Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୨୦ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ

Odisha

୨୦ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·2 min read
୨୦ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଶନିବାର ଶ୍ରୀକ୍ଷେତ୍ର ଗସ୍ତରେ ଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣିଥରେ ଉଠାଇଛନ୍ତି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିର ଓ ରତ୍ନଭଣ୍ଡାରକୁ ନେଇ ଓଡ଼ିଆ ଓ ହିନ୍ଦୁଙ୍କର ରହିଛି ଭାବାବେଗ। ତେଣୁ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦେଇ ରତ୍ନଭଣ୍ଡାର ଖୋଲିବାକୁ ଅପିଲ କରିଛନ୍ତି ଧର୍ମେନ୍ଦ୍ର। ଏଥିସହ ପ୍ରଶ୍ନ କରିଛନ୍ତି ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟସ୍ ମୁତାବକ ପ୍ରତ୍ୟକ 3 ବର୍ଷରେ ଥରେ ରତ୍ନଭଣ୍ଡାର ଖୋଲି ରତ୍ନ ଗଣତି କରାଯିବା କଥା। ତେବେ ଦଶନ୍ଧି ଦଶନ୍ଧି ଧରି ରତ୍ନଭଣ୍ଡାର ନଖୋଲିବାର କାରଣ କଣ ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର। 

ରତ୍ନଭଣ୍ଡାର ଖୋଲିବା ନେଇ କେନ୍ଦ୍ରମନ୍ତ୍ରୀ କହିବା ପରେ ସାରା ରାଜ୍ୟରେ ଜୋରଧରିଛି ଦାବି। ଭକ୍ତ ଓ ସେବାୟତମାନେ ବି କେନ୍ଦ୍ରମନ୍ତ୍ରୀଙ୍କ ଦାବିକୁ ଜଣାଇଛନ୍ତି ସମର୍ଥନ। ଶ୍ରୀଜଗନ୍ନାଥ ସେନା ଆବାହକ ମଧ୍ୟ ରତ୍ନ ଭଣ୍ଡାର ଖୋଲି ରତ୍ନ ଗଣତି ଦାବି ଦୋହରାଇଛନ୍ତି। 

ଏପରିକି କଂଗ୍ରେସ ବି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ସହ ସ୍ବର ମିଳାଇଛି। ଆଉ ବିଜେଡିର ସେହି ଚିରାଚରିତ ପ୍ରତିକ୍ରିୟା ସମୟକୁ ଅପେକ୍ଷା କର। 
ରତ୍ନ ଗଣତିମଣତି ସହ ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର। ସେହିପରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସବୁ ପୁରୁଣା ମଠ, ମନ୍ଦିର, ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସହିତ ବିଭିନ୍ନ ସମ୍ପ୍ରଦାୟର ପୁରାତନ କୀର୍ତ୍ତିରାଜି ସବୁ ସ୍ଥାନ ପାଇବା ଦରକାର। ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା କଥା ଭକ୍ତମାନେ ବହୁବାର କହିଲେଣି, ଯେତେ ସୁବିଧାରେ ଦର୍ଶନ ହେବ, ସେତେ ଭଲ ବୋଲି କହିଛନ୍ତି ଧର୍ମେନ୍ଦ୍ର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେନ୍ଦ୍ରମନ୍ତ୍ରୀ ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ସହ ଏଏସଆଇ ମରାମତି କରୁଥିବା ନାଟ ମଣ୍ଡପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ସେ କହିଛନ୍ତି ମହାପ୍ରଭୁଙ୍କର ଆଶୀର୍ବାଦରୁ ଏଏସଆଇ ନିଜର କାମକୁ  ସୂଚାରୁ ରୂପେ କରିବ। ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଓ ମରାମତି ପ୍ରସଙ୍ଗରେ ଏଏସଆଇ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବାବେଳେ ରାଜ୍ୟ ସରକାର ଓ ଏଏସଆଇ ମଧ୍ୟରେ ଦ୍ବନ୍ଦ୍ବ ଦୂର କରିବାକୁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରାବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭୋରରୁ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ସକାଳ ମଙ୍ଗଳ ଆଳତି ଦେଖିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
 

Argus Whatsapp Channel Mobile Top
Sponsored
Union Railway | Argus News