Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖୋଲିବ ଭିତର ରତ୍ନଭଣ୍ଡାରର ଲୁକ୍କାୟିତ ରହସ୍ୟ

Manini Pattanayak
Browse all articles by Manini Pattanayak
·1 year ago·2 min read
ଖୋଲିବ ଭିତର ରତ୍ନଭଣ୍ଡାରର ଲୁକ୍କାୟିତ ରହସ୍ୟ

 ପୁରୀ:  ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଅଛି କି, ରତ୍ନଭଣ୍ଡାରରେ କିଛି ରହସ୍ୟ ଲୁଚି ରହିଛି କି ? ଏ ସବୁ ଉପରୁ ଉଠିବ ପରଦା। କାରଣ ଭିତର ରତ୍ନଭଣ୍ଡାରର ଆଜି ଲେଜର ସ୍କାନିଂ କରାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଖୁବଶୀଘ୍ର ଗ୍ରାଉଣ୍ଡ ପେନିଟ୍ରେଟିଂ ଓ ରାଡାର ସର୍ଭେ କରାଯିବ।  ଏବେ ପୁଣି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ନେଇ ବଢିଛି ସମସ୍ତଙ୍କର ଉତ୍କଣ୍ଠା। ଭିତର ରତ୍ନ ଭଣ୍ଡାରରେ ରହିଛି କି ଗୁପ୍ତ ସୁଡ଼ଙ୍ଗ ? ରତ୍ନ ଭଣ୍ଡାରରେ ଥିବା ବନ୍ଦ ଝରକାର ରହସ୍ୟ କଣ ? ଆଉ କିଛି ଅଳଙ୍କାର ଲୁକ୍କାୟିତ ଭାବରେ ରଖାଯାଇଛି କି ? ଏସବୁ ରହସ୍ୟ ଉପରେ ପରଦା ହଟାଇବା ପାଇଁ ଭିତର ରତ୍ନ ଭଣ୍ଡାରର ଆରମ୍ଭ ହୋଇଛି ଯାଞ୍ଚ। ବୁଧବାର ଏଏସଆଇ ନେତୃତ୍ବରେ ଭାରତ ସରକାରଙ୍କ ଇଣ୍ଡିଆନ କାଉନସିଲ ଅଫ୍ ସାଇଣ୍ଟିଫିକ ରିସର୍ଚର ଲାବର ଏକ୍ସପର୍ଟ ୟୁନିଟ ଏବଂ ନ୍ୟାସନାଲ ଜିଓଫିଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ଏନଜିଆରଆଇ ହାଇଦ୍ରାବାଦର ବୈଜ୍ଞାନିକମାନେ ଭିତର ରତ୍ନ ଭଣ୍ଡାରର କରିଛନ୍ତି ଲେଜର ସ୍କାନିଂ ଓ ଫିଜିକାଲ ଭେରିଫିକେସନ୍। ଅପରାହ୍ନ ୨ଟାରେ ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକ ଜାନଭିଜ୍ ଶର୍ମାଙ୍କ ନେତୃତ୍ବରେ ୧୭ ଜଣିଆ ଟିମ୍ ଭିତର ରତ୍ନ ଭଣ୍ଡାରରେ ପ୍ରବେଶ କରିଥିଲେ। ୩ ଘଣ୍ଟା ଧରି ଚାଲିଥିଲା ଏହି ଯାଞ୍ଚ। ଖୁବଶୀଘ୍ର  ଗ୍ରାଉଣ୍ଡ ପେନିଟ୍ରେଟିଂ ଓ ରାଡାର ସର୍ଭେ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। 

ଗ୍ରାଉଣ୍ଡ ପେନିଟ୍ରେଟିଂ ଓ ରାଡାର ସର୍ଭେ ପରେ ବୈଷୟିକ ଟିମ୍ ତାର ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବ ସେ ରିପୋର୍ଟ ହିଁ ସ୍ପଷ୍ଟ କରିବ ଭିତର ରତ୍ନ ଭଣ୍ଡାରକୁ ନେଇ ଯାହା ସବୁ ଚର୍ଚ୍ଚା ହେଉଛି ସେଥିରେ ରହିଛି କେତେ ସତ୍ୟତା ।   ରାଜ୍ୟରେ ବିଜେପି ସରକାର ଆସିବା ପରେ ୪୮ ବର୍ଷ ପରେ ଖୋଲିଥିଲା ଭିତର ରତ୍ନ ଭଣ୍ଡାର। ଗତ ଜୁଲାଇ ୧୪ ତାରିଖରେ ଭିତର ରତ୍ନ ଭଣ୍ଡାର ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ ତଦାରଖ କମିଟି ସଦସ୍ୟ। ପରେ ଜୁଲାଇ ୧୮ ତାରିଖରେ ପୁଣିଥରେ ଭିତର ରତ୍ନ ଭଣ୍ଡାରରେ ପ୍ରବେଶ କରି ରତ୍ନ ଅଳଙ୍କାର ସ୍ଥାନାନ୍ତର କରିଥିଲେ। ତେବେ ଭଣ୍ଡାରରୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ବେଳେ ୩ଟି ଝରକାର ସନ୍ଧାନ ମିଳିଥିଲା। କିନ୍ତୁ ଝରକାଗୁଡିକୁ ସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ଅର୍ଗସକୁ ଏକ୍ସକ୍ଲୁସିଭ ସାକ୍ଷାତକାରରେ ଏହି ସୂଚନା ଦେଇଥିଲେ ଭିତର ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ।   ଏଥିସହ ଭିତର ରତ୍ନ ଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଏହାର  ସତ୍ୟତା ଗ୍ରାଉଣ୍ଡ ପେନିଟ୍ରେଟିଂ ଓ ରାଡାର ସର୍ଭେରୁ ଜଣାପଡ଼ିବ। 
 ଅଧିକ  ପଢନ୍ତୁ ଓଡିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Unlock the hidden secrets of the inner gem | Argus News