Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ଥିତି ସମୀକ୍ଷା କଲେ, 7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ସ୍ଥିତି ସମୀକ୍ଷା କଲେ,  7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ କହିଲେ ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ଵରରେ ମୁକୁଳା ଡ୍ରେନ୍‌ରେ ପଡ଼ି ନାବାଳକର ମୃତ୍ୟୁ ଘଟଣା । ଘଟଣାସ୍ଥଳ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । 7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ହେବ କହିଛନ୍ତି ମନ୍ତ୍ରୀ । କାହିଁକି ସ୍ଲାବ୍ ପଡ଼ିନଥିଲା, ବ୍ୟାରିକେଡିଂ ହୋଇନଥିଲା ବିଏମ୍‌ସି କମିଶନରଙ୍କଠାରୁ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । 

ସମ୍ପୃକ୍ତ ଡ୍ରେନ୍ ଅଞ୍ଚଳ ରେଲୱେ ଅଧୀନରେ ଥିବା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଯାହା ଅଧୀନରେ ଥିଲେ ବି ଚିଠି କରାଯିବ, କାହିଁକି ହେଲା ରିପୋର୍ଟ ଦେବେ । ଯିଏ ବି ଦୋଷୀ ଜଣାପଡ଼ିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରତ୍ୟେକଙ୍କ ଜୀବନ ରକ୍ଷା କରିବା ରାଜ୍ୟ ସରକାରଙ୍କ ଦାୟିତ୍ଵ । 3 ଦିନ ମଧ୍ୟରେ ମୁକୁଳା ଡ୍ରେନ୍‌ରେ ସ୍ଲାବ୍‌ ପଡ଼ିବ, ବ୍ୟାରିକେଡିଂ ହେବ । ମଙ୍ଗଳବାର ରାଜଧାନୀ ଭୁବନେଶ୍ବର ପ୍ରବଳ ବର୍ଷା ହୋଇଥିଲା । ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍‌ କଲୋନୀର ଏସ୍‌କେ ରାଜେଶ୍‌ ଓ ତାଙ୍କ ସାଥୀମାନେ ମୁକୁଳା ଡ୍ରେନ୍‌ ଭିତରକୁ ବେଲୁନ୍‌ ଆଣିବା ପାଇଁ ଗଲାବେଳେ ଡ୍ରେନ ଭିତରେ ଭାସିଯାଇଥିଲେ  । 

ସଙ୍କଟାପନ୍ନ ଅବସ୍ଥାରେ ଲକ୍ଷ୍ମୀସାଗର ନିକଟ ନାଳରୁ ଉଦ୍ଧାର ପରେ ନିଆଯାଇଥିଲା କ୍ୟାପିଟାଲ ହସ୍ପିଟାଲ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଡ୍ରେନ୍‌ରେ ଭାସି ନାବାଳକର ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତ ରାଜେଶଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Urban Development Minister-review-on-drain-issue | Argus News