Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଗିଚାରେ ଫୁଟିଲା ସହସ୍ରଦଳ କମଳ

Smruti Parija
Browse all articles by Smruti Parija
·1 year ago·1 min read
ବଗିଚାରେ ଫୁଟିଲା ସହସ୍ରଦଳ କମଳ

କେନ୍ଦୁଝର:  ବଡ଼ବିଲରେ ଫୁଟିଛି ବିରଳ ୧୦୦୦ ପାଖୁଡ଼ା ବିଶିଷ୍ଟ ପଦ୍ମ ବା ସହସ୍ରଦଳ କମଳ । ବଡ଼ବିଲ ସହର ପିଏଚଡି କଲୋନୀ ନିକଟ ଐକ୍ୟ କ୍ଷେତ୍ର ବଗିଚାରେ ଫୁଟିଛି ଏହି ଅସାଧାରଣ ଫୁଲ । ପ୍ରକୃତି ପ୍ରେମୀ ବିଜୟ ମହାନ୍ତିଙ୍କ ତତ୍ବାବଧାନରେ ଏହି ଗୋଲାପୀ ରଙ୍ଗର ହଜାରେ ପାଖୁଡ଼ାର ପଦ୍ମ ଫୁଟିପାରିଛି । ଏହି ପଦ୍ମର କନ୍ଦାକୁ କଲିକତାରୁ ଆଣି ସେ ବଗିଚାରେ ଲଗାଇଥିଲେ । ଏକ ଡ୍ରମରେ ପାଣି ଓ ମାଟି ମିଶାଇ ପଙ୍କ ସୃଷ୍ଟି କରି କନ୍ଦାଟି ଲଗାଇ ତା'ର ଯତ୍ନ ନେଉଥିଲେ । 

ପ୍ରଥମେ ପାଖାପାଖି ୨ ମାସ ପରେ ଏଥିରେ କଢ଼ ଧରିଥିଲା । କଢ଼ରୁ ଫୁଲରେ ପରିଣତ ହେବାକୁ ଏହାକୁ ପ୍ରାୟ ଦୁଇ ସପ୍ତାହ ଲାଗିଥିଲା । ଏକବର୍ଷ ପରେ ଏବେ ପୁଣି  ଥରେ ଏହି  ବିରଳ ହଜାରେ ପାଖୁଡ଼ାର ପଦ୍ମ ଫୁଲଟି ଫୁଟିବା ପରେ ଐକ୍ୟ କ୍ଷେତ୍ରକୁ ଲୋକଙ୍କ ଆଗମନ ହେଉଛି । 

ବିରଳ ପଦ୍ମ  ଦେଖଣା ହାରୀଙ୍କ ମନମୋହି ନେଉଛି । ଅନ୍ୟ ପଦ୍ମ ଫୁଲ ଭଳି ଆକାର, କିନ୍ତୁ ପାଖୁଡ଼ା ସଂଖ୍ୟା ହଜାରେ । ବିରଳ ସହସ୍ର ଦଳ ପଦ୍ମକୁ ଦେଖିବା ପରେ ଫଟୋ ଟିଏ ନ ଉଠାଇ ଲୋକେ ରହିପାରୁ ନାହାଁନ୍ତି । ଏହା ପୂର୍ବରୁ ଗତ ବର୍ଷ ମାର୍ଚ୍ଚ ମାସରେ ଗୋଲାପୀ ରଙ୍ଗର ୧୦୦୦ ପାଖୁଡ଼ା ଏବଂ ଅଗଷ୍ଟ ମାସରେ ୧୦୦୦ ପାଖୁଡ଼ାର ଶ୍ୱେତ ପଦ୍ମ ଫୁଟାଇ ବେଶ୍ ଚର୍ଚ୍ଚା ସାଉଣ୍ଟିଥିଲେ ବିଜୟ । ଏତଦ୍ ବ୍ୟତୀତ ବିଜୟଙ୍କ ଉଦ୍ୟମରେ ଏହି ବଗିଚାରେ ବିଭିନ୍ନ ରଂଗର ହାଇବ୍ରିଡ୍‌ ପଦ୍ମ ଓ କଇଁ ଫୁଲର ସଂଗ୍ରହ ମଧ୍ୟ ରହିଛି ।  ଅନ୍ୟାନ୍ୟ ପ୍ରଜାତିର ପାଖାପାଖି 250 ପ୍ରକାର ଫୁଲ ଓ  ବୃକ୍ଷ ( ପ୍ଲାଣ୍ଟ) ଏଠାରେ ଦେଖିବାକୁ ମିଳୁଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
unique-lotus-flower-found-in-keonjhar-barbil | Argus News