Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆନନ୍ଦ ବଜାରରୁ ହଟିବ ଅଣସୂପକାରଙ୍କ ରାଜ୍, କମିବ ମହାପ୍ରସାଦ ଦର

Odisha

ଆନନ୍ଦ ବଜାରରୁ ହଟିବ ଅଣସୂପକାରଙ୍କ ରାଜ୍, କମିବ ମହାପ୍ରସାଦ ଦର

Manini Pattanayak
Browse all articles by Manini Pattanayak
·1 year ago·2 min read
ଆନନ୍ଦ ବଜାରରୁ ହଟିବ ଅଣସୂପକାରଙ୍କ ରାଜ୍, କମିବ ମହାପ୍ରସାଦ ଦର

ପୁରୀ: ଆନନ୍ଦ ବଜାରରୁ ହଟିବ ଅଣସୂପକାରଙ୍କ ରାଜ୍ । କମିବ ମହାପ୍ରସାଦ ଦର । ନୂଆ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଭେଟି ଆଲୋଚନା କରିବା ପରେ ଏପରି ଆଶା ରଖିଛି ସୁଆର ମହାସୁଆର ନିଯୋଗ । ସୁଆର ମହାସୁଆରଙ୍କଠାରୁ ମହାପ୍ରସାଦ କିଣି ଚଢ଼ା ଦରରେ ଭକ୍ତଙ୍କୁ ବିକୁଛନ୍ତି ଅଣ ସୂପକାର । ଆନନ୍ଦ ବଜାର ଶୃଙ୍ଖଳା ପାଇଁ ଆବେଦନ ସହ ଆନନ୍ଦ ବଜାରକୁ ଅଣସୂପକାରଙ୍କୁ ବାରଣ, ମହାପ୍ରସାଦ ଦର ନିର୍ଦ୍ଧାରଣ ପରି ଏକାଧିକ ପ୍ରସ୍ତାବ ଦେଇଛି ନିଯୋଗ ।  ଆନନ୍ଦ ବଜାରକୁ ଅଣସୂପକାରଙ୍କୁ ବାରଣ।ମହାପ୍ରସାଦ ଦର ନିର୍ଦ୍ଧାରଣ ସହ ହେଲ୍ପ ଡେସ୍କ ବ୍ୟବସ୍ଥା ପାଇଁ ଆବେଦନ କରିଛି ସୁଆର ମହାସୁଆର ନିଯୋଗ । ଦୀର୍ଘଦିନ ଧରି ଶ୍ରୀମନ୍ଦିର ଆନନ୍ଦ ବଜାରରେ ଅଣସୂପକାରଙ୍କ ରାଜୁତି ବିରୋଧରେ ନୂଆ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଭେଟି ଅଭିଯୋଗ କରିଛି ନିଯୋଗ  । ଶ୍ରୀମନ୍ଦିର ଆସୁଥିବା ପ୍ରତ୍ୟେକ ଭକ୍ତ ଦର୍ଶନ ଓ ମହାପ୍ରସାଦ ଉଚିତ୍ ଭାବରେ ପାଇବାକୁ ଚାହିଁଥାଏ । କିନ୍ତୁ ସୁଆର ମହାସୁଆରଙ୍କଠାରୁ ମହାପ୍ରସାଦ କିଣି ଅଣ ସୂପକାର ଚଢ଼ା ଦରରେ ଭକ୍ତଙ୍କୁ ବିକୁଛନ୍ତି ମହାପ୍ରସାଦ । ନୂଆ ସରକାର ଆସିବା ପରେ ଦର୍ଶନ ବ୍ୟବସ୍ଥାରେ ଅନେକ ସୁଧାର ଆସିଥିବା ବେଳେ ଆନନ୍ଦ ବଜାର ଶୃଙ୍ଖଳା ନେଇ ଏବେ ଆଶା ସୃଷ୍ଟି ହୋଇଛି । ଶ୍ରୀମନ୍ଦିରରେ ମହାପ୍ରସାଦ ଦର ନିର୍ଦ୍ଧାରଣ, ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ୧୦ ସେବାୟତଙ୍କୁ ଦାୟିତ୍ଵ, ହେଲ୍ପ ଡେସ୍କ ପ୍ରତିଷ୍ଠା ସହ ଅଣସୂପକାରଙ୍କ ବିରୋଧରେ ଆକ୍ସନ ପ୍ରସ୍ତାବ ଦେଇଛି ନିଯୋଗ । 
 
 ଆନନ୍ଦ ବଜାରରେ ଶୃଙ୍ଖଳାହାନୀକୁ ନେଇ ଅସନ୍ତୁଷ୍ଟ ସୁଆର ମହାସୁଆର ନିଯୋଗ । ଦୀର୍ଘଦିନର ଦାବି ସତ୍ତ୍ବେ ଏଯାଏ ଆନନ୍ଦ ବଜାରରେ ଲାଗି ପାରିନି ମହାପ୍ରସାଦ ଦର ତାଲିକା । ଫଳରେ ଠକାମୀର ଶିକାର ହେଉଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ । ପୂର୍ବରୁ କମିଟି ଗଠନ ସହ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ପାରିନଥିଲା । ପୂର୍ବ ସରକାର ଓ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଷ୍ପତ୍ତି କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା କହିଛି ସୁଆର ମହାସୁଆର ନିଯୋଗ । ଆକ୍ସନ ମୋଡରେ ରହୁଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୁଆର ମହାସୁଆରଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବାବେଳେ ଆନନ୍ଦ ବଜାର ଶୃଙ୍ଖଳାକୁ ନେଇ ଦୃଢ଼ ଆଶାବାଦୀ ରହିଛନ୍ତି ସୁଆର ମହାସୁଆର । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Unsupakar's Raaj will be removed from Anand Bazar, Mahaprasad price will be reduced | Argus News