Videos
|
Odisha

ହଷ୍ଟେଲରେ ଛାତ୍ରୀ ମୃତ୍ୟୁ ପରେ ଉତ୍ତେଜନା

Rashmita Mishra
Browse all articles by Rashmita Mishra
·1 year ago
ହଷ୍ଟେଲରେ ଛାତ୍ରୀ ମୃତ୍ୟୁ ପରେ ଉତ୍ତେଜନା


ଅର୍ଗସ ବ୍ୟୁରୋ: ହଷ୍ଟେଲରେ ଅନ୍ତେବାସିନୀ ଙ୍କ ମୃତ୍ୟୁ ପରେ ଉତ୍ତେଜନା। ମୃତଦେହ ରଖି ରାସ୍ତା ଅବରୋଧ କରିଲେ ଗ୍ରାମବାସୀ ଏବଂ ପରିବାର ଲୋକେ। ଏଭଳି ଘଟଣା ଘଟିଛି ଖୁଣ୍ଟା ଉଚ୍ଚ ବିଦ୍ୟାଳୟରେ। ଖୁଣ୍ଟା ଉଚ୍ଚ ବିଦ୍ୟାଳୟ ହଷ୍ଟେଲର କସ୍ତୁରବା ଅନ୍ତେବାସିନୀ ମଧୁସ୍ମିତା ବେହେରାଙ୍କ ଗତକାଲି ରାତିରେ ଶରୀର ଅସୁସ୍ଥ ହୋଇଥିଲା। ହେଲେ ତାଙ୍କୁ ଚିକିତ୍ସା ନିମନ୍ତେ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଛାତ୍ରୀ ଙ୍କ ମୃତ୍ୟୁ ପରେ ତେଜିଛି ଅସନ୍ତୋଷ, ବର୍ଷା ଜାରି ରହିଥିବା ବେଳେ ବର୍ଷାରେ ମୃତଦେହ ରଖି ଉଦଳା - ବାରିପଦା ରାଜ୍ୟ ରାଜପଥ ର ଖୁଣ୍ଟା ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି। କ୍ଷତି ପୂରଣ ଦାବିରେ ଏହି ରାସ୍ତା ଅବରୋଧ କରାଯାଇଥିବା ବେଳେ ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ।ଘଟଣାସ୍ଥଳରେ ଲାଗିରହିଛି ଉତ୍ତେଜନା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Uprising after death of student in hostel | Argus News