Videos
|
Odisha

ନାବାଳକ ମୃତ ଘଟଣାର ସମୀକ୍ଷା କରିବେ ନଗର ଉନ୍ନୟନ ମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·1 min read
ନାବାଳକ ମୃତ ଘଟଣାର ସମୀକ୍ଷା କରିବେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀରେ ମୁକୁଳା ଡ୍ରେନ୍‌ ନେଲା ଜୀବନ । ପାଣିରେ ଭାସି ଯାଇ ନାବାଳକ ମୃତ ଘଟଣାର ସମୀକ୍ଷା କରିବେ ନଗର ଉନ୍ନୟନ ମନ୍ତ୍ରୀ । ୟୁନିଟ୍-3 ମସଜିଦ୍ କଲୋନୀ ନିକଟ ମୁକୁଳା ଡ୍ରେନ୍‌ରେ ଭାସିଯାଇଥିଲା ନାବାଳକ । ଗତକାଲି ଅପରାହ୍ନରେ ରାଜଧାନୀ ଭୁବନେଶ୍ବର ପ୍ରବଳ ବର୍ଷା ହୋଇଥିଲା । 

ସେହି ସମୟରେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ୍‌ କଲୋନୀର ଏସ୍‌କେ ରାଜେଶ୍‌ ଓ ତାଙ୍କ ସାଥୀମାନେ ଡ୍ରେନ୍‌ ପାଖରେ ଖେଳୁଥିଲେ। ପ୍ରାୟ ସାଢ଼େ ୨ଟାରେ ମୁକୁଳା ଡ୍ରେନ୍‌ରେ ବେଲୁନ୍‌ ଭାସି ଭାସି ଯାଉଥିଲା । ସେହି ବେଲ୍‌ନକୁ ଆଣିବା ପାଇଁ ଏସ୍‌କେ ରାଜେଶ୍‌ ଓ ତାଙ୍କର କିଛି ସାଥୀମାନେ ଡ୍ରେନ୍‌ ଭିତରକୁ ଯାଇଥିଲା । 

ବେଲୁନ୍‌ ଆଣୁଥିବାବେଳେ ପ୍ରବଳ ବେଗରେ ଆସୁଥିବା ବର୍ଷା ପାଣିରେ ଭାସି ଯାଇଥିଲେ ଏସ୍‌କେ ରାଜେଶ୍‌ । ସଙ୍କଟାପନ୍ନ ଅବସ୍ଥାରେ ଲକ୍ଷ୍ମୀସାଗର ନିକଟ ନାଳରୁ ଉଦ୍ଧାର ପରେ ନିଆଯାଇଥିଲା କ୍ୟାପିଟାଲ ହସ୍ପିଟାଲ ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: