Utkal University / ଜଣ୍ଡିସ୍ ଭିତରେ ଖାଦ୍ୟରେ ବେଙ୍ଗ; ଉତ୍କଳ ବିଶ୍ଵବିଦ୍ୟାଳୟର ହଷ୍ଟେଲ୍ରେ ଚାଲିଛି କ'ଣ ?
·1 hour ago·1 min read

Key Points
ହଷ୍ଟେଲ ଖାଦ୍ୟକୁ ନେଇ ବଡ଼ ଧରଣର ଅନିୟମିତତା ପଦାରେ ପଡ଼ିଛି । ଗତକାଲି ଲେଡିଜ୍ ହଷ୍ଟେଲ-୭ ର ସୋୟା ଚିଲିରୁ ଏକ ମଲା ବେଙ୍ଗ ବାହାରିଥିଲା ।
ଭୁବନେଶ୍ଵର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଣ୍ଡିସ ବ୍ୟାପିବା ମଧ୍ୟରେ ଏବେ ହଷ୍ଟେଲ ଖାଦ୍ୟକୁ ନେଇ ବଡ଼ ଧରଣର ଅନିୟମିତତା ପଦାରେ ପଡ଼ିଛି । ଗତକାଲି ଲେଡିଜ୍ ହଷ୍ଟେଲ-୭ ର ସୋୟା ଚିଲିରୁ ଏକ ମଲା ବେଙ୍ଗ ବାହାରିଥିଲା । ଏହା ଦେଖିବା ପରେ ହଷ୍ଟେଲ ଅନ୍ତେବାସୀମାନେ ଭୟଭୀତ ହୋଇ ପଡ଼ିଥିଲେ ଏବଂ ଖାଦ୍ୟ ଖାଇ ନଥିଲେ ।
ପରେ ରାତି ୩ଟାରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଛାତ୍ରୀଙ୍କୁ କେବଳ ବ୍ରେଡ୍ ଓ ଜାମ୍ ଦିଆଯାଇଥିଲା । ଏହାର ପ୍ରତିବାଦ କରି ଆଜିର ମଧ୍ୟାହ୍ନ ଭୋଜନକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି ଲେଡିଜ୍ ହଷ୍ଟେଲ-୭ର ଛାତ୍ରୀ । ପୂର୍ବରୁ ମଧ୍ୟ ବାରମ୍ବାର ଏଭଳି ଅପମିଶ୍ରିତ ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସମାଧାନ ହୋଇନାହିଁ ।
ଏଥିସହ ପଢ଼ନ୍ତୁ: ବାତ୍ୟା ‘ଅର୍ଣ୍ଣବ’ କ୍ଷତିଗ୍ରସ୍ତଙ୍କ ପାଇଁ SRC ମଞ୍ଜୁର କଲେ ୧୦୭.୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା
ଯେ ପର୍ଯ୍ୟନ୍ତ ହଷ୍ଟେଲ ମେସ୍ ପରିବର୍ତ୍ତନ କରାଯାଇନି, ସେପର୍ଯ୍ୟନ୍ତ ଖାଦ୍ୟ ବନ୍ଦ ରହିବ ବୋଲି ଛାତ୍ରୀମାନେ ଚେତାବନୀ ଦେଇଛନ୍ତି । ଜଣ୍ଡିସ ଭୟରେ ବାହାର ଖାଦ୍ୟ ଆଣିବାକୁ ବାରଣ କରାଯାଇଥିବାବେଳେ, ହଷ୍ଟେଲ ମଧ୍ୟରେ ମଧ୍ୟ ସ୍ୱାସ୍ଥ୍ୟକର ଖାଦ୍ୟ ମିଳୁନଥିବାରୁ ଅନ୍ତେବାସୀମାନେ ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଘଟଣା ସାମ୍ନାକୁ ଆସିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶାସନ ଆକ୍ସନ୍ ମୁଡ୍କୁ ଆସିଛି। ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତି ହଷ୍ଟେଲକୁ ସଜାଗ କରାଯାଇଥିବା କହିଛନ୍ତି କୁଳପତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ BMC ଟିମ୍ ଦ୍ୱାରା ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସାଙ୍ଗକୁ ପାଣି ଓ ଖାଦ୍ୟର ନମୁନା ପରୀକ୍ଷା ପାଇଁ ନିଆଯାଇଛି ।