ଶିକ୍ଷକ ବଦଳି ଦାବିରେ ଡୁମେରପାଲି ଗ୍ରାମବାସୀଙ୍କ ନିଆରା ପ୍ରତିବାଦ
·2 years ago

ଅର୍ଗସ ବ୍ୟୁରୋ: ଶିକ୍ଷକ ବଦଳି ଦାବିରେ ଡୁମେରପାଲି ଗ୍ରାମବାସୀଙ୍କ ନିଆରା ପ୍ରତିବାଦ। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ବ୍ଲକ ଡୁମେରପାଲି ସରକାରୀ ୟୁପି ସ୍କୁଲର ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ଗ୍ରାମବାସୀ ବିଇଓଙ୍କ ଠାରେ ଅଭିଯୋଗ କରିଥିଲେ । ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଅଭିଯୋଗକାରୀଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ଗତକାଲି ଗ୍ରାମବାସୀମାନେ ଓ ମୋ ସ୍କୁଲ ଅଭିଯାନର କର୍ମକର୍ତ୍ତା ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥାଳି ବଜାଇ ନିଆରା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ବିଇଓ ମହାଶୟ ଗ୍ରାମବାସୀଙ୍କୁ ଡାକି ଦେଇ ଅଫିସ୍ ଛାଡି କୁଆଡେ ପଳାଇଥିବା ଅଭିଯୋଗ ହୋଇଛି । ପରେ ସମସ୍ତେ ବ୍ଲକ୍ ଅଫିସକୁ ଯାଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
