Selfie Turns Fatal / ଫଟୋ ଉଠାଇବାକୁ ଯାଇ ଉର୍ମାଗଡ ଜଳପ୍ରପାତରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର
·1 hour ago·2 min read

Key Points
କନ୍ଧମାଳ ଜିଲ୍ଲା ଉର୍ମାଗଡ଼ ଜଳପ୍ରପାତରେ ଅଘଟଣ ଘଟିଛି । ଫଟୋ ଉଠାଇବା ବେଳେ ଜଳପ୍ରପାତରେ ଖସି ପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି ।
ଫୁଲବାଣୀ (କନ୍ଧମାଳ): ସେଲ୍ଫି ସାଜିଲା କାଳ । ଫଟୋ ସଉକ ପାଇଁ ଚାଲିଗଲା ଜୀବନ । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର । କନ୍ଧମାଳ ଜିଲ୍ଲା ଉର୍ମାଗଡ଼ ଜଳପ୍ରପାତରେ ଅଘଟଣ ଘଟିଛି । ଫଟୋ ଉଠାଇବା ବେଳେ ଜଳପ୍ରପାତରେ ଖସି ପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି ।
ମୃତ ଯୁବକ ହେଉଛନ୍ତି ଜଣକ ଫିରିଙ୍ଗିଆ ଥାନା ଅଧୀନ ରତଙ୍ଗ ପଞ୍ଚାୟତ ଡାଙ୍ଗିଡ଼ିକିଆ ଗାଁ ବରସାହିର କୁମର ପ୍ରଧାନଙ୍କ ପୁଅ ଶାନ୍ତନୁ ପ୍ରଧାନ । ସେହିଭଳି ଆହତ ଜଣଙ୍କ ସେହି ଗାଁର ଭରତ କହଁର ବୋଲି ଜଣାପଡିଛି ।
ସୂଚନା ଅନୁସାରେ, ବୁଧବାର ମଧ୍ୟାହ୍ନ ୨ଟାରେ ଉଭୟ ଯୁବକ ସାଙ୍ଗ ହୋଇ ଉର୍ମାଗଡ଼ ଜଳପ୍ରପାତକୁ ବୁଲିବା ପାଇଁ ଯାଇଥିଲେ । ଜଳପ୍ରପାତରେ ଦୁହେଁ ଫଟୋ ଉଠାଉଥିଲେ । ହଠାତ୍ ଶାନ୍ତନୁ ପ୍ରଧାନଙ୍କ ଗୋଡ଼ ଖସିଯିବାରୁ ସେ ପ୍ରାୟ ୨୦୦ ସହ ଫୁଟ୍ ତଳକୁ ଖସି ପଡ଼ିଥିଲେ ।
ଏଥିସହ ପଢ଼ନ୍ତୁ: ଆହୁରି ଘନୀଭୂତ ହେବ ଲଘୁଚାପ; ୧୬ ପର୍ଯ୍ୟନ୍ତ ବର୍ଷିବ, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
ଶାନ୍ତନୁଙ୍କୁ ବଞ୍ଚାଇବାକୁ ପ୍ରୟାସ କରିବା ବେଳେ ଭରତ କହଁରଙ୍କ ଗୋଡ଼ ମଧ୍ୟ ଖସି ଯାଇଥିଲା । ଉଭୟ ଝରଣା ତଳେ ପଡ଼ି ଯାଇଥିଲେ । ତେବେ ଯୁବକ ଙ୍କ ଚିତ୍କାର ଶୁଣି ଉର୍ମାଗାଡ଼ ଜଳପ୍ରପାତରେ ମୁତୟନ ରହିଥିବା ସିକ୍ୟୁରିଟି ଗାର୍ଡ ଗୋପୀନାଥ ଜାଲ ଓ ସ୍ଥାନୀୟ କିଛି ଯୁବକ ଦୌଡ଼ି ଆସିଥିଲେ ।
ଭରତ କହଁରଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ଶାନ୍ତନୁ ପ୍ରଧାନ ପାଣିରେ ବୁଡି ଯାଇଥିବାରୁ ତାଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା । ଖବର ପାଇ ଘଟଣା ସ୍ଥଳରେ ଗୋଛାପଡ଼ା ପୋଲିସ ସହ ଫିରିଙ୍ଗିଆ ଅଗ୍ନିଶମ ବାହିନୀ ଜଳପ୍ରପାତରୁ ଶାନ୍ତନୁଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।
ଶବ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି । ଗୋଛାପଡ଼ା ଥାନା ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା କହିଛନ୍ତି ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories