Paddy Crops Destroyed / କାନ୍ଦୁଛି ଚାଷୀ, ହସୁଛି ରୋଗପୋକ: ହଜାର ହଜାର ଏକର ଧାନ ଫସଲ ନଷ୍ଟ
·59 mins ago·3 min read

Key Points
କ୍ଷେତରେ ହସୁଥିଲା ସୁନାର ଫସଲ
ଅଜଣା ରୋଗପୋକ ଯୋଗୁଁ ହଜାର ହଜାର ଏକର ଧାନ ଫସଲ ନଷ୍ଟ
କାନ୍ଦୁଛି ଚାଷୀ, ହସୁଛି ରୋଗପୋକ
ଅଜଣା ରୋଗପୋକ ଯୋଗୁଁ ହଜାର ହଜାର ଏକର ଧାନ ଫସଲ ନଷ୍ଟ
କାନ୍ଦୁଛି ଚାଷୀ, ହସୁଛି ରୋଗପୋକ
କ୍ଷେତରେ ହସୁଛି ସୁନାର ଫସଲ । ମୁଣ୍ଡ ଝାଲ ତୁଣ୍ଡେ ଦେଇ ଚାଷୀ ଏବର୍ଷ ଜମିରେ ଧାନ ଚାଷ କରିଛନ୍ତି । ଖରିଫ ଋତୁରେ ଭଲ ବର୍ଷା ହୋଇଥିବାରୁ ଏବର୍ଷ ଭଲ ଧାନ ଫସଲ ଉତ୍ପାଦନ ହେବା ଲକ୍ଷ୍ୟ ରଖିଛନ୍ତି ଚାଷୀମାନେ। ହେଲେ ଚାଷୀଙ୍କ ସବୁ ଆଶା ଓ ସ୍ବପ୍ନକୁ ଧୂଳିସାତ କରିଦେଇଛି ଚକଡ଼ା ପୋକ । ବିଗତ କିଛି ବର୍ଷ ପରେ ବରଗଡ଼ ଜିଲ୍ଲାରେ ଚକଡ଼ା ପୋକ ପ୍ରାଦୁର୍ଭାବ ଚାଷୀଙ୍କ ଟେନସନ ଦୁଇ ଗୁଣିତ କରିଛି । କିଛି ବର୍ଷ ବ୍ୟବଧାନ ପରେ ପୁଣି ବରଗଡ଼ ଜିଲ୍ଲାକୁ ଲେଉଟିଛି ଚକଡ଼ା ପୋକ । ଚକଡ଼ା ପୋକର ପ୍ରାଦୁର୍ଭାବ ନେଇ ଏବେ ଚିନ୍ତାରେ ବରଗଡ଼ ଜିଲ୍ଲାର ହଜାର ହଜାର ଚାଷୀ । ଏବର୍ଷ ଭଲ ବର୍ଷା ଯୋଗୁ ଜମିରେ ଭଲ ଧାନ ଚାଷ ହୋଇଛି । କିନ୍ତୁ ବିଗତ କିଛି ସପ୍ତାହ ଧରି ଜିଲ୍ଲାର ବରପାଲି, ଭେଡ଼େନ, ଅତାବିରା, ବରଗଡ଼ ବ୍ଲକର ଅନେକ ଗାଁରେ ଚକଡ଼ା ପୋକ ଆତଙ୍କ ଯୋଗୁ ଚାଷୀଙ୍କ ଶହଶହ ଏକର ଜମିରେ ଧାନ ଫସଲ ନଷ୍ଟ ହୋଇଯାଇଛି ।''
ଧାନ କେଣ୍ଡା ରସକୁ ଚକଡ଼ା ପୋକ ଶୋଷି ଦେଇ ତାକୁ ମାରି ଦେଲା ପରେ ଧାନ ଗଛ ଶୁଖି ଯାଉଛି । ମହାଜନ, ବ୍ୟାଙ୍କ ଋଣ, ସୋସାଇଟିରୁ ଋଣ ଆଣି ଚାଷୀମାନେ ବହୁ କଷ୍ଟରେ ଖରିଫ ଋତୁରେ ଧାନ ଚାଷ କରିଥିବା ବେଳେ ଏବେ ଚକଡ଼ା ପୋକ ଯୋଗୁ ଚାଷୀ ମୁଣ୍ଡରେ ଅକାଳ ଚଡ଼କ ପଡ଼ିଛି । ସେପଟେ ଚକଡ଼ା ପୋକ ଆତଙ୍କ ଖବର ପାଇ ବରଗଡ଼ ଜିଲ୍ଳା କୃଷି ବିଭାଗ ପକ୍ଷରୁ ଏକ ଟିମ ବରପାଲି ବ୍ଳକ କାଇଁଶିର ଗାଁକୁ ଯାଇ ଘଟଣାର ତଦନ୍ତ କରିଥିବା ଜଣାପଡ଼ିଛି । ବିଗତ କିଛି ସପ୍ତାହ ଧରି ବରଗଡ଼ ଜିଲ୍ଲାର ବରପାଲି, ଅତାବିରା, ଭେଡ଼େନ, ବରଗଡ଼ ବ୍ଲକର ବିଭିନ୍ନ ଗାଁରେ ଶହଶହ ଏକର ଜମିରେ ଏହି ଚକଡ଼ା ପୋକ ବ୍ୟାପି ଚାଷୀଙ୍କ ଧାନ ଫସଲ ନଷ୍ଟ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି ।''
ଆଉ କେଇ ସପ୍ତାହ ପରେ ଚାଷୀ ଜମିରୁ ଧାନ ଫସଲ ଅମଳ କରି ମଣ୍ଡିରେ ବିକ୍ରି କରିବ ବୋଲି ଆଶା ବାନ୍ଧିଥିଲା । ଖରିଫ ଋତୁ ଧାନ ଚାଷ ପାଇଁ ଚାଷୀମାନେ ବିଭିନ୍ନ ବ୍ୟାଙ୍କ, ସୋସାଇଟିରୁ ଋଣ, ମହାଜନଠାରୁ ଟଙ୍କା କରଜ ଆଣି ଜମିରେ ଧାନ, କୀଟନାଶକ ଔଷଧ ସାର ପ୍ରୟୋଗ କରି ଧାନ ଚାଷ କରିଥିଲା । ହେଲେ ପ୍ରାକୃତିକ ଦୁର୍ବିପାକ ଓ ରୋଗପୋକ ବରଗଡ଼ ଜିଲ୍ଳାର ଚାଷୀଙ୍କ ପିଛା ଛାଡ଼ୁନି । ଏବେ ଚକଡ଼ା ପୋକ ବ୍ୟାପକ ପ୍ରାର୍ଦୁର୍ଭାବ ଯୋଗୁ ଜିଲ୍ଳାର ବହୁ ଚାଷୀଙ୍କ ଶହଶହ ଏକର ଜମିରେ ଧାନ ଫସଲରେ ଚକଡ଼ା ପୋକ ଲାଗି ତାହା ସମ୍ପୂଣ୍ଣ ନଷ୍ଟ ହୋଇଯାଇଛି । ଧାନ ଚାଷ ନଷ୍ଟ ହୋଇଯିବାରୁ ଚାଷୀ କେମିତି ବ୍ୟାଙ୍କ ମହାଜନ ଋଣ ଟଙ୍କା ପରିଶୋଧ କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି ।''
ଏଥିସହ ପଢ଼ନ୍ତୁ: ଆଜିଠାରୁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା,୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପର ପୂର୍ବାନୁମାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆଜି ଜିଲ୍ଲାପାଳଙ୍କ ଅଫିସକୁ ଆସି ସଂଯୁକ୍ତ କୃଷକ ସଂଗଠନର ଚାଷୀମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଖୁବଶୀଘ୍ର ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀ। ସେପଟେ ବରଗଡ଼ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଏକ ଟିମ ବରପାଲି ବ୍ଲକ କାଇଁଶିର ଗାଁକୁ ଯାଇ ଚକଡ଼ା ପୋକ ରୋଗର ତଦନ୍ତ କରିଛନ୍ତି । ରୋଗପୋକ ଦମନ ପାଇଁ ଚାଷୀଙ୍କୁ ଜିଲ୍ଲା କୃଷି ବିଭାଗ ତରଫରୁ ସଚେତନତା କରାଯିବା ସହିତ ସବସିଡିରେ ଔଷଧ ପ୍ରଦାନ କରିବାକୁ କୃଷି ବିଭାଗ ପ୍ରତିଶ୍ରତି ଦେଇଛି । ଚକଡ଼ା ପୋକରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସମସ୍ତ ପ୍ରକାର ସରକାରୀ ସହାୟତା ପ୍ରଦାନ କରାଯାଉ ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କଡା ଚେତାବନୀ ଦିଆଯାଇଛି।''
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Related Topics
Explore more stories