Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଏଠି ଲୁହା ଶିକୁଳିରେ ବନ୍ଧା କାଳିଆ ସାଆନ୍ତ...

Odisha

ଏଠି ଲୁହା ଶିକୁଳିରେ ବନ୍ଧା କାଳିଆ ସାଆନ୍ତ...

Smruti Parija
Browse all articles by Smruti Parija
·2 years ago·1 min read
ଏଠି ଲୁହା ଶିକୁଳିରେ ବନ୍ଧା କାଳିଆ ସାଆନ୍ତ...

କେନ୍ଦ୍ରାପଡା: ଭକ୍ତିରେ ଭିଜୁଛି ଚତୁର୍ଦ୍ଦିଗ । ମହାପ୍ରଭୁ ଜଗନ୍ନାଥଙ୍କୁ ପାଖରେ ପାଇ ଖୁସିରେ ନାଚୁଛି ଭକ୍ତ । ହେଲେ ଏହି ରଥଯାତ୍ରା ଟିକେ ନିଆରା । ଭାରତବର୍ଷରେ ସବୁ ସ୍ଥାନରେ ଦଉଡିରେ ରଥ ଟଣା ଯାଉଥିବାବେଳେ ଏଠି ଲୁହା ଶିକୁଳିରେ ରଥଟାଣିବାର ପରମ୍ପରା ରହିଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ କାକଟପୁରଠାରେ କାଳିଆ ସାଆନ୍ତଙ୍କ ପ୍ରସିଦ୍ଧ ରଥଯାତ୍ରାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥାଏ ।  

ଏଠି ବର୍ଷକ ୧୨ ମାସ ଶିକୁଳିରେ ବନ୍ଧା ହୋଇ ରତ୍ନ ବେଦୀରେ ପୂଜା ପାଆନ୍ତି ମହାପ୍ରଭୁ । ଆଉ ରଥଯାତ୍ରା ଦିନ ଶିକୁଳିରୁ ମୁକ୍ତି ପାଆନ୍ତି ।  ଶିକୁଳି ଖୋଲା ଯାଇ ରଥାରୂଢ଼ ହୋଇ ଶ୍ରଦ୍ଧାଳୁମାନଙ୍କୁ ପବିତ୍ର ଶ୍ରୀଗୁଣ୍ଡିଚା ଦିନ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ହେଲେ ଏ ବିଚିତ୍ର ପରମ୍ପରା କଣ ପାଇଁ ...ଜଗତର ନାଥ ଜଗନ୍ନାଥଙ୍କୁ ଶିକୁଳିରେ ବାନ୍ଧି କାହିଁକି ପୂଜା କରାଯାଏ । ଏହାପଛରେ ରହିଛି ଏକ ଲୋକ କଥା....

ଚମ୍ପାଗଡ଼ରୁ କାକଟପୁରକୁ ରଥାରୂଢ ହୋଇ ଜଗତରନାଥ ଜଗନ୍ନାଥ ବହୁ ବର୍ଷ ପୂର୍ବେ ଚାଲିଆସିଥିଲେ । ସେଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରାଗଲା । ଆଉ ସେବେଠୁ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଇଆସୁଛି । ସେବେ ଠାରୁ କାଳିଆ ସାଆନ୍ତଙ୍କୁ ଲୁହା ଶିକୁଳିରେ ବାନ୍ଧି ମନ୍ଦିରରେ ପୂଜା ପାଇ ଆସୁଛନ୍ତି । କାଳେ ମହାପ୍ରଭୁ ଯେଉଁଠୁ ଆସିଥିଲେ ସେଇଠିକୁ ଚାଲିଯିବେ ସେହି ଭୟରେ ଭକ୍ତି ଭାବରେ ଲୁହା ଶିକୁଳିରେ ବନ୍ଧା ଯାଇ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଆଉ ସବୁଠୁ ଆଶ୍ଚର୍ଯ୍ୟ କଥା ଏହି ଲୁହା ଶିକୁଳିରେ ଆଦୌ କଳଙ୍କି ଲାଗେ ନାହିଁ। 

ଭାରତ ବର୍ଷରେ ସବୁ ସ୍ଥାନରେ ନନ୍ଦିଘୋଷ ରଥ ଦଉଡିରେ ଟଣା ଯାଉଥିବାବେଳେ କାକଟପୁରରେ ଲୁହା ଶିକୁଳି ଦଉଡ଼ିରେ ରଥଟଣାର ପରମ୍ପରା ରହିଛି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳେ । 
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
unique-rathayatra-in-kendrapada-mahakalpada | Argus News