପଶି ସର୍ଜିକାଲ ଷ୍ଟ୍ରାଇକ କଲେ। ଦେଶକୁ ସୁରକ୍ଷିତ ପାଇଁ ପାକିସ୍ତାନରେ ପଶି ଷ୍ଟ୍ରାଇକ କଲେ। ମୋଦି ସରକାର ଗରିବଙ୍କୁ ଚାଉଳ ଦେଲେ, ନବୀନ ନାଁ ନେଉଛନ୍ତି। ମୋଦି ଚାଉଳ ଦେଉଛନ୍ତି, ନବୀନ ସେଥିରେ ଷ୍ଟାମ୍ପ ମାରି ମିଛ କହୁଛନ୍ତି। ଓଡ଼ିଶାବାସୀଙ୍କୁ ଆୟୁଷ୍ମାନ ଭାରତ ସୁଫଳ ମିଳୁନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନବୀନ ବାବୁଙ୍କୁ ଡର ଲାଗୁ ହେଲେ ମୋଦି ନାଁ ନେଇଯିବେ। ବିଜେପି ସରକାର ବନାନ୍ତୁ, ଆୟୁଷ୍ମାନ ଯୋଜନା ଲାଗୁ ହେବ। କପଡ଼ା, ଆଗ୍ରୋ ଇଣ୍ଡଷ୍ଟ୍ରୀ ଏଠାରେ କରିବୁ, ଲୋକ ବାହାରକୁ ଯିବେନି। ମୋଦିଙ୍କ ସବୁ ଅନୁଦାନକୁ ଏଠା ସରକାର ନିଜ ନାଁରେ ନେଇଯାଉଛି। ନବୀନ ବାବୁଙ୍କ ଫଟୋ ଲଗାଇ ସବୁ ନିଜ ନାଁରେ ନେଇଯାଉଛନ୍ତି। ଓଡ଼ିଶାବାସୀ ଜାଣିଛନ୍ତି ଚାଉଳ, ଘର ମୋଦି ହିଁ ଦେଉଛନ୍ତି। କାଶୀ ବିଶ୍ୱନାଥ ଭଳି ପୁରୀକୁ ସାରା ବିଶ୍ୱରେ ମହିମାମଣ୍ଡିତ କରାଯିବ। ସବୁଠାରୁ ଅଧିକ ଖଣିଜ ସଂପଦ ଏଇଠି, ସବୁଠାରୁ ଅଧିକ ଗରିବ ବି ଏଇଠି। ରାଜ୍ୟ ସରକାର ଓଡ଼ିଶାର ଖଣିଜ ସଂପଦକୁ ଲୁଟି ଚାଲିଛନ୍ତି। ବିଜେପି ସରକାର ବନାନ୍ତୁ, ଖଣିଜ ସଂପଦର ସୁବିନିଯୋଗ ହେବ।

ଏବେ ସମୟ ଆସିଯାଇଛି ଓଡ଼ିଶାରେ ପରିବର୍ତ୍ତନ କରିବାପାଇଁ। ଆପଣମାନେ ୨୫ବର୍ଷ ନବୀନ ବାବୁଙ୍କୁ ଦେଇଛନ୍ତି। ଆସନ୍ତା ୫ବର୍ଷ ବିଜେପି ବହୁମତରେ ଜିତାନ୍ତୁ। ମୋଦି ସରକାରଙ୍କ ଉପରେ ବିଶ୍ବାସ ରଖନ୍ତୁ। ନିଶ୍ଚିତ ମୋଦି ସରକାର ବିକଶିତ ଭାରତ କରିବେ। ପଦ୍ମ ଫୁଲରେ ମୋହର ମାରନ୍ତୁ ଆଉ ପରିବର୍ତ୍ତନ କରନ୍ତୁ। ଜୟ ଜଗନ୍ନାଥ ଏବଂ ବନ୍ଦେ ମାତରମ କହି ସଭା ସାରିଲେ ଶାହ। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Sponsored
Union Minister | Argus News