Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଆ ଅସ୍ମିତା ଓ ଗୌରବ କଥାରେ ବ୍ୟାକଫୁଟରେ ବିଜେଡି କି ?

Manini Pattanayak
Browse all articles by Manini Pattanayak
·2 years ago·2 min read
ଓଡ଼ିଆ ଅସ୍ମିତା ଓ ଗୌରବ କଥାରେ ବ୍ୟାକଫୁଟରେ ବିଜେଡି କି ?

ଭୁବନେଶ୍ୱର:  ଖୋଲିଲା ଗୁମାସ୍ତା-ନକଲି ମୁଖ୍ୟମନ୍ତ୍ରୀ-ଭୈରବ.କେ. ପାଣ୍ଡିଆନଙ୍କ ମୁଖା। ଉତ୍କଳ ଦିବସରେ ବାର୍ତ୍ତା ଦେଇ କାମ ସାରିଦେଲେ ମୁଖ୍ୟମନ୍ତ୍ରୀ। ଗୋପବନ୍ଧୁଙ୍କ ଜନ୍ମସ୍ଥଳୀ ସୁଆଣ୍ଡୋ ବୁଲିଲେ ପାଣ୍ଡିଆନ୍। ବିଶେଷଜ୍ଞଙ୍କ ପ୍ରଶ୍ନ, ପ୍ରଚାର ମୈଦାନକୁ ଓହ୍ଲାଇବେ ନା ଦୂରେଇ ରହିବେ ସରକାର ଓ ଶାସକ ଦଳକୁ ହାତମୁଠାରେ ରଖିଥିବା ଭୈରବ। ଓଡ଼ିଆ ଅସ୍ମିତା ଓ ଗୌରବ କଥାରେ ବ୍ୟାକଫୁଟରେ ବିଜେଡି କି।

ଉତ୍କଳ ଦିବସ। ଯାହାକୁ ନେଇ ନିଜକୁ ଗର୍ବ ଅନୁଭବ କରନ୍ତି ପ୍ରତ୍ୟେକ ଓଡ଼ିଆ। ଏଇ ଦିନରେ ଭିଡିଓ ବାର୍ତ୍ତା ଦେଇ କାମ ସାରିଦେଲେ 24 ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ଠିକ୍ ସେହିଦିନ ଗୋପବନ୍ଧୁଙ୍କ ଜନ୍ମସ୍ଥଳୀରେ ପହଞ୍ଚିଗଲେ ଗୁମାସ୍ତା-ନକଲି ମୁଖ୍ୟମନ୍ତ୍ରୀ ଭୈରବ.କେ. ପାଣ୍ଡିଆନ୍ ।  ଉତ୍କଳମଣିଙ୍କୁ ଶ୍ରଦ୍ଧା ସୁମନ ବି ଦେଲେ । ହେଲେ ଗଲେନାହିଁ ପଞ୍ଚଶଖାଙ୍କ କର୍ମଭୂମୀ ବକୁଳବନ । ସ୍ଥାନୀୟ ଲୋକେ କହିଲେ ଓଡ଼ିଆ ଭାବବେଗ ସହ ନାହିଁ ସଂପର୍କ।  ସରକାର ଓ ବିଜେଡି ଉଭୟକୁ ଚଲାଉଥିବା ପାଣ୍ଡିଆନ୍ ନିଜ ଭାବମୂର୍ତ୍ତୀକୁ ସଜାଡିବାକୁ ଆଗଭର। ହେଲେ ସିଧାସଳଖ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଡରୁଛନ୍ତି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜନୈତିକ ବିଶ୍ଲେଷକ । କହିଛନ୍ତି କେବେ ସିଧାଶଳଖ ପ୍ରଚାର ମୌଦାନକୁ ଓହ୍ଲାଇବେ ଆଉ ନିର୍ବାଚନ ଲଢିବେ ପାଣ୍ଡିଆନ୍। 

ସେପଟେ ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ହ୍ରାସ ପାଉଛି। ଇଣ୍ଡିଆ ଟୁଡେର ସର୍ଭେ ଅନୁସାରେ ଅଢେଇ ବର୍ଷରେ ନବୀନଙ୍କ ଲୋକପ୍ରିୟତା ପ୍ରାୟ 25 ପ୍ରତିଶତ ହ୍ରାସ ପାଇଛି । ସେହିଭଳି ବିଭିନ୍ନ ସର୍ଭେ କହୁଛି  ଓଡ଼ିଶାରେ ବିଜେପିର ସିଟ୍ ସଂଖ୍ୟା ଓ ଭୋଟ ପ୍ରତିଶତ ବଢୁଛି। ସେପଟେ ମୁଖିଆଙ୍କ ପ୍ରତିନିଧି ହୋଇ ବୁଲିବା ପାଣ଼୍ଡିଆନଙ୍କ ପାଇଁ ବୁମେରାଂ ହୋଇଥିବା ଏକ୍ସପର୍ଟ ମାନେ କହିଛନ୍ତି । ଏହି କାରଣରୁ ବିଜେଡି ପୋଷ୍ଟରରୁ ହଟିଯାଇଥିଲା ପାଣ୍ଡିଆନଙ୍କ ଫଟୋ । ଓଡ଼ିଆ ଅସ୍ମିତା ଓ ଗୌରବ ପ୍ରସଙ୍ଗରେ ପଛରେ ପଡିଛି ବିଜେଡି। ଯେଉଁଥିପାଇଁ ବିଜେପି ସହିତ ମେଣ୍ଟ ପାଇଁ ଜୋରଦାର ଉଦ୍ୟମ କରିଥିଲେ ପାଣ୍ଡିଆନ, ହେଲେ ଫେଲ୍ ମାରିଲେ। ଏବେ ବଡ଼ ପ୍ରଶ୍ନ ପ୍ରଚାର ମୈଦାନକୁ ଆସିବାକୁ ଡରୁଛନ୍ତି କି ପାଣ୍ଡିଆନ୍, ଯଦି ନବୀନଙ୍କ ପ୍ରତିନିଧି ଆଉ ଉତ୍ତରାଧିକାରୀ କାହିଁକି ନିର୍ବାଚନ ଲଢୁନାହାନ୍ତି ବିକେ ପାଣ୍ଡିଆନ୍    ।  
 ଅଧିକ ପଢନ୍ତୁ ଓଡିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Utkal Day. Which every Odia can feel proud of. 24-year-old Chief Minister Naveen Patnaik completed the work by giving a video message on the day. | Argus News