|
logo
Live

Argus News - ଆଜିର ମିଶ୍ରଣ ପର୍ବ ଆଠମଲ୍ଲିକ, ଅନୁଗୋଳ ସମେତ ଓଡ଼ିଶାରେ ବିଜେପିର ସାଂଗଠନିକ ସ୍ଥିତିକୁ ମଜଭୂତ୍ କରିବ

Odisha

ଆଜିର ମିଶ୍ରଣ ପର୍ବ ଆଠମଲ୍ଲିକ, ଅନୁଗୋଳ ସମେତ ଓଡ଼ିଶାରେ ବିଜେପିର ସାଂଗଠନିକ ସ୍ଥିତିକୁ ମଜଭୂତ୍ କରିବ

Jitendra Dash
Browse all articles by Jitendra Dash
·2 years ago·2 min read
ଆଜିର ମିଶ୍ରଣ ପର୍ବ ଆଠମଲ୍ଲିକ, ଅନୁଗୋଳ ସମେତ ଓଡ଼ିଶାରେ ବିଜେପିର ସାଂଗଠନିକ ସ୍ଥିତିକୁ ମଜଭୂତ୍ କରିବ

ଅର୍ଗସ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଆଠମଲ୍ଲିକର ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଭେଟି ନିର୍ବାଚନୀ ପ୍ରଚାର ଉପରେ ବିଚାରବିମର୍ଶ କରିବା ସହ ଆୟୋଜିତ ମଶ୍ରଣ ପର୍ବରେ ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ସମେତ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ କରିଛନ୍ତି ।  

ସେ କହିଛନ୍ତି ଯେ ସଂଘର୍ଷ ଓ ତ୍ୟାଗର ଭୂମିରେ ବୀର ସୁରେନ୍ଦ୍ର ସାଏଙ୍କ ଅନୁଯାୟୀ ରମେଶ ସାଏ ବିଜେପିରେ ଯୋଗଦେଇ ଓଡ଼ିଆ ଅସ୍ମିତା ସାଙ୍ଗରେ ଯିବା ପାଇଁ ନିଷ୍ପତି ସ୍ୱାଗତଯୋଗ୍ୟ  । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୃଢ ନେତୃତ୍ୱ ଓ ରାଜନୈତିକ ଇଚ୍ଛାଶକ୍ତିକୁ ସ୍ୱୀକାର କରି ଦଳରେ ଯୋଗଦେଇଥିବାରୁ ଧନ୍ୟବାଦ । ଆଠମଲ୍ଲିକ ଓ ଅନୁଗୋଳ ସମେତ ଓଡ଼ିଶା ତଥା ଦେଶର କୋଣ ଅନୁକୋଣରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଜନତାଙ୍କ ଆସ୍ଥା ବଢ଼ିଛି । ଆଜିର ଯୋଗଦାନ ଆଠମଲ୍ଲିକ, ଅନୁଗୋଳ ସମେତ ଓଡ଼ିଶାରେ ବିଜେପିର ସାଂଗଠନିକ ସ୍ଥିତିକୁ ଅଧିକ ମଜଭୂତ୍ କରିବ । ଓଡ଼ିଶାରେ ମୋଦୀଙ୍କ ଡବଲ ଇଞ୍ଜିନ ସରକାର କରିବା ପାଇଁ ଆମର ସଂକଳ୍ପ ସଶକ୍ତ ହେବ । 

ଏହି ଅବସରରେ ଶ୍ରୀ ପ୍ରଧାନ ଅଇଡା, ମାଧପୁର, ନାକଚି, ଠାକୁରଗଡ, ବୋଇଣ୍ଡା, ଆଠମଲ୍ଲିକ ଏନଏସି କିଶୋରନଗର ଓ ସାତକୋଶିଆ ମଣ୍ଡଳର କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ଓଡ଼ିଶାରେ ଡବଲ ଇଞ୍ଜିନର ସରକାର କରିବା ପାଇଁ ମୋଦୀଙ୍କ ଅନୁଯାୟୀ ଭାବେ ଅକଥନୀୟ ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଆଠମଲ୍ଲିକ ସ୍ୱାଭିମାନ, ଗଡଜାତ ଓ ଚଷାଚାଷୀର ଅଞ୍ଚଳ । ଆଠମଲ୍ଲିକ ଓଡ଼ିଆ ଅସ୍ମିତାର ପ୍ରୟୋଗଶାଳା ହୋଇଛି । ଏଠାରେ ୫ ଜଣଙ୍କ ପକେଟ୍ ଗରମ କରିବା ପାଇଁ ନୁହେଁ ବରଂ ଆଞ୍ଚଳିକ ବିକାଶ  ନିର୍ବାଚନର ପ୍ରସଙ୍ଗ ହୋଇଛି । ଠିକାଦାରରାଜ ନୁହେଁ ବରଂ ଲୋକରାଜ କରିବା ବିଜେପିର ସଂକଳ୍ପ ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶର ବିକାଶ ଚରମ ସୀମାକୁ ଯାଇଛି । ଗରିବରୁ ସମାଜର ଅନ୍ତିମ ଶ୍ରେଣୀର ଲୋକମାନେ ମୋଦୀଙ୍କ କଲ୍ୟାଣକାରୀ ଯୋଜନାର ଲାଭ ପାଉଛନ୍ତି ।  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ, ଲକ୍ଷପତି ଦିଦି ଯୋଜନା ସମସ୍ତଙ୍କୁ ସଶକ୍ତ କରୁଛି । ମୋଦିଜୀ ଶାସନ ନୁହେଁ ସେବା କରିବାକୁ ଆସିଛନ୍ତି । 

ଅଧିକ ପଢନ୍ତୁ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ ହେଲେ ସାମିଲ 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରେ ଦୀର୍ଘ ୨୫ ବର୍ଷ ଶାସନରେ ପାଣି ସମସ୍ୟା ଦେଖାଯାଇଛି । ହସ୍ପିଟାଲରେ ଡାକ୍ତର ନାହାନ୍ତି । ସ୍କୁଲରେ ଶିକ୍ଷକ ନାହାନ୍ତି । ଓଡ଼ିଆ ପିଲାର ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଛି । ରୋଜଗାର ଆଶାରେ ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଓଡ଼ିଶାରେ ପରିବର୍ତ୍ତନ ଆଣିବା ଜରୁରୀ । ଏହା କେବଳ ଭାବିଲେ ହେବ ନାହିଁ ବରଂ କାମ କରିବା ପାଇଁ ପଡିବ । ଆସନ୍ତାକାଲି ବିଜେପିର ପ୍ରତିଷ୍ଠା ଦିବସକୁ ଘରେ ଘରେ ବିଜେପି ପତକା ଲଗାଇ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ।

Sponsored
ଆଜିର ମିଶ୍ରଣ ପର୍ବ ଆଠମଲ୍ଲିକ, ଅନୁଗୋଳ ସମେତ ଓଡ଼ିଶାରେ ବିଜେପିର ସାଂଗଠନିକ ସ୍ଥିତିକୁ ମଜଭୂତ୍ କରିବ | Argus News