Officials Leave Cancelled / ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ଛୁଟି ବାତିଲ, ୨୪ ଘଣ୍ଟିଆ ଅଲର୍ଟ ପାଇଁ ନିର୍ଦ୍ଦେଶ
·1 hour ago·3 min read

Key Points
ରାଜ୍ୟରେ ବନ୍ୟା ସ୍ଥିତିନେଇ ଆଲର୍ଟରେ ନଗର ଉନ୍ନୟନ ବିଭାଗ
ବିଭାଗର ଅଧିକାରୀଙ୍କ ଛୁଟି ବାତିଲ
୨୪ ଘଣ୍ଟିଆ ଅଲର୍ଟ ରହିବାକୁ ନିର୍ଦ୍ଦେଶ
ନିର୍ଦ୍ଦେଶ ଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

ଭୁବନେଶ୍ବର,୩୦/୦୭: ରାଜ୍ୟରେ ବନ୍ୟା ସ୍ଥିତିନେଇ ଆଲର୍ଟରେ ରହିଛି ନଗର ଉନ୍ନୟନ ବିଭାଗ। ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି, ୨୪ ଘଣ୍ଟିଆ ଅଲର୍ଟ ରହିବାକୁ କୁହାଯାଇଛି। ଅଧିକାରୀଙ୍କୁ କଣ୍ଟ୍ରୋଲ ରୁମରେ ରହି ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ସହରାଞ୍ଚଳରେ ଡ୍ରେନେଜ ସିଷ୍ଟମଠାରୁ ଅଧିକରୁ ଅଧିକ ବର୍ଷା ହୋଇଥିବାରୁ, ସହରାଞ୍ଚଳରେ ପାଣି ବିଭିନ୍ନ ସ୍ଥାନରେ ପଶିଛି | ସବୁ ସହରାଞ୍ଚଳରେ ଷ୍ଟ୍ରଙ୍ଗ ଡ୍ରେନେଜ ମାଷ୍ଟର ପ୍ଲାନ କରିବା ପାଇଁ ଯୋଜନା କରିଛୁ। ଖୁବଶୀଘ୍ର ଏହାର ଡିପିଆର ଆସିବ ଏବଂ ଏହାକୁ କାର୍ଯ୍ୟକାରୀ କରାଯିବ। ପାଣି ଜମିଥିବା ସ୍ଥାନରେ ବର୍ତମାନ ପମ୍ପସେଟ ଲଗାଯାଇ ପାଣି ଡ୍ରେନେଜ କରାଯାଉଛି | ନଗର ଉନ୍ନୟନ ବିଭାଗ ସତର୍କତାର ସହିତ କାମ କରୁଛନ୍ତି। ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି, ୨୪ ଘଣ୍ଟିଆ ଅଲର୍ଟ ରହିବାକୁ କୁହାଯାଇଛି | କଣ୍ଟ୍ରୋଲ ରୁମରେ ରହି ସ୍ଥିତି ଅନୁଧ୍ୟାନ କରିବାକୁ କୁହାଯାଇଛି ଏହାସହ ୨୪ ଘଣ୍ଟିଆ ଡିଉଟି କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି । ଏହାସହିତ ବନ୍ୟା ପ୍ରଭାବିତ ଅଂଚଳରେ ଯେଉଁଠି ଆବଶ୍ୟକତା ପଡିବ ପାଣି, ଖାଦ୍ୟ ଏବଂ ଲାଇଟର ବ୍ୟବସ୍ତା କରାଯାଇଥିବା ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଉତ୍ତର ଓଡିଶାରେ ଅନେକ ସ୍ଥାନ ଜଳମଗ୍ନ ସ୍ଥିତି ଅଛି। ବାଲେଶ୍ୱର ଜିଲ୍ଲାରେ ଏମିତି ପୂର୍ବରୁ କେବେ ହୋଇନଥିଲା। ପାଣି ନିଷ୍କାସନ ପାଇଁ ବ୍ୟବସ୍ତା କରାଯାଉଛି। ଡ୍ରେନେଜ କରିବା ପାଇଁ ବ୍ୟବସ୍ତା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀ ଅନୁଧ୍ୟାନ କରୁଛନ୍ତି। ନଗର ଉନ୍ନୟନ ବିଭାଗ ମିଶିକରି ମନିଟରିଙ୍ଗ କରୁଛନ୍ତି | ଜଳମଗ୍ନ ସ୍ଥାନରୁ ଆଣିବା ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି।
ପଢନ୍ତୁ ଏହି ଖବର: ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ସ୍କୁଲ ଛୁଟି, ୪ ଦିନ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
କଟକ ମୁଣ୍ଡଳୀରେ ବଢୁଛି ମହାନଦୀର ଜଳସ୍ତର। ପ୍ରତି ସେକେଣ୍ଡରେ ୮ ଲକ୍ଷ ୧୩ ହଜାର ୪୨୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ପ୍ରାୟ ୯ ଲକ୍ଷ କ୍ୟୁସେକ୍ ପାଣି ଆସିବା ସମ୍ଭାବନା ରହିଛି। କଟକ ଜିଲ୍ଲାର ୬ଟି ବ୍ଲକ୍ ଜଳବନ୍ଦୀ । ଆଜି ସକାଳ ୬ଟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ୍ ଦେଇ ୮ ଲକ୍ଷ ୨୦ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ବର୍ତ୍ତମାନ ଅପ୍ଷ୍ଟ୍ରିମ୍ ୯୨.୭୦ ଫୁଟ ଏବଂ ଡାଉନ୍ଷ୍ଟ୍ରିମ୍ ୯୦.୪୦ ଫୁଟ ରହିଛି । କଟକ ଜିଲ୍ଲାର ୬ଟି ବ୍ଲକର ଏକାଧିକ ଗାଁ ଏବଂ ହେକ୍ଟର ହେକ୍ଟର ଚାଷଜମି ବନ୍ୟାଜଳ ଘେରରେ ରହିଛି।
ଗତକାଲି ସନ୍ଧ୍ୟାଠାରୁ ମହାନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ଆଜି ସକାଳକୁ ମୁଣ୍ଡଳୀରେ ଜଳପ୍ରବାହ ୮ ଲକ୍ଷ କ୍ୟୁସେକ ଅତିକ୍ରମ କରିଛି। ମୁଣ୍ଡଳୀରେ ବନ୍ୟାଜଳ ବୃଦ୍ଧି ପାଇବାରୁ କଟକ ଜିଲ୍ଲାର ୬ଟି ପ୍ରମୁଖ ବ୍ଲକ ଯଥା ବଡ଼ମ୍ବା, ନରସିଂହପୁର, ଆଠଗଡ, ତିଗିରିଆ, ବାଙ୍କୀ ଏବଂ ଡମପଡ଼ା ବ୍ଲକର ବହୁ ଗ୍ରାମ ଓ ହେକ୍ଟର ହେକ୍ଟର ଚାଷଜମିରେ ବନ୍ୟାପାଣି ପ୍ରବେଶ କରିଛି। ଆଠଗଡ଼ ବଡମ୍ବା ବାଙ୍କୀ ନିଆଳି ମାହଙ୍ଗାର କିଛି ଅଞ୍ଚଳରେ ପାଣି ପଶିପାରେ।
ଆଠଗଡ଼ରେ ୧୫୦୦ ଲୋକ ବାଙ୍କୀରେ ୬୦୦ ଲୋକ କଟକ ସହରରେ ୬୦୦ରୁ ୮୦୦ ଲୋକଙ୍କୁ ସ୍ଥାନାନ୍ତର ପକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୪୮ ଘଣ୍ଟା ବନ୍ୟା ଆଶ୍ରୟସ୍ଥଳୀରେ ରହିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ନଦୀବନ୍ଧ ବ୍ୟାରେଜ ଉପରେ ଭିଡ କରିବା ଭିଡ଼ିଓ କରିବାକୁ ଜନ ସାଧାରଣଙ୍କୁ ବାରଣ କରାଯାଇଛି। ଭିଡ଼ କଲେ ପୋଲିସକୁ କୁହାଯାଇଛି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ। ନରାଜ ବ୍ୟାରେଜ ଉପରେ ଗାଡ଼ିରଖି ଠିଆ ହୋଇଥିବା ତିନିଟି ଗାଡି ଚାଳକଙ୍କ ଉପରେ ମୋଟା ଅଙ୍କର ଫାଇନ କରାଯାଇଛି। ଯଦି ଏହା ପରେ କେହି ନ ମାନନ୍ତି ତେବେ ତାଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାଲିଯାତ୍ରା ତଳ ପଡ଼ିଆରେ ମଧ୍ୟ କଟକଣା ଜାରି କରାଯାଇଛି ବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ କହିଛନ୍ତି।
ବନ୍ୟା ସ୍ଥିତି କୁନେଇ କଟକ ଜିଲ୍ଲାର ଦୁଇଟି ନଦୀ ବନ୍ଦ ଦୁର୍ବଳ ରହିଛି ତେଣୁ ସେଠାରେ ବାଲି ବସ୍ତା ମହଜୁଦ ରହିଛି। କିଛି ଗାଁ ରେ ଯଦି ବନ୍ୟା ପାଣି ପଶୁଚି ତେବେ ସେଠାରେ ପାନୀୟ ଜଳ ଯୋଗାଇ ଦିଆଯିବ। ଅଗ୍ନିଶମ, ଓଡ୍ରାଫ୍ ର ତିନିଟି ଟିମ ଏବଂ ଏନଡିଆରଏଫ୍ ର ଗୋଟିଏ ଟିମ ବନ୍ୟା ଅଞ୍ଚଳରେ ଉପସ୍ଥିତ ଅଛନ୍ତି ବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ସୂଚନା ଦେଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories