Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

“ମନ କୀ ବାତ୍”ରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

Ritu Das
Browse all articles by Ritu Das
·1 year ago·2 min read
“ମନ କୀ ବାତ୍”ରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍

ଅର୍ଗସ ବ୍ୟୁରୋ: ‘ମନ୍ କୀ ବାତ୍ କାର୍ଯ୍ୟକ୍ରମ’ର ୧୦ ବର୍ଷ ପୂର୍ତ୍ତି ହେବାର ବିଶେଷ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାତୃଭାଷା, ଲିପି ଏବଂ କଥିତ ଭାଷା ଉପରେ ଚର୍ଚ୍ଚା କରିବା ସହ ଜନଜାତି ସମୁଦାୟଙ୍କ କଥିତ ଭାଷା ‘ସାନ୍ତାଳୀ’ର ପ୍ରଚାର ପ୍ରସାର କରୁଥିବା ମୟୂରଭଞ୍ଜ ଜିଲ୍ଲାର ରାମଜୀତ ଟୁଡୁଙ୍କ ବିଷୟରେ ଆଲୋଚନା କରିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  

ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ରାମଜୀତଙ୍କ କାର୍ଯ୍ୟ ସୃଜନଶୀଳତାର ଏକ ପ୍ରତୀକ । ସାନ୍ତାଳୀ ଭାଷାର ଲିପି ‘ଅଲ୍ ଚିକି’ରେ ମୋବାଇଲ ଟାଇପ୍ କରିବାର କୌଶଳକୁ ବିକଶିତ କରିଥିବାରୁ ରାମଜୀତଙ୍କୁ ଧନ୍ୟବାଦ । ଆଜି ତାଙ୍କ ପ୍ରୟାସରେ ସାନ୍ତାଳୀ ଭାଷାରେ ଲେଖାଯାଉଥିବା ଲେଖାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚିଛି । ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ତାଙ୍କର କାର୍ଯ୍ୟ ପ୍ରେରଣାଦାୟୀ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସାନ୍ତାଳୀ ଭାଷା ସମେତ ଅନେକ ଜନଜାତି ଭାଷାରେ ବର୍ଣ୍ଣମାଳା ପୁସ୍ତକ ପ୍ରକାଶିତ ହୋଇଛି । ମାତୃଭାଷାକୁ ପ୍ରାଥମିକତା ଦେବା ଦିଗରେ ଭାରତ ସରକାରଙ୍କ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ବୌଦ୍ଧିକ କ୍ଷମତାକୁ ପରିପ୍ରକାଶ କରିବ ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଅକ୍ଚୋବର ୩ରେ ମନ୍ କୀ ବାତ୍ କାର୍ଯ୍ୟକ୍ରମ ସଫଳତାପୂର୍ବକ ୧୦ ବର୍ଷ ନବରାତ୍ରୀର ପବିତ୍ର ଅବସରରେ ପୂରଣ ହେବାକୁ ଯାଉଛି । ବିଗତ ବର୍ଷମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱଚ୍ଛତା, ଜଳ ସଂରକ୍ଷଣ, ଆତ୍ମନିର୍ଭର ଭାରତ, ବେଟି ବଚାଓ-ବେଟି ପଢ଼ାଓ, ହର ଘର ତିରଙ୍ଗା ଓ ଜନସଚେତନ ଅଭିଯାନ ଏବଂ ସାମାଜିକ ପରିବର୍ତ୍ତନ ପ୍ରସଙ୍ଗ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ଉଠାଇଛନ୍ତି । 'ମନ୍ କି ବାତ୍' କେବଳ ଏକ ରେଡିଓ କାର୍ଯ୍ୟକ୍ରମରେ ସୀମିତ ହୋଇ ରହିନାହିଁ । ପ୍ରଧାନସେବକଙ୍କୁ ଜନସାଧାରଣଙ୍କ ସହ ଯୋଡ଼ିବାର ଏକ ବଡ ମାଧ୍ୟମ ହୋଇଛି । ଆଗାମୀ ବର୍ଷମାନଙ୍କରେ ଏହି କାର୍ଯ୍ୟକ୍ରମ ଦେଶର କୋଟି କୋଟି ଲୋକଙ୍କୁ ପ୍ରେରଣା ଦେବାର ଏକ ଶକ୍ତିଶାଳୀ ଜରିଆ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ 'ମେଡ୍ ଇନ୍ ଇଣ୍ଡିଆ' ଉତ୍ପାଦ ବ୍ୟବହାର କରିବାକୁ ଏବଂ ଅନ୍ୟମାନଙ୍କୁ 'ମେଡ୍ ଇନ୍ ଇଣ୍ଡିଆ' ଅଭିଯାନ ବ୍ୟବହାର କରି ଭାରତକୁ ସମଗ୍ର ବିଶ୍ୱରେ ଉତ୍ପାଦନର ହବରେ ପରିଣତ କରିବା ଏବଂ 'ଆତ୍ମନିର୍ଭର ଭାରତ'ର ସଂକଳ୍ପକୁ ସାକାର କରିବା ପାଇଁ ଅନୁରୋଧ କରିଛନ୍ତି । 'ମେକ୍ ଇନ୍ ଇଣ୍ଡିଆ' କେବଳ ଭାରତକୁ ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବ ନାହିଁ ବରଂ ଆମର ଘରୋଇ ଉତ୍ପାଦକୁ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଦେଇ ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବ। 'ବିକଶିତ ଭାରତର' ସ୍ୱପ୍ନକୁ ସାକାର କରି ଭାରତକୁ ଏକ ଅର୍ଥନୈତିକ ମହାଶକ୍ତିରେ ପରିଣତ କରିବା ଦିଗରେ 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରେରଣାଦାୟକ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Union Minister's | Argus News