Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗାଁରେ ଅପହଞ୍ଚ ସରକାରୀ ଯୋଜନା

Odisha

ଗାଁରେ ଅପହଞ୍ଚ ସରକାରୀ ଯୋଜନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗାଁରେ ଅପହଞ୍ଚ ସରକାରୀ ଯୋଜନା

ଅର୍ଗସ ବ୍ୟୁରୋ:  ଆଦିବାସୀଙ୍କୁ ଅଣଦେଖା। ବିକାଶ ଶ୍ରୋତରୁ ବାହାରେ ନନ୍ଦପୁର ଓ ଲୋମତାପୁଟ ବ୍ଲକର ବହୁ ଗାଁ। ଦୁଇ ବ୍ଲକରେ ରାସ୍ତା ଓ ପାଣି ଯନ୍ତ୍ରଣା ଅଞ୍ଚଳବାସୀଙ୍କୁ କଲବଲ କରୁଛି। ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ଏହି ଗାଁରେ ସରକାରଙ୍କ ସବୁ ଯୋଜନା ଅପହଞ୍ଚ। ନାହିଁନାହିଁ ମଧ୍ୟରେ ଜୀବନ କାଟୁଛନ୍ତି ଅଞ୍ଚଳବାସୀ।
ଦୁର୍ଗମରେ କଷ୍ଟ ଦେଉଛି ଜଳ ଯନ୍ତ୍ରଣା । ପାଣି ଏଠି ସମସ୍ୟା ନୁହେଁ ଚିନ୍ତାର କାରଣ । କାରଣ ଗାଁରେ ନାହିଁ ପାନୀୟ ଜଳ ଯୋଗାଣ । ଆଜିବି ରାତି ପହିଲେ ଅଞ୍ଚଳବାସୀ ଚୁଆ ପାଖକୁ ଯାଆନ୍ତି ପାଣି ସଂଗ୍ରହ ପାଇଁ। ଆଦିବାସୀ ଅଧୁଶିତ କୋରାପୁଟ ଜିଲ୍ଲାର 70ପ୍ରତିଶତ ଗାଁ ର ଲୋକଙ୍କ ଭାଗ୍ୟରେ ଏ ଯାଏ ଜୁଟିଲା ନାହିଁ ବିଶୁଦ୍ଧ ପାନୀୟ ଜଳ । ମାତ୍ର 30ଭାଗ ଗାଁ କୁ ଯୋଗାଣ ହୋଉଛି ବିଶୁଦ୍ଧ ପାଣି।  ଜିଲ୍ଲା ରେ ମୋଟ 2024 ଗାଁ ରହିଥିବା ବେଳକୁ ସେଥିରୁ 1399 ଗାଁ ଲୋକେ ଦୂଷିତ ପାଣି ପିଉଛନ୍ତି। ଏଥି ଯୋଗୁଁ ବିଭିନ୍ନ ରୋଗ ବ୍ୟପୁଥିବା ଅଭିଯୋଗ ହୋଇଛି ।

ଗାଁ ଗୁଡିକୁ ସଡକ ସଂଯୋଗ କଥା ନ କହିଲେ ଭଲ। ନନ୍ଦପୁର ବ୍ଲକର 23ଟି ପଞ୍ଚାୟତ ମଧ୍ୟରୁ 6ଟି ପଞ୍ଚାୟତକୁ ଏବେ ବି ରାସ୍ତା ଖଣ୍ଡେ ନାହିଁ।  ଲମତାପୁଟ ବ୍ଲକରେ ମଧ୍ୟ ସମାନଚିତ୍ର ଦେଖିବାକୁ ମିଳିଛି । ଏଠି ଥିବା 14ଟି ପଞ୍ଚୟତ ମଧ୍ୟରୁ 7 ଟି ପଞ୍ଚାୟତକୁ ରାସ୍ତା ନାହିଁ । ଜଙ୍ଗଲପାହାଡ ଘେରା କଚ୍ଚା ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ। ଆଜିବି ଦୁର୍ଗମରେ ଅପହଞ୍ଚ ସରକାରୀ ଯୋଜନା। ନାହିଁନାହିଁରେ ଜୀବନ କାଟୁଛନ୍ତି ଅଞ୍ଚଳବାସୀ। ସରକାରଙ୍କ ସଵୁ ଜନ ହିତକର ଯୋଜନା ଏଠାରେ ଅପହଞ୍ଚ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Unreachable government schemes in villages | Argus News