Videos
|
Odisha

Cyclone Arnab / ବାତ୍ୟା ‘ଅର୍ଣ୍ଣବ’ କ୍ଷତିଗ୍ରସ୍ତଙ୍କ ପାଇଁ SRC ମଞ୍ଜୁର କଲେ ୧୦୭.୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ବାତ୍ୟା ‘ଅର୍ଣ୍ଣବ’ କ୍ଷତିଗ୍ରସ୍ତଙ୍କ ପାଇଁ SRC ମଞ୍ଜୁର କଲେ ୧୦୭.୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା
Odisha Releases ₹107.70 Crore Relief Fund

Key Points

ବାତ୍ୟା ‘ଅର୍ଣ୍ଣବ’ କ୍ଷତିଗ୍ରସ୍ତ ପରିବାରଙ୍କୁ ଅନୁଗ୍ରହ ରାଶି ପ୍ରଦାନ ପାଇଁ ଅର୍ଥ ରାଶି ମଞ୍ଜୁର । ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଅନୁଯାୟୀ ୨,୫୦୦ ଟଙ୍କା ହାରରେ ଗଞ୍ଜାମର ୪,୨୯,୭୮୨ ଓ କୋରାପୁଟର ୧,୦୫୧ଟି ପ୍ରଭାବିତ ପରିବାର ପାଇବେ ଅନୁଗ୍ରହ ସହାୟତା ।
ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ କ୍ଷତିଗ୍ରସ୍ତ ପରିବାରଙ୍କୁ ଅନୁଗ୍ରହ ରାଶି ପ୍ରଦାନ ପାଇଁ ସ୍ଵତନ୍ତ୍ର ରିଲିଫ୍ କମିଶନର (SRC) ଅର୍ଥ ରାଶି ମଞ୍ଜୁର କରିଛନ୍ତି । SRCଙ୍କ ଦ୍ୱାରା ୧୦୭.୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରାଯାଇଛି ।

ଗଞ୍ଜାମ ଜିଲ୍ଲା ପାଇଁ ୧୦୭ କୋଟି ୪୪ ଲକ୍ଷ ୫୫ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ କୋରାପୁଟ ଜିଲ୍ଲା ପାଇଁ ୨୬ ଲକ୍ଷ ୨୭ ହଜାର ୫୦୦ ଟଙ୍କା ମଞ୍ଜୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଅନୁଯାୟୀ ୨,୫୦୦ ଟଙ୍କା ହାରରେ ଗଞ୍ଜାମର ୪,୨୯,୭୮୨ ଓ କୋରାପୁଟର ୧,୦୫୧ଟି ପ୍ରଭାବିତ ପରିବାର ପାଇବେ ଅନୁଗ୍ରହ ସହାୟତା ।

ଏଥିସହ ପଢ଼ନ୍ତୁ: ଯାହା ପାଇଲା ସବୁ ଉଡ଼ାଇ ନେଲା ଟର୍ଣ୍ଣାଡୋ; ଚମକିଗଲା ଜଗତସିଂହପୁର ! 

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ପ୍ୟାକେଜ୍ ଅନୁଯାୟୀ ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ପରିବାରମାନଙ୍କୁ ନଗଦ ଅନୁଗ୍ରହ ସହାୟତା ପ୍ରଦାନ କରାଯିବ । ଯେଉଁଥିପାଇଁ ରାଜ୍ୟ ସରକାର ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପାଇଁ ପ୍ରାୟ ୧୦୭ କୋଟି ୭୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDRF)ରୁ ମଞ୍ଜୁର କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁ ଜିଲ୍ଲାକୁ କେତେ ଅର୍ଥ ?

ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ପାଇଁ ୧୦୭ କୋଟି ୪୪ ଲକ୍ଷ ୫୫ ହଜାର ଟଙ୍କା ଏବଂ କୋରାପୁଟ ଜିଲ୍ଲା ପାଇଁ ୨୬ ଲକ୍ଷ ୨୭ ହଜାର ୫୦୦ ଟଙ୍କା ମୁକ୍ତ କରାଯାଇଛି ।

ମଞ୍ଜୁର ହୋଇଥିବା ଅର୍ଥରାଶି ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ୪ ଲକ୍ଷ ୨୯ ହଜାର ୭୮୨ଟି ପରିବାରକୁ ପରିବାର ପିଛା ୨,୫୦୦ ଟଙ୍କା ହାରରେ ନଗଦ ଅନୁଗ୍ରହ ରାଶି ପ୍ରଦାନ କରାଯିବ । ସେହିପରି କୋରାପୁଟ ଜିଲ୍ଲାର ୧,୦୫୧ଟି ପ୍ରଭାବିତ ପରିବାରକୁ ମଧ୍ୟ ପରିବାର ପିଛା ୨,୫୦୦ ଟଙ୍କା ହାରରେ ଏହି ସହାୟତା ଯୋଗାଇ ଦିଆଯିବ ।

ଏହି ଅର୍ଥ ରାଶି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦିଆଯାଇଛି । ନିର୍ଦ୍ଧାରିତ ନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ ଯୋଗ୍ୟ ପ୍ରଭାବିତ ପରିବାରଙ୍କୁ ତ୍ୱରିତ ଅନୁଗ୍ରହ ସହାୟତା ପ୍ରଦାନ କରିବାକୁ ଏହି ଅର୍ଥ ବିନିଯୋଗ କରାଯିବ ।

ଏଥିସହ ପଢ଼ନ୍ତୁ: ‘ଅପରେସନ୍ ଜୀବନ’ର ଆବେଗଭରା କାହାଣୀ; ମାଟି-ପଥର ତଳୁ ଖୋଜା ଚାଲିଛି ଜୀବନ 

ବିପର୍ଯ୍ୟୟ ସମୟରେ ପ୍ରଭାବିତ ଜନସାଧାରଣଙ୍କୁ ତ୍ଵରିତ ଆର୍ଥିକ ସହାୟତା ଓ ରିଲିଫ୍ ଯୋଗାଇଦେବା ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏହା ଏକ ପ୍ରମୁଖ ପଦକ୍ଷେପ ।