Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଯୁବଦ୍ୟୋଗୀଙ୍କ ନିଆରା ପ୍ରୟାସ , ଗୋଟିଏ କଲରେ ମିଳିବ ସବୁ ସୁବିଧା..

Odisha

ଯୁବଦ୍ୟୋଗୀଙ୍କ ନିଆରା ପ୍ରୟାସ , ଗୋଟିଏ କଲରେ ମିଳିବ ସବୁ ସୁବିଧା..

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଯୁବଦ୍ୟୋଗୀଙ୍କ ନିଆରା ପ୍ରୟାସ ,  ଗୋଟିଏ କଲରେ ମିଳିବ ସବୁ ସୁବିଧା..

Key Points

  • ଯୁବ ଉଦ୍ୟୋଗୀଙ୍କ ନୂଆ ପ୍ରୟାସ
  • ଘରେ ବସି ପାଇବେ ସବୁ ସୁବିଧା
  • ଘରେ ରହି ସବୁ ଜିନିଷର କରିପାରିବେ ମରାମତି
  • ଗୋଟିଏ କଲରେ ହିଁ ଆପଣଙ୍କୁ ମିଳିପାରିବ ଏହି ସୁବିଧା 

ସମ୍ବଲପୁର : ଘରେ ବ୍ୟବହାର କରୁଥିବା ଜିନିଷ ଖରାପ ହେଲେ ଆପଣ ବଜାର ଯାଇ ଅନେକ ଅସୁବିଧାର ସାମ୍ନା କରୁଛନ୍ତି କି ? ଏବେ କିନ୍ତୁ ସେ ସବୁ ସମସ୍ୟାର ଚୁଟକିରେ ହେବ ସମାଧାନ । କାରଣ ଘରେ ବସି ଆପଣ ପାଇପାରିବେ ସବୁ ପ୍ରକାର ସୁବିଧା । ଗୋଟିଏ କଲ୍‌ରେ ସବୁ ସମସ୍ୟାର ହେବ ସମାଧାନ । ହଁ...କେବଳ ଗୋଟିଏ କଲ୍‌ରେ 
ଘରେ ମରାମତିର ସୁବିଧା ପୂର୍ବରୁ ଅନ୍ୟ ରାଜ୍ୟ ଓ ସହର ଗୁଡିକରେ ମିଳୁଥିବା ବେଳେ ଏବେ କିନ୍ତୁ ଭୁବନେଶ୍ବର, ସମ୍ବଲପୁର, ବରଗଡ ଆଦି ଅଞ୍ଚଳରେ ଏମିତି ସୁବିଧା ମିଳିବାକୁ ଯାଉଛି ।

ସାଧାରଣ ଭାବରେ ଘରର କୌଣସି ଜିନିଷ ଖରାପ ହେଲେ ଆମେ ପାଖରେ ଥିବା ଦୋକାନୀଙ୍କୁ ଫୋନ୍‌ କରନ୍ତି । କିନ୍ତୁ ସେମାନେ ସଙ୍ଗେ ସଙ୍ଗେ ଆସନ୍ତି ନାହିଁ । ଏବେ କିନ୍ତୁ ସେ ସମସ୍ୟାର ସମାଧାନ ହେବ ଗୋଟିଏ ଚୁଟକିରେ । କାରଣ ସମସ୍ୟାରୁ ଆପଣଙ୍କୁ ମୁକ୍ତ କରିବ ହୋମ୍ ମେଣ୍ଟେନାନ୍ସ ସର୍ଭିସ୍  'ହୋମଭେରୀ'  । ଏହା ଏମିତି ଏକ ଅନଲାଇନ ଡିଜିଟାଲ ସର୍ଭିସ, ଯାହା ସମ୍ବଲପୁରର ଯୁବ ଉଦ୍ୟୋଗୀ ପ୍ରହ୍ଲାଦ ମିତ୍ତଲ ଓ ରଜତ କର ଆରମ୍ଭ  କରିଛନ୍ତି । ଆଉ ଏମାନଙ୍କର ଉଦ୍ୟମକୁ ପ୍ରଶଂସା କରିବା ସହ ଯୁବବର୍ଗଙ୍କୁ ଉତ୍ସାହିତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କମ୍ପାନୀର ସିଇଓ ପ୍ରହହ୍ଲାଦ ମିତ୍ତଲ କହିଛନ୍ତି, ଏପରି ସୁବିଧା ବର୍ତ୍ତମାନ ସେ ସ୍ଥାନୀୟ ଲୋକମାନଙ୍କୁ ଯୋଗାଇ ଦେଉଛନ୍ତି । କେବଳ ଓଡିଶା ନୁହେଁ ରାଜ୍ୟ ବାହାରେ ମଧ୍ୟ ସେ ଏହି ସର୍ଭିସ ଯୋଗାଇ ଦେଉଛନ୍ତି ।

ଅଧିକ ପଢନ୍ତୁ : ବୈଶ୍ୱିକ ଢାଞ୍ଚାରେ ଭବିଷ୍ୟତର କାର୍ଯ୍ୟ ଉପରେ ଦିଆଯିବ ପ୍ରଶିକ୍ଷଣ - ଧର୍ମେନ୍ଦ୍ର ପ୍ରଧାନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯୁବକମାନେ କେମିତି ବାହାରେ ଚାକିରି ଛାଡି ନିଜ ଅଞ୍ଚଳରେ ଚାକିରି କରି ଅଧିକ ଟଙ୍କା ରୋଜଗାର କରୁଛନ୍ତି ତାହାକୁ ନେଇ ଯୁବପିଢୀଙ୍କୁ ପ୍ରଶଂସା କରିଛନ୍ତି ଧର୍ମେନ୍ଦ୍ର । ଏବଂ ଆଗକୁ କିପରି ୧୦୦ କ୍ୟୁବ୍ ଷ୍ଟାର୍ଟଅପରେ ଏହା ସାମିଲ ହେବ ସେଥିପାଇଁ ଉତ୍ସାହିତ ମଧ୍ୟ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ ଷ୍ଟାର୍ଟଅପ୍ ପରମ୍ପରାରୁ ଅନୁପ୍ରାଣିତ ହୋଇଛନ୍ତି ଏହି ଯୁବ ଉଦ୍ୟୋଗୀ । ବିକଶିତ ଦେଶ ସ୍କିଲ ଇଣ୍ଡିଆ ଦିଗରେ ନିଜର ଦକ୍ଷତା ବିକାଶ କରୁଛନ୍ତି ଯୁବପିଢୀ । ଏବଂ ଆଗକୁ ମଧ୍ୟ ଆହୁରି ଅନେକ ଯୁବ ଉଦ୍ୟୋଗୀ ବାହାରିବା ଦରକାର, ଯେଉଁମାନେ ଚାକିରୀ ଖୋଜିବା ନୁହେଁ ଅନ୍ୟମାନଙ୍କୁ ଚାକିରୀ ଦେବାରେ ସହାୟକ ହୁଅନ୍ତୁ ବୋଲି ଯୁବପିଢୀଙ୍କୁ ଉତ୍ସାହିତ କରିବା ସହ ମନୋବଳ ଦୃଢ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।


 

Sponsored
Unique efforts of young entrepreneurs, you can get all benefits in just one call | Argus News